ବିଜୁ ଜନତା ଦଳର ସାଂଗଠନିକ ବୈଠକ
ପାଟଣା:୨୯/୮(ନ.ଓ)ପାଟଣା ବ୍ଲକ ବିଜୁଜନତା ଦଳର ଏକ ସାଂଗଠନିକ ବୈଠକ କଣ୍ଟିଆପଡା ପଞ୍ଚାୟତ ଅନ୍ତର୍ଗତ ଭଗପଶି ଗ୍ରାମରେ ଆଜି ଅନୁଷ୍ଠିତ ହୋଇଛି। ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକକୁ ପୂର୍ବତନ ବିଧାୟକ ଜଗନ୍ନାଥ ନାଏକ ପରିଚାଳନା କରିଥିଲେ। ବ୍ଲକର ବିଭିନ୍ନ ପଞ୍ଚାୟତ ରୁ ଛାମୁଆ କର୍ମୀ ମାନେ ଏହି ବୈଠକରେ ଯୋଗ ଦେଇ ଥିଲେ।ଏଠାରେ ୨୦ଟି ପଞ୍ଚାୟତ ପାଇଁ ଦଳୀୟ ସଭାପତି ଓ ସମ୍ପାଦକ ପଦବୀ ପାଇଁ ନାମ ମନୋନୟନ କରା ଯାଇଥିଲା।ପରବର୍ତ୍ତୀ ସମୟରେ ମହିଳା ସେଲ ଯୁବ ସେଲ,ଛାତ୍ର ବିଜେଡି ର ନୂତନ ପଞ୍ଚାୟତ ଓ ବ୍ଲକ କର୍ମକର୍ତ୍ତା ମନୋନୟନ କରାଯିବ ବୋଲି ସୂଚନା ଦିଆଯାଇଥିଲା। ବୈଠକରେ ବରିଷ୍ଠ ନେତା ତଥା ବିଜେଡି ସାଧାରଣ ସମ୍ପାଦକ ବସନ୍ତ କୁମାର ମିଶ୍ର,ପ୍ରଶାନ୍ତ କୁମାର ଭଞ୍ଜଦେଓ,ସମ୍ପାଦକ ଶତ୍ରୁଘ୍ନ ସିଂ,ଜିଲ୍ଲା ପରିଷଦ ସଦସ୍ୟା ରୁନୁ ମହାନ୍ତ,ବ୍ଲକ ମହିଳା ମୋର୍ଚ୍ଚା ସଭାପତି ସୁକାନ୍ତି ନାଏକ,ଅଯୋଧ୍ୟା ବେହେରା, ସୁରେଶ ସାହୁ,ପୂର୍ବତନ ମହିଳା ସଭାପତି ସୁକାନ୍ତି ମହାନ୍ତ,ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀ ପ୍ରମୁଖଙ୍କ ସହିତ ବହୁ ବରିଷ୍ଠ ନେତା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
Tags:ଜିଲ୍ଲା
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
