ଟ୍ରାନ୍ସଫର୍ମର କଏଲ୍ ଚୋରି ଗ୍ୟାଙ୍ଗ୍କୁ ବଡ଼ ଝଟକା, ୮ ଅଭିଯୁକ୍ତ ଗିରଫ
ମୟୂରଭଞ୍ଜ/କରଞ୍ଜିଆ, ୭/୯: ମୟୂରଭଞ୍ଜ ଜିଲ୍ଲାରେ ବିଦ୍ୟୁତ ଟ୍ରାନ୍ସଫର୍ମରରୁ ତମ୍ବା କଏଲ୍ ଓ ତେଲ ଚୋରି କରୁଥିବା ଏକ ଗ୍ୟାଙ୍ଗ୍କୁ ଧରିବାରେ ପୋଲିସକୁ ବଡ଼ ସଫଳତା ମିଳିଛି। TPNODLର ଟ୍ରାନ୍ସଫର୍ମରରୁ କଏଲ୍ ଚୋରି ଅଭିଯୋଗରେ ୮ ଜଣଙ୍କୁ ପୋଲିସ ଗିରଫ କରିଛି।ପୋଲିସ ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତମାନେ ବହଳଦା, କରଞ୍ଜିଆ ଓ ଯଶିପୁର ଥାନା ଅଞ୍ଚଳରେ ସକ୍ରିୟ ରହି ବିଦ୍ୟୁତ ଟ୍ରାନ୍ସଫର୍ମରକୁ ଟାର୍ଗେଟ୍ କରୁଥିଲେ। ଟ୍ରାନ୍ସଫର୍ମରରୁ ତମ୍ବା କଏଲ୍ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ଯୋଗୁଁ ଅଞ୍ଚଳରେ ବିଦ୍ୟୁତ ସେବା ପ୍ରଭାବିତ ହେଉଥିଲା।ପୋଲିସ ଚଢ଼ାଉ କରି ଗ୍ୟାଙ୍ଗ୍ର ୮ ଜଣ ଅଭିଯୁକ୍ତଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଚୋରି ସାମଗ୍ରୀ ଓ ଚୋରିରେ ବ୍ୟବହୃତ ଯନ୍ତ୍ରପାତି ଜବତ କରିଛି।ଜବତ ହୋଇଥିବା ସାମଗ୍ରୀ,୨୧୦ କେଜି କଷ୍ଟମର ତାର,୧୨୦ କେଜି ତମ୍ବା ତାର,୧ଟି କଟର ମେସିନ୍,୩ଟି ମୋଟରସାଇକେଲ୍,୧୦ଟି ମୋବାଇଲ୍ ଫୋନ ।ଏହି ଘଟଣାରେ ଗିରଫ ଅଭିଯୁକ୍ତମାନଙ୍କୁ ପୋଲିସ ପଚରାଉଚରା କରୁଛି। ଗ୍ୟାଙ୍ଗ୍ର ଅନ୍ୟ ସଦସ୍ୟ ଏବଂ ଚୋରି ଘଟଣା ସହ ଜଡ଼ିତ ଅନ୍ୟାନ୍ୟ ତଥ୍ୟ ନେଇ ତଦନ୍ତ ଜାରି ରହିଛି।ରାଇରଙ୍ଗପୁର ଏସ୍ପି ପ୍ରେସମିଟ୍ରେ ଏନେଇ ସୂଚନା ଦେଇଥିବା ବେଳେ ମାମଲାର ଅଧିକ ତଦନ୍ତ ଚାଲିଥିବା କହିଛନ୍ତି। ଚୋରି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
Tags:
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
