ସ୍କର୍ପିଓରୁ ମିଳିଲା ୫ ଲକ୍ଷ ଟଙ୍କା ନଗଦ, ରାଉରକେଲା ଅବକାରୀ ଅଧୀକ୍ଷକଙ୍କୁ ଭିଜିଲାନ୍ସର ପଚରାଉଚରା
ସୁନ୍ଦରଗଡ/ରାଉରକେଲା: ମଦ ଲାଇସେନ୍ସଧାରୀଙ୍କଠାରୁ ଲାଞ୍ଚ ଟଙ୍କା ସଂଗ୍ରହ ଅଭିଯୋଗରେ ରାଉରକେଲା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କୁ ଘେରିଛି ଭିଜିଲାନ୍ସ। ଏକ ସ୍କର୍ପିଓ ଗାଡ଼ିରୁ ୫ ଲକ୍ଷ ଟଙ୍କା ନଗଦ ଜବତ ହେବା ପରେ ଘଟଣାକୁ ନେଇ ତଦନ୍ତ ଜୋରଦାର ହୋଇଛି।ସୂଚନା ଅନୁସାରେ, ରାଉରକେଲା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ଉପରେ କିଛିଦିନ ଧରି ଭିଜିଲାନ୍ସ ନଜର ରଖିଥିଲା। ଏହି ସମୟରେ ଉଦିତନଗରସ୍ଥିତ ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ଏକ ସ୍କର୍ପିଓକୁ ଅଟକାଇ ଯାଞ୍ଚ କରାଯାଇଥିଲା।ଯାଞ୍ଚ ବେଳେ ଗାଡ଼ିରେ ଥିବା ଜଣେ ସ୍ଥାନୀୟ ମଦ ଦୋକାନର ସେଲ୍ସମ୍ୟାନଙ୍କଠାରୁ ୫ ଲକ୍ଷ ଟଙ୍କା ନଗଦ ମିଳିଥିଲା। ଏହି ଟଙ୍କା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ ତାଙ୍କ ଘରେ ପହଞ୍ଚାଇବା ପାଇଁ ଦେଇଥିବା ସେଲ୍ସମ୍ୟାନ ଭିଜିଲାନ୍ସକୁ କହିଥିବା ଜଣାପଡ଼ିଛି।ଘଟଣା ପରେ ଧନେଶ୍ୱର ବରାଡ଼ଙ୍କୁ ଭିଜିଲାନ୍ସ ପକ୍ଷରୁ ପଚରାଉଚରା କରାଯାଇଥିଲା। ଜବତ ଟଙ୍କା ସମ୍ପର୍କରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି। ଏହାପରେ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଭିଜିଲାନ୍ସ ପକ୍ଷରୁ ତଲାସି ଆରମ୍ଭ ହୋଇଛି। ଘଟଣାରେ ଅଧିକ ତଥ୍ୟ ପାଇଁ ଭିଜିଲାନ୍ସ ତଦନ୍ତ ଜାରି ରଖିଛି।
ଓଡ଼ିଶାରେ ୫ ଓରାଙ୍ଗଉଟାନ୍ ଶାବକ ଉଦ୍ଧାର: ବଙ୍ଗୀୟ ବାପା-ପୁଅଙ୍କ ସମେତ ୩ ଅଟକ, କଳା ଥର୍କୁ ନେଇ ବଢ଼ିଲା ସନ୍ଦେହ
ଭୁବନେଶ୍ୱର: ଓଡ଼ିଶାରେ ମିଳିଥିବା ୫ଟି ଓରାଙ୍ଗଉଟାନ୍ ଶାବକକୁ ନେଇ ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ଘଟଣାରେ ବଙ୍ଗୀୟ ବାପା-ପୁଅଙ୍କ ସମେତ ୩ ଜଣଙ୍କୁ ଏସ୍ଟିଏଫ୍ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।