ଆର୍ଆଇ କାର୍ଯ୍ୟାଳୟରେ ଅସୁସ୍ଥ ହୋଇ ଟଳିପଡ଼ିଲେ ବ୍ୟକ୍ତି, ହସ୍ପିଟାଲରେ ମୃତ ଘୋଷଣା
ପାଟଣା:୨/୯:(ବ୍ୟୁରୋ ରିପୋର୍ଟ)କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଟାଙ୍ଗରପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ଘର ଭାଙ୍ଗିଯାଇଥିବାରୁ ପଲିଥିନ ପାଇବା ଆଶାରେ ଆର୍ଆଇ କାର୍ଯ୍ୟାଳୟକୁ ଆସିଥିବା ଜଣେ ବ୍ୟକ୍ତି ହଠାତ୍ ଅସୁସ୍ଥ ହୋଇ ଟଳିପଡ଼ିଥିଲେ। ପରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ମୃତକ ହେଲେ ପାଟଣା ଥାନା ଅଞ୍ଚଳର ବାଦୁଡ଼ିଘେରା ଗ୍ରାମର ଟାଓ୍ବା ନାଏକ।ସୂଚନା ଅନୁଯାୟୀ, ଲଗାଣ ବର୍ଷା ଯୋଗୁଁ ଟାଓ୍ବା ନାଏକଙ୍କ ଘର ଭାଙ୍ଗିଯାଇଥିଲା। ଏହାପରେ ଆଶ୍ରୟ ପାଇଁ ପଲିଥିନ ଯୋଗାଡ଼ କରିବା ଉଦ୍ଦେଶ୍ୟରେ ସେ ଟାଙ୍ଗରପଡ଼ାସ୍ଥିତ ଆର୍ଆଇ କାର୍ଯ୍ୟାଳୟକୁ ଆସିଥିଲେ।ତେବେ କାର୍ଯ୍ୟାଳୟ ପରିସରରେ ଥିବା ସମୟରେ ହଠାତ୍ ସେ ଅସୁସ୍ଥ ହୋଇ ଟଳିପଡ଼ିଥିଲେ। ଉପସ୍ଥିତ ଲୋକମାନେ ତାଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଟାଓ୍ବା ନାଏକଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।ଘଟଣା ପରେ ଟାଙ୍ଗରପଡ଼ା ଓ ବାଦୁଡ଼ିଘେରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତେବେ ଟାଓ୍ବା ନାଏକଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାବତ୍ ସ୍ପଷ୍ଟ ହୋଇନାହିଁ।
Tags:ଜିଲ୍ଲା
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
