ଟ୍ରମ୍ପଙ୍କୁ ମୁନ୍ନାଭାଇ ଅନ୍ଦାଜ୍ରେ ସଞ୍ଜୟ ଦତ୍ତଙ୍କ ଟାର୍ଗେଟ୍, କହିଲେ- ‘ଟାରିଫ୍ ଛାଡ଼, ଲୋକଙ୍କ ତାରିଫ୍ କର’
News Summary
ଟ୍ରମ୍ପଙ୍କୁ ମୁନ୍ନାଭାଇ ଷ୍ଟାଇଲ୍ରେ ସଞ୍ଜୟ ଦତ୍ତଙ୍କ ଟାରିଫ୍ ଟିପ୍ପଣୀ; ‘ମୁନ୍ନାଭାଇ ୩’କୁ ନେଇ ପୁଣି ଚର୍ଚ୍ଚା।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ମୁମ୍ବାଇ, ୦୪/୧୦: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କ ‘ମୁନ୍ନାଭାଇ’ ଅନ୍ଦାଜ୍ ପୁଣିଥରେ ଚର୍ଚ୍ଚାରେ। ‘ମୁନ୍ନାଭାଇ ଏମ୍ବିବିଏସ୍’ ଓ ‘ଲଗେ ରହୋ ମୁନ୍ନାଭାଇ’ ଭଳି ଫିଲ୍ମରେ ନିଜ ନିଆରା ଶୈଳୀରେ ଦର୍ଶକଙ୍କ ମନ ଜିଣିଥିବା ସଞ୍ଜୟ ଦତ୍ତ ନିକଟରେ ଶେଖର ସୁମନଙ୍କ ଏକ ଶୋ’ରେ ଯୋଗ ଦେଇଥିଲେ।ଶୋ’ରେ ତାଙ୍କୁ ପଚରାଯାଇଥିଲା, ଯଦି ଆଜିର ସମୟରେ ‘ମୁନ୍ନାଭାଇ’ ଦେଶର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ, ତେବେ ଦେଶର ହିତ ପାଇଁ କେଉଁ ନିଷ୍ପତ୍ତି ନେଇଥାନ୍ତେ? ଏହାର ଉତ୍ତର ଦେବା ସମୟରେ ସଞ୍ଜୟ ଦତ୍ତ ନିଜର ଲୋକପ୍ରିୟ ‘ମୁନ୍ନାଭାଇ’ ଅନ୍ଦାଜ୍ରେ ମଜାଳିଆ ଉତ୍ତର ଦେଇଥିଲେ।ସଞ୍ଜୟ କହିଥିଲେ, ପ୍ରଥମେ ସେ ଆମେରିକା ଯାଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ଯୁଦ୍ଧ ଓ ଆକ୍ରମଣ ବଦଳରେ ଶାନ୍ତିର ରାସ୍ତା ଆପଣାଇବାକୁ ସେ ଟ୍ରମ୍ପଙ୍କୁ ବୁଝାଇବେ। ମିସାଇଲ୍ ବଦଳରେ ବଡ଼ ବଡ଼ ଗୁଲଦସ୍ତା ପଠାଇବା ଏବଂ ଧମକ ଦେବା ବଦଳରେ ଲୋକଙ୍କୁ ଘରକୁ ଡାକି ଚା’ ପିଇ ଆଲୋଚନା କରିବାକୁ ସେ ଗୁରୁତ୍ୱ ଦେଇଥିଲେ।ଟ୍ରମ୍ପଙ୍କ ‘ଟାରିଫ୍’ ନୀତିକୁ ନେଇ ମଧ୍ୟ ସଞ୍ଜୟ ଦତ୍ତ ମଜାଳିଆ ଅନ୍ଦାଜ୍ରେ କହିଥିଲେ, ‘ଟାରିଫ୍ ଛାଡ଼, ଲୋକଙ୍କ ତାରିଫ୍ କର।’ ଏହାସହ ‘ମୁନ୍ନାଭାଇ’ଙ୍କ ଲୋକପ୍ରିୟ ଡାଏଲଗ୍ ‘ଜାଦୁ କି ଝପ୍ପି’ ଷ୍ଟାଇଲ୍ରେ ଟ୍ରମ୍ପଙ୍କୁ ଝପ୍ପି ଦେବା କଥା ମଧ୍ୟ କହିଥିଲେ।ସଞ୍ଜୟ ଦତ୍ତଙ୍କ ଏହି ମଜାଳିଆ ବୟାନ ପରେ ପୁଣିଥରେ ବହୁ ପ୍ରତୀକ୍ଷିତ ଫିଲ୍ମ ‘ମୁନ୍ନାଭାଇ ଚଲେ ଆମେରିକା’ ଚର୍ଚ୍ଚାକୁ ଆସିଛି। ମୁନ୍ନାଭାଇ ଫ୍ରାଞ୍ଚାଇଜ୍ର ତୃତୀୟ ଭାଗକୁ ନେଇ ପୂର୍ବରୁ ଘୋଷଣା ହୋଇଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ ନିର୍ମାଣ ହୋଇପାରିନାହିଁ।ତେବେ ସଞ୍ଜୟ ଦତ୍ତଙ୍କ ଏହି ମୁନ୍ନାଭାଇ ଅନ୍ଦାଜ୍ କେବଳ ମଜାକ୍ ନା ଏହା ପଛରେ ‘ମୁନ୍ନାଭାଇ ୩’କୁ ନେଇ କୌଣସି ସଙ୍କେତ ରହିଛି, ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ।
Tags:ମନୋରଞ୍ଜନ
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।