ସୂଚନା ଅନୁସାରେ, ବାପା-ପୁଅ ଦୀଘା ଯାଇଥିବା ନେଇ ତଦନ୍ତକାରୀ ସଂସ୍ଥା ତଥ୍ୟ ପାଇଛି। ସେମାନଙ୍କୁ ଧରିବା ପାଇଁ ଏସ୍ଟିଏଫ୍ର ଏକାଧିକ ଟିମ୍ କୋଲକାତାର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିବା ଜଣାପଡ଼ିଛି। ହାଓଡ଼ାସ୍ଥିତ ସେମାନଙ୍କ ଘରେ ମଧ୍ୟ ଏସ୍ଟିଏଫ୍ ଖୋଜାଖୋଜି କରିଥିଲେ ମଧ୍ୟ କାହାରି ସନ୍ଧାନ ମିଳିନଥିବା ସୂଚନା ରହିଛି।ଅନ୍ୟପକ୍ଷରେ, ବାଲେଶ୍ୱରର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଘଟଣା ଦିନ ହୋଟେଲକୁ ଯାଇନଥିବା ତଦନ୍ତରୁ ଜଣାପଡ଼ିଥିବା ସୂଚନା ମିଳିଛି।ଦୀଘାର ହୋଟେଲରେ ଏସ୍ଟିଏଫ୍ର ଛାନଭିନ୍ ନ୍ୟୁ-ଦୀଘାର ଏକ ହୋଟେଲରେ ଏସ୍ଟିଏଫ୍ ଟିମ୍ ଛାନଭିନ୍ କରିଛି। ହୋଟେଲ ରେଜିଷ୍ଟାର ଯାଞ୍ଚ ସମୟରେ ୬ ଜଣ ଲୋକ ରହୁଥିବା ତଥ୍ୟ ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ନାମ ହୋଟେଲ ରେଜିଷ୍ଟାରରେ ଥିବାବେଳେ ବାକି ୩ ଜଣଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ଠିକଣା ମିଳିନଥିବା ଜଣାପଡ଼ିଛି।ଅଟକ ୩ ଜଣଙ୍କ ମଧ୍ୟରୁ ଜଣେ କଳା ରଙ୍ଗର ଥର୍ ଗାଡ଼ିର ଚାଳକ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।ସିସିଟିଭିରେ କଳା ଥର୍ ଓ ଧଳା କାର୍
ତଦନ୍ତରେ ସିସିଟିଭି ଫୁଟେଜ୍ ଏବେ ଗୁରୁତ୍ୱପୂର୍ଣ୍ଣ ସୁରାଗ ଦେଇଛି। ନ୍ୟୁ-ଦୀଘାର ଏକ ଦୋକାନର ସିସିଟିଭି ଫୁଟେଜ୍ରେ ସୋମବାର ରାତି ୧୦ଟା ୫୬ ମିନିଟ୍ରେ ଏକ କଳା ରଙ୍ଗର ଥର୍ ଗାଡ଼ି ଯାଉଥିବା ଦେଖାଯାଇଛି। ଏହା ପଛରେ ଆଉ ଏକ ଧଳା କାର୍ ଯାଉଥିବା ମଧ୍ୟ ଫୁଟେଜ୍ରେ ଦେଖାଯାଇଛି।ଏହି ଦୁଇଟି ଗାଡ଼ି ମୁଖ୍ୟ ରାସ୍ତା ଛାଡ଼ି ବିଭିନ୍ନ ଗଳିକନ୍ଦିରେ ଘୂରି ବୁଲିଥିବା ତଦନ୍ତରୁ ଜଣାପଡ଼ିଛି।ପରେ ରାତି ପ୍ରାୟ ୧୧ଟା ୩୫ ମିନିଟ୍ରେ ଥର୍ ଗାଡ଼ିଟି ଭୋଗରାଇର ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳ ନିକଟକୁ ଯାଇଥିବା ଦୃଶ୍ୟ ଏକ ସାର ବିକ୍ରୟ କେନ୍ଦ୍ରର ସିସିଟିଭି କ୍ୟାମେରାରେ କଏଦ ହୋଇଛି। ପ୍ରାୟ ୧୨ ମିନିଟ୍ ପରେ ଗାଡ଼ିଟି ସେଠାରୁ ଫେରିଥିବା ମଧ୍ୟ ଫୁଟେଜ୍ରେ ଦେଖାଯାଇଛି।
