ମାଲକାନଗିରି-ଛତିଶଗଡ଼ ସୀମାରେ ବଡ଼ ସଫଳତା: ଜଙ୍ଗଲରୁ ମାଓ ଡମ୍ପ ଠାବ
News Summary
ମାଲକାନଗିରି-ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା। ଜଙ୍ଗଲରୁ ମାଓ ଡମ୍ପ ଠାବ, ୧୩ ବନ୍ଧୁକ ଓ ୨୦୮ ଡିଟୋନେଟର ଜବତ। ଅପରେସନ ଜାରି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ମାଲକାନଗିରି, ୧୩/୧୦: ମାଲକାନଗିରି-ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଜଙ୍ଗଲରେ ଚାଲିଥିବା ସର୍ଚ୍ଚ ଅପରେସନ ସମୟରେ ଏକ ମାଓ ଡମ୍ପ ଠାବ କରାଯାଇଛି। ଏଥିରୁ ୧୩ଟି ବନ୍ଧୁକ ସହ ୨୦୮ଟି ଡିଟୋନେଟର ଏବଂ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।ପୁଲିସ ସୂଚନା ଅନୁଯାୟୀ, ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖି ଜଙ୍ଗଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା। ଏହି ଅଭିଯାନ ସମୟରେ ମାଓବାଦୀମାନେ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଠାବ ହୋଇଥିଲା।ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ମାଓବାଦୀମାନେ ଏହି ସାମଗ୍ରୀ ଲୁଚାଇ ରଖିଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏହି ଘଟଣା ପରେ ଜଙ୍ଗଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନ ଜାରି ରହିଛି। ଏନେଇ ସୁକୁମା ଏସ୍ପି ସୂଚନା ଦେଇଛନ୍ତି।
Tags:ଆମ ଓଡ଼ିଶା
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।