Showing posts with label କେନ୍ଦୁଝର ଶିକ୍ଷା. Show all posts
Showing posts with label କେନ୍ଦୁଝର ଶିକ୍ଷା. Show all posts
ଶିକ୍ଷକ ନିଯୁକ୍ତି ଦାବିରେ ଧାରଣା ଦେଲେ ଛାତ୍ରଛାତ୍ରୀ, ପ୍ରତିଶ୍ରୁତି ପରେ ହଟିଲେ
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୧/୧୦: ଅଧିକ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଛାତ୍ରଛାତ୍ରୀ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବୁଢ଼ୀକାପୁଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ, ଗୁରୁବାର ପ୍ରାର୍ଥନା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଧିକ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୨୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପ୍ରଧାନଶିକ୍ଷକଙ୍କୁ ମିଶାଇ ମୋଟ ୫ ଜଣ ଶିକ୍ଷକ ଥିବା ବେଳେ ଜଣେ ଶିକ୍ଷକଙ୍କୁ ଡେପୁଟେସନରେ ଅନ୍ୟ ବିଦ୍ୟାଳୟକୁ ପଠାଯାଇଛି।ଗତବର୍ଷ ଆପୋଷ ବୁଝାମଣା ଭିତ୍ତିରେ ଏହି ବିଦ୍ୟାଳୟକୁ ବଦଳି ହୋଇ ଆସିଥିବା ଶିକ୍ଷକ ଉଦୟନାଥ ପଲେଇଙ୍କୁ ମଲ୍ଲୀପଶି ଉପ୍ରା ବିଦ୍ୟାଳୟକୁ ଡେପୁଟେସନରେ ପଠାଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ଧାରଣାରୁ ମଧ୍ୟ ଏହା ସ୍ପଷ୍ଟ ହୋଇଥିଲା।ବିଦ୍ୟାଳୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଏକତ୍ର ଚାଲୁଥିଲେ ମଧ୍ୟ ଦୁଇଟି ପରିସରରେ ଶିକ୍ଷାଦାନ ହେଉଛି। ଫଳରେ ସୀମିତ ସଂଖ୍ୟକ ଶିକ୍ଷକଙ୍କୁ ନେଇ ପାଠପଢ଼ା ପରିଚାଳନାରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି।ଏହାଛଡ଼ା ବିଦ୍ୟାଳୟର ସ୍ୱଳ୍ପ ବ୍ୟୟୀ ଛାତ୍ରାବାସରେ ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ରହି ପାଠ ପଢ଼ୁଛନ୍ତି। ତେଣୁ ବିଦ୍ୟାଳୟରେ ଆହୁରି ଶିକ୍ଷକ ନିଯୁକ୍ତି ଦାବି ଜୋର ଧରିଥିଲା।ଛାତ୍ରଛାତ୍ରୀଙ୍କ ଧାରଣା ସମ୍ପର୍କରେ ଖବର ପାଇ ପାଟଣା ବ୍ଲକ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ ବିଦ୍ୟାଳୟରେ ପହଞ୍ଚିଥିଲେ। ନୂଆଗାଁ ବିଦ୍ୟାଳୟରୁ ଜଣେ ଶିକ୍ଷକଙ୍କୁ ଏଠାକୁ ଡେପୁଟେସନରେ ପଠାଇବା ନେଇ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଓହରି ଯାଇଥିବା ସୂଚନା ମିଳିଛି।
ନଜର ଓଡ଼ିଶା
Nazar Odisha
Powered by Blogger.
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।