ଦୀଘାରୁ ଉଦ୍ଧାରସ୍ଥଳକୁ ୨୨ କିମି ଦୀଘାରୁ ବଡ଼ପାହିର ଦୂରତା ପ୍ରାୟ ୨୨ କିଲୋମିଟର। ତେଣୁ ଥର୍ ଗାଡ଼ିଟି ଅଧଘଣ୍ଟା ମଧ୍ୟରେ ଏହି ଦୂରତା ଅତିକ୍ରମ କରି ଉଦ୍ଧାରସ୍ଥଳରେ ପହଞ୍ଚିଥିବା ନେଇ ତଦନ୍ତକାରୀଙ୍କ ସନ୍ଦେହ ଆହୁରି ଘନୀଭୂତ ହୋଇଛି।ଏହି ସିସିଟିଭି ଫୁଟେଜ୍ ଓ ହୋଟେଲ ରେଜିଷ୍ଟାର ତଥ୍ୟକୁ ଆଧାର କରି ଏସ୍ଟିଏଫ୍ ତଦନ୍ତକୁ ଆଗକୁ ବଢ଼ାଉଛି।ଉଦ୍ଧାରସ୍ଥଳରେ ୨୪ ଘଣ୍ଟିଆ ପହରା ଆଜି ଓରାଙ୍ଗଉଟାନ୍ ଶାବକ ଉଦ୍ଧାରସ୍ଥଳକୁ କୌଣସି ଅଧିକାରୀ ତଦନ୍ତ ପାଇଁ ଆସିନଥିବା ଜଣାପଡ଼ିଛି। ତେବେ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଉଦ୍ଧାରସ୍ଥଳରେ ୨୪ ଘଣ୍ଟିଆ ପହରା ଦିଆଯାଉଛି।ଉଦ୍ଧାରସ୍ଥଳକୁ ବ୍ୟାରିକେଡ୍ କରାଯିବା ସହ ଜାଲ ଘେରାଯାଇଛି। ସେଠାରେ ‘ନୋ ଏଣ୍ଟ୍ରି’ ବୋର୍ଡ ମଧ୍ୟ ଲଗାଯାଇଛି।ନନ୍ଦନକାନନରେ ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟ ଠିକ୍ପିସିସିଏଫ୍ (ବନ୍ୟପ୍ରାଣୀ) ପ୍ରେମ କୁମାର ଝାଙ୍କ ସୂଚନା ଅନୁସାରେ, ନନ୍ଦନକାନନରେ ରଖାଯାଇଥିବା ଓରାଙ୍ଗଉଟାନ୍ ଶାବକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ଠାକ୍ ରହିଛି। ସେମାନଙ୍କର ଡିଏନ୍ଏ ପରୀକ୍ଷା କରାଯିବ।ପ୍ରଥମେ ଶାବକମାନଙ୍କୁ ଓଡ଼ିଶାର ପାଣିପାଗ ସହ ଖାପ ଖୁଆଇବାକୁ ଚେଷ୍ଟା କରାଯାଉଛି। ପରେ ସେମାନଙ୍କୁ ଇଣ୍ଡୋନେସିଆ ପଠାଯିବ କିମ୍ବା ନନ୍ଦନକାନନରେ ପର୍ଯ୍ୟଟକଙ୍କ ପାଇଁ ରଖାଯିବ, ସେନେଇ ନିଷ୍ପତ୍ତି ନିଆଯିବ।ଚୋରା ଚାଲାଣ ଚେର ଖୋଜୁଛି ଏସ୍ଟିଏଫ୍ ବାଲେଶ୍ୱର ବନଖଣ୍ଡର ଏକ ଟିମ୍ ଓ ଏସ୍ଟିଏଫ୍ ମିଳିତ ଭାବେ ଏହି ଚୋରା ଚାଲାଣ ମାମଲାର ଚେର ଖୋଜୁଛନ୍ତି। ଓରାଙ୍ଗଉଟାନ୍ ଭଳି ବିରଳ ବନ୍ୟପ୍ରାଣୀଙ୍କୁ କେଉଁଠାରୁ ଅଣାଯାଇଥିଲା ଏବଂ ଏହି ଚୋରା ଚାଲାଣ ପଛରେ ଆଉ କେଉଁମାନେ ଅଛନ୍ତି, ସେନେଇ ତଦନ୍ତ ଜାରି ରହିଛି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ଦୀଘା ଅଞ୍ଚଳ ଅନ୍ତଃରାଜ୍ୟ ଚୋରାଚାଲାଣ ଘଟଣାରେ ପୂର୍ବରୁ ମଧ୍ୟ ତଦନ୍ତକାରୀଙ୍କ ନଜରରେ ରହିଆସିଛି। ଓଡ଼ିଶାର ପ୍ରଶ୍ନପତ୍ର ଲିକ୍ ଘଟଣା ହେଉ କିମ୍ବା ଉପମୁଖ୍ୟମନ୍ତ୍ରୀଙ୍କ ପିଏ ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତଙ୍କ ଗିରଫ—ପୂର୍ବରୁ ଦୀଘାରୁ ମଧ୍ୟ ଅଭିଯୁକ୍ତଙ୍କୁ ଧରାଯାଇଥିବା ନଜିର ରହିଛି।