ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ଘରେ ଶୋଇଥିଲେ ୧୫ ଜଣ, ଦୋକାନ ଭାଙ୍ଗି ଘରେ ପଶିଲା ହାଇୱା; ଅଳ୍ପକେ ବର୍ତ୍ତିଲା ୧୫ ଜୀବନ

News Summary

ଛେଣ୍ଡିପଦା ନିଶା ଛକରେ ଭୟଙ୍କର ଦୁର୍ଘଟଣା। ଦୋକାନ ଭାଙ୍ଗି ଘରେ ପଶିଲା ହାଇୱା। ଘରେ ଶୋଇଥିବା ୧୫ ଜଣ ଅଳ୍ପକେ ବର୍ତ୍ତିଲେ।

ନଜର ଓଡ଼ିଶା | Nazar Odisha
ଅନୁଗୋଳ/ଛେଣ୍ଡିପଦା, ୦୫/୧୦: ଘରେ ୧୫ ଜଣ ଶୋଇଥିବା ବେଳେ ଦୋକାନ ଭାଙ୍ଗି ଘର ଭିତରକୁ ପଶିଗଲା ହାଇୱା। ତେବେ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ଘରେ ଥିବା ୧୫ ଜଣ। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ନିଶା ଛକରେ ଏହି ଦୁର୍ଘଟଣା ଘଟିଛି।ସୂଚନା ଅନୁସାରେ, ଅନୁଗୋଳରୁ ଛେଣ୍ଡିପଦା ଯାଇଥିବା ୬୩ ନମ୍ବର ରାଜ୍ୟ ରାଜପଥର ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ନିଶା ଛକରେ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ଭାରସାମ୍ୟ ହରାଇଥିଲା। ଫଳରେ ହାଇୱାଟି ଏକ ଜଳଖିଆ ଦୋକାନକୁ ଧକ୍କା ଦେଇ ଦୋକାନ ଭାଙ୍ଗିବା ସହ ନିକଟସ୍ଥ ଘର ଭିତରକୁ ପଶିଯାଇଥିଲା।ଦୁର୍ଘଟଣା ସମୟରେ ଘର ଭିତରେ ୧୫ ଜଣ ଶୋଇଥିଲେ। ହାଇୱା ଘର ଭିତରକୁ ପଶିଯାଇଥିଲେ ମଧ୍ୟ ସମସ୍ତେ ଅଳ୍ପକେ ରକ୍ଷା ପାଇଛନ୍ତି। ଫଳରେ ଏକ ବଡ଼ ଅଘଟଣ ଟଳିଯାଇଛି।ସୂଚନା ମୁତାବକ, ହାଇୱାଟି ଚଣ୍ଡିଖୋଲରୁ ଛେଣ୍ଡିପଦାସ୍ଥିତ ନୟନୀ କୋଇଲା ଖଣିକୁ କୋଇଲା ଲୋଡିଂ ପାଇଁ ଯାଉଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ରାସ୍ତାରେ ସ୍ଥାୟୀ ପ୍ରତିକାର ଦାବି କରି ସ୍ଥାନୀୟ ଲୋକେ ଦାବି ଉଠାଇଛନ୍ତି।ଦୁର୍ଘଟଣା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଟ୍ରକ୍ ଅଟକି ରହିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ଓ ଯାତାୟାତ ସ୍ୱାଭାବିକ କରିବାକୁ ପ୍ରୟାସ କରୁଛି।
Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।