‘ଏଭଳି ଜୀବନ ଅପେକ୍ଷା କକ୍ରୋଚ୍ ହେବା ଭଲ’: ଆଇନଗତ ପଦକ୍ଷେପକୁ ନେଇ ଦୁଃଖ ପ୍ରକାଶ କଲେ ବିଜୟ ମାଲ୍ୟା
ଲଣ୍ଡନ: ନିଜ ବିରୋଧରେ ଚାଲିଥିବା ଆଇନଗତ ପଦକ୍ଷେପକୁ ନେଇ ପୁଣିଥରେ ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି ପଳାତକ ଆର୍ଥିକ ଅପରାଧୀ ବିଜୟ ମାଲ୍ୟା। ନିଜକୁ ଅନ୍ୟାୟର ଶିକାର ବୋଲି ଦାବି କରିବା ସହ ବର୍ତ୍ତମାନର ମାନସିକ ସ୍ଥିତିକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି।ମାଲ୍ୟାଙ୍କ ଦାବି ଅନୁଯାୟୀ, ସେ ଦୀର୍ଘ ସମୟ ଧରି ଅନେକ ଅନ୍ୟାୟର ସାମ୍ନା କରିଆସୁଛନ୍ତି। ଏହି ପରିସ୍ଥିତିରେ ନିଜକୁ ସେ ‘କକ୍ରୋଚ୍’ ଭଳି ଅନୁଭବ କରୁଥିବା କହିଛନ୍ତି। ଏପରି ଜୀବନ ବଞ୍ଚିବା ଅପେକ୍ଷା କକ୍ରୋଚ୍ ହୋଇଯିବାକୁ ସେ ପସନ୍ଦ କରିବେ ବୋଲି ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି।ବର୍ତ୍ତମାନ ଲଣ୍ଡନରେ ରହୁଥିବା ବିଜୟ ମାଲ୍ୟା ତାଙ୍କ ବିରୋଧରେ ଚାଲିଥିବା ଆଇନଗତ ମାମଲା ଓ ପଦକ୍ଷେପକୁ ନେଇ ଏହି ପ୍ରତିକ୍ରିୟା ଦେଇଛନ୍ତି।ବ୍ୟାଙ୍କକୁ ୧୪ ହଜାର କୋଟି ଟଙ୍କା ପରିଶୋଧ କରିଥିବା ଦାବିଅନ୍ୟ ଏକ ସୋସିଆଲ ମିଡିଆ ପୋଷ୍ଟରେ ମାଲ୍ୟା ଦାବି କରିଛନ୍ତି ଯେ, ୨୦୨୧ରେ ସେ ବ୍ୟାଙ୍କଗୁଡ଼ିକୁ ୧୪ ହଜାର କୋଟିରୁ ଅଧିକ ଟଙ୍କା ପରିଶୋଧ କରିଥିଲେ।ତାଙ୍କ କହିବା ଅନୁଯାୟୀ, ଏହି ପରିଶୋଧ ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ କୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ମଧ୍ୟ ଉଲ୍ଲେଖ ରହିଛି। ଲୋକେ ତାଙ୍କ କଥାରେ ବିଶ୍ୱାସ ନ କଲେ ମଧ୍ୟ ଚଳିବ, କିନ୍ତୁ ED କୋର୍ଟରେ କ’ଣ କହିଛି ତାହା ଉପରେ ଧ୍ୟାନ ଦେବା ଉଚିତ ବୋଲି ମାଲ୍ୟା କହିଛନ୍ତି।୧୫ ପଳାତକ ଆର୍ଥିକ ଅପରାଧୀଙ୍କ ମଧ୍ୟରେ ମାଲ୍ୟା ସୂଚନାଯୋଗ୍ୟ, ଅକ୍ଟୋବର ୨୦୨୫ରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାରେ କହିଥିଲେ ଯେ, ବିଜୟ ମାଲ୍ୟା ‘ପଳାତକ ଆର୍ଥିକ ଅପରାଧୀ ଆଇନ, ୨୦୧୮’ ଅନୁଯାୟୀ ପଳାତକ ଆର୍ଥିକ ଅପରାଧୀ ଘୋଷିତ ୧୫ ଜଣଙ୍କ ମଧ୍ୟରେ ଅଛନ୍ତି।
Tags:ଦେଶ ଓ ବିଦେଶ
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)