ଏବେ ୫ ଓରାଙ୍ଗଉଟାନ୍ ଶାବକ ଉଦ୍ଧାର ଘଟଣାରେ ଦୀଘା ଲିଙ୍କ୍ ଓ କଳା ଥର୍ ଗାଡ଼ିକୁ ନେଇ ତଦନ୍ତ କେଉଁ ଦିଗକୁ ଯାଉଛି, ତାହା ଉପରେ ନଜର ରହିଛି।
6.2 Magnitude Earthquake Strikes Indonesia, Cracks Reported in Houses; No Tsunami Alert
New Delhi, September 12: Indonesia was rocked by a strong earthquake on Saturday. The earthquake measured 6.2 on the Richter scale, triggering panic among residents in the affected areas.According to the German Research Centre for Geosciences (GFZ), the epicentre of the earthquake was located at a depth of around 376 kilometres below the Earth’s surface. No major casualties or large-scale damage have been reported so far.The tremors reportedly caused cracks in the walls of some houses. As the
So far, there have been no reports of deaths or injuries due to the earthquake. Local authorities are closely monitoring the situation and assessing the impact of the tremors.The earthquake was felt in parts of Java Island on Saturday. A day earlier, on Friday, tremors were also reported in the Maluku Islands region of Indonesia.Meanwhile, no tsunami alert has been issued so far. However, the government has directed local agencies to remain alert and closely monitor the situation as a precautionary measure.
ଇଣ୍ଡୋନେସିଆରେ ୬.୨ ତୀବ୍ରତାର ଭୂମିକମ୍ପ, ଘର କାନ୍ଥରେ ଫାଟ; ସୁନାମି ଆଲର୍ଟ ନାହିଁ
ନୂଆଦିଲ୍ଲୀ, ୧୨/୦୯: ଇଣ୍ଡୋନେସିଆରେ ଶନିବାର ବଡ଼ ଧରଣର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୨ ରେକର୍ଡ କରାଯାଇଥିବା ଜଣାପଡ଼ିଛି। ଭୂମିକମ୍ପ ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିୟୋସାଇନ୍ସ (GFZ) ଅନୁସାରେ, ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୩୭୬ କିଲୋମିଟର ଗଭୀରରେ ରହିଥିଲା। ଗଭୀରତା ଅଧିକ ଥିବାରୁ ବଡ଼ଧରଣର କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ବଡ଼ ଖବର ମିଳିନାହିଁ।ଭୂମିକମ୍ପ ଝଟକାରେ କିଛି ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ବିଳମ୍ବିତ ରାତିରେ ଭୂମିକମ୍ପ ହୋଇଥିବାରୁ ଅଧିକାଂଶ ଲୋକ ଘରେ ଶୋଇଥିଲେ। ହଠାତ୍ ଝଟକା ଅନୁଭୂତ ହେବା ପରେ ଅନେକ ଲୋକ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ।ଏପର୍ଯ୍ୟନ୍ତ ଭୂମିକମ୍ପରେ କାହାର ମୃତ୍ୟୁ କିମ୍ବା ଆହତ ହେବା ନେଇ ସୂଚନା ମିଳିନାହିଁ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି।ଶନିବାର ଇଣ୍ଡୋନେସିଆର ଜାଭା ଦ୍ୱୀପ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ, ଶୁକ୍ରବାର ମାଲୁକୁ ଦ୍ୱୀପ ଅଞ୍ଚଳରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।ତେବେ ଏପର୍ଯ୍ୟନ୍ତ ସୁନାମି ନେଇ କୌଣସି ଆଲର୍ଟ ଜାରି ହୋଇନାହିଁ। ତଥାପି ସତର୍କତା ଦୃଷ୍ଟିରୁ ସ୍ଥାନୀୟ ଏଜେନ୍ସିଗୁଡ଼ିକୁ ସଜାଗ ରହିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
୧୨ ସେପ୍ଟେମ୍ବର ୨୦୨୬ ରାଶିଫଳ: ଜାଣନ୍ତୁ ଆଜି କେଉଁ ରାଶି ପାଇଁ କେମିତି ରହିବ ଦିନ
ଭୁବନେଶ୍ୱର: ୧୨/୯: ଆଜି ଶନିବାର, ସେପ୍ଟେମ୍ବର ୧୨ ତାରିଖ। ଗ୍ରହ ଓ ନକ୍ଷତ୍ରର ପ୍ରଭାବ ଅନୁସାରେ ୧୨ଟି ରାଶିର ଦିନଚର୍ଯ୍ୟାରେ ଭିନ୍ନ ଭିନ୍ନ ପ୍ରଭାବ ପଡ଼ିପାରେ। କାହା ପାଇଁ ଦିନଟି ଧନଲାଭ, ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଶୁଭ ରହିବ, ତ ଆଉ କେତେକ ରାଶିଙ୍କୁ ଆର୍ଥିକ କାରବାର ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିପାରେ। ଆସନ୍ତୁ ଜାଣିବା ଆଜିର ମେଷଠାରୁ ମୀନ ପର୍ଯ୍ୟନ୍ତ ୧୨ ରାଶିର ରାଶିଫଳ।
ମେଷ
କର୍ମକ୍ଷେତ୍ରରେ ଅଟକିଥିବା କାମ ଆଗକୁ ବଢ଼ିବ। ଅଧିକାରୀଙ୍କ ସହଯୋଗ ମିଳିପାରେ। ପରିବାରରେ ଶୁଭ ଆଲୋଚନା ହେବ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିବାର ସମ୍ଭାବନା ରହିଛି। ଛୋଟ ଯାତ୍ରା ସଫଳ ହେବ। ଚାକିରିରେ ନୂଆ ଦାୟିତ୍ୱ ମିଳିପାରେ। ପୁରୁଣା ବିବାଦର ସମାଧାନ ହେବ।
ବୃଷ
ଘାତଚନ୍ଦ୍ର ପ୍ରଭାବରୁ ମାନସିକ ଅସ୍ଥିରତା ରହିପାରେ। ଧନ କାରବାରରେ ସତର୍କ ରୁହନ୍ତୁ। ପରିବାରରେ ଭୁଲ ବୁଝାମଣା ଏଡ଼ାନ୍ତୁ। ଯାନ ଚାଳନା ସମୟରେ ସାବଧାନ ରୁହନ୍ତୁ। ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ। ମୂଲ୍ୟବାନ ଜିନିଷର ସୁରକ୍ଷା କରନ୍ତୁ। ମୁଣ୍ଡବିନ୍ଧା କିମ୍ବା ଆଖିରେ ସାମାନ୍ୟ କଷ୍ଟ ହୋଇପାରେ।
ମିଥୁନ
ଆଜି ମିଶ୍ର ଫଳ ମିଳିପାରେ। ବ୍ୟବସାୟରେ ଲାଭ ସହ ଖର୍ଚ୍ଚ ମଧ୍ୟ ବଢ଼ିବ। ବନ୍ଧୁଙ୍କ ସହଯୋଗରେ ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ସ୍ୱାସ୍ଥ୍ୟରେ ସାମାନ୍ୟ କ୍ଲାନ୍ତି ରହିପାରେ। ନୂଆ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ଅନଲାଇନ୍ ଆର୍ଥିକ କାରବାରରେ ସତର୍କ ରୁହନ୍ତୁ।
କର୍କଟ
ଚାକିରି କ୍ଷେତ୍ରରେ ପ୍ରଶଂସା ମିଳିପାରେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପୁରୁଣା ପାଉଣା ଟଙ୍କା ମିଳିବାର ଯୋଗ ରହିଛି। ଗୃହରେ ଶାନ୍ତି ବଜାୟ ରହିବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ଜମି କିମ୍ବା ଘର ସମ୍ବନ୍ଧୀୟ କାମରେ ଅଗ୍ରଗତି ହେବ। ବଡ଼ମାନଙ୍କ ଆଶୀର୍ବାଦ ମିଳିବ।
ସିଂହ
ଆଜି ମିଶ୍ର ଦିନ ରହିବ। କାର୍ଯ୍ୟଭାର ବଢ଼ିବ, କିନ୍ତୁ ଏହାର ଭଲ ଫଳ ମଧ୍ୟ ମିଳିପାରେ। ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା ସଫଳ ହେବ। ପରିବାରରେ ଧୈର୍ଯ୍ୟ ରଖନ୍ତୁ। ସ୍ୱାସ୍ଥ୍ୟକୁ ଅବହେଳା କରନ୍ତୁ ନାହିଁ। ସହକର୍ମୀଙ୍କ ସହ ମତଭେଦ ଏଡ଼ାନ୍ତୁ। ସନ୍ଧ୍ୟା ସମୟରେ ଭଲ ଖବର ମିଳିପାରେ।
କନ୍ୟା
ଚନ୍ଦ୍ରଙ୍କ ପ୍ରଭାବରୁ ଆତ୍ମବିଶ୍ୱାସ ବଢ଼ିବ। ନୂଆ କାମ ଆରମ୍ଭ ପାଇଁ ଦିନଟି ଅନୁକୂଳ ରହିପାରେ। ବ୍ୟବସାୟରେ ଭଲ ଅର୍ଡର ମିଳିବାର ସମ୍ଭାବନା ଅଛି। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଧନଲାଭର ସୁଯୋଗ ମିଳିପାରେ। ସାକ୍ଷାତକାର କିମ୍ବା ପରୀକ୍ଷାରେ ସଫଳତା ମିଳିପାରେ। ସମ୍ମାନ ଓ ଲୋକପ୍ରିୟତା ବଢ଼ିବ।
ତୁଳା
ଆଜି ଦିନଟି କିଛିଟା ପ୍ରତିକୂଳ ରହିପାରେ। କର୍ମକ୍ଷେତ୍ରରେ ବିରୋଧୀ ସକ୍ରିୟ ରହିପାରନ୍ତି। ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। ପରିବାରରେ କଥାବାର୍ତ୍ତା ସମୟରେ ସଂଯମ ରଖନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଆଇନଗତ କାମରେ ବିଳମ୍ବ ହୋଇପାରେ। କାହାକୁ ଟଙ୍କା ଧାର ଦେବାରୁ ଦୂରେଇ ରୁହନ୍ତୁ।
ବିଛା
ଅଟକିଥିବା କାର୍ଯ୍ୟରେ ଗତି ଆସିବ। ବ୍ୟବସାୟରେ ନୂଆ ସୁଯୋଗ ମିଳିପାରେ। ପରିବାରରେ ଶୁଭ ସମ୍ବାଦ ଆସିବାର ସମ୍ଭାବନା ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅନୁକୂଳ ରହିବ। ସମ୍ମାନ ବୃଦ୍ଧି ପାଇବ। ନୂଆ ଗ୍ରାହକ ଯୋଗ ହୋଇପାରନ୍ତି। ପ୍ରେମ ସମ୍ପର୍କରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ।
ଧନୁ
ଭାଗ୍ୟର ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ଦୂରସ୍ଥ ସ୍ଥାନରୁ ଭଲ ଖବର ମିଳିପାରେ। ଚାକିରିରେ ଉନ୍ନତି ସମ୍ପର୍କରେ ଆଲୋଚନା ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଉଚ୍ଚଶିକ୍ଷା ପାଇଁ ଶୁଭ ସୁଯୋଗ ମିଳିପାରେ। ବିଦେଶ ସମ୍ବନ୍ଧୀୟ କାମରେ ଗତି ଆସିବ।
ମକର
ଆଜି ମିଶ୍ର ଫଳ ମିଳିବ। କାର୍ଯ୍ୟରେ ବିଳମ୍ବ ହେଲେ ମଧ୍ୟ ଶେଷରେ ସଫଳତା ମିଳିପାରେ। ଋଣ କିମ୍ବା କାଗଜପତ୍ର ସମ୍ବନ୍ଧୀୟ କାମରେ ସତର୍କ ରୁହନ୍ତୁ। ପରିବାରର ସହଯୋଗ ମିଳିବ। ସନ୍ଧ୍ୟା ପରେ ପରିସ୍ଥିତିରେ ସୁଧାର ଆସିବ। ବ୍ୟବସାୟରେ ପୁରୁଣା ଗ୍ରାହକଙ୍କଠାରୁ ଲାଭ ମିଳିପାରେ।
କୁମ୍ଭ
ଦିନଟି ସତର୍କତାର ସହ କାଟନ୍ତୁ। କର୍ମକ୍ଷେତ୍ରରେ ଅନାବଶ୍ୟକ ଚାପ ରହିପାରେ। ବନ୍ଧୁଙ୍କ ସହ ମତଭେଦ ହୋଇପାରେ। ବର୍ତ୍ତମାନ ଧନ ନିବେଶ ଏଡ଼ାଇବା ଭଲ। ସ୍ୱାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ବିଶ୍ରାମ ନିଅନ୍ତୁ। ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦୂର କରିବାକୁ ଚେଷ୍ଟା କରନ୍ତୁ। ଗୋପନ ଶତ୍ରୁଙ୍କ ପ୍ରତି ସତର୍କ ରୁହନ୍ତୁ।
ମୀନ
ବ୍ୟବସାୟରେ ଆୟ ବଢ଼ିବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନରେ ସହଯୋଗ ମିଳିବ। ଛାତ୍ରଛାତ୍ରୀ ଭଲ ଫଳ ପାଇପାରନ୍ତି। ଗୁରୁଜନଙ୍କ ପରାମର୍ଶ ଲାଭଦାୟକ ହେବ। ମନ ପ୍ରସନ୍ନ ରହିବ। ନୂଆ ଆୟର ଉତ୍ସ ସୃଷ୍ଟି ହୋଇପାରେ। ଆଶା କରିଥିବା କାର୍ଯ୍ୟରେ ସଫଳତା ମିଳିପାରେ।
ଜ୍ୟୋତିର୍ବିଦ୍: ଭାବଗ୍ରାହୀ ଖଡିରତ୍ନ
ନଜର ଓଡ଼ିଶା
Nazar Odisha
Powered by Blogger.