Showing posts with label କେନ୍ଦ୍ରାପଡ଼ା. Show all posts
Showing posts with label କେନ୍ଦ୍ରାପଡ଼ା. Show all posts
କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝା ମାମଲା: ତଦନ୍ତ କରିବ ଜାତୀୟ ମାନବାଧିକାର କମିଶନ
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦ୍ରାପଡ଼ା: ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ମାମଲାର ତଦନ୍ତ କରିବ ଜାତୀୟ ମାନବାଧିକାର କମିଶନ (NHRC)। ମହାକାଳପଡ଼ା ବିଡିଓଙ୍କ ଚାମ୍ବର ଭିତରେ ଚାମେଲି ଓଝାଙ୍କ ସହ ମାରପିଟ ଓ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ନେଇ କମିଶନ ପକ୍ଷରୁ ତଦନ୍ତ କରାଯିବ।ସୂଚନା ଅନୁସାରେ, ଗତ ଜୁନ୍ ୧୧ ତାରିଖରେ ମହାକାଳପଡ଼ା ବିଡିଓଙ୍କ ଚାମ୍ବରରେ ଚାମେଲି ଓଝାଙ୍କ ସହ ମାରପିଟ ଓ ଦୁର୍ବ୍ୟବହାର ଅଭିଯୋଗ ଉଠିଥିଲା। ଏହି ଘଟଣା ସମ୍ପର୍କରେ ଜାତୀୟ ମାନବାଧିକାର କମିଶନ ତଦନ୍ତ କରିବାକୁ ପଦକ୍ଷେପ ନେଇଛି।ଏଥିପାଇଁ କମିଶନଙ୍କ ଏକ ୩ ଜଣିଆ ଟିମ୍ ଅକ୍ଟୋବର ୫ ତାରିଖରେ କେନ୍ଦ୍ରାପଡ଼ାରେ ପହଞ୍ଚିବେ। ଏନେଇ ଜାତୀୟ ମାନବାଧିକାର କମିଶନର ଦିଲ୍ଲୀ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡ଼ା ଏସ୍ପି ଓ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଆଗୁଆ ସୂଚନା ଦିଆଯାଇଥିବା ଜଣାପଡ଼ିଛି।ତଦନ୍ତ ସମୟରେ ଘଟଣା ସହ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କୁ କମିଶନଙ୍କ ଟିମ୍ ଭେଟି ପଚରାଉଚରା କରିବ। ଏଥିରେ ମହାକାଳପଡ଼ା ପୋଲିସ, ବିଡିଓ, ବିଡିଓ କାର୍ଯ୍ୟାଳୟର କର୍ମଚାରୀ, ଘଟଣାର ପ୍ରତ୍ୟକ୍ଷଦର୍ଶୀ, ତଦନ୍ତକାରୀ ଅଧିକାରୀ ଏବଂ ଚିକିତ୍ସକଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି।ତେବେ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ମାର୍ଶାଘାଇରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ୩୨୬ ଦିବ୍ୟାଙ୍ଗଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ମାର୍ଶାଘାଇ, ୧୦/୯: ମାର୍ଶାଘାଇ ବ୍ଲକ୍ ପରିସରରେ ମଙ୍ଗଳବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସୌମ୍ୟପ୍ରସାଦ ମଲ୍ଲିକ ଶିବିର ପରିଚାଳନା କରିଥିଲେ।ଶିବିରରେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଦିବ୍ୟାଙ୍ଗମାନଙ୍କ ସହ ବାର୍ତ୍ତାଳାପ କରି ସେମାନଙ୍କ ସମସ୍ୟା ବୁଝିଥିଲେ। ପରେ ସେ ଶିବିରର ଉଦ୍ଘାଟନ କରିଥିଲେ।ଏହି ଶିବିରରେ ଅସ୍ଥିଶଲ୍ୟ ବିଭାଗରେ ୧୦୪ ଜଣ, ଶିଶୁ ବିଭାଗରେ ୨୩ ଜଣ, ମେଡିସିନ ବିଭାଗରେ ୭୨ ଜଣ, ଚକ୍ଷୁ ବିଭାଗରେ ୩୩ ଜଣ, ମାନସିକ ଅନଗ୍ରସର ବିଭାଗରେ ୫୨ ଜଣ ଏବଂ ଶବ୍ଦବାଧିତ ବିଭାଗରେ ୪୨ ଜଣ ଯୋଗଦେଇଥିଲେ। ଅଭିଜ୍ଞ ଡାକ୍ତରମାନେ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।ଏହି ଅବସରରେ ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ଦୁଇ ଜଣ ହିତାଧିକାରୀଙ୍କୁ ସହାୟକ ଉପକରଣ ଭାବେ ଟ୍ରାଏ ସାଇକେଲ ଓ ହୁଇଲ୍ ଚେୟାର ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ପ୍ରତିମା ନାୟକ, ମାର୍ଶାଘାଇ ବ୍ଲକ୍ ବିଡିଓ ତୃପ୍ତି ମହାନ୍ତି, ପଞ୍ଚାୟତ ଉନ୍ନୟନ ଅଧିକାରୀ ସୋନାଲି ବେହେରା ଓ ବ୍ଲକ୍ ଅଧ୍ୟକ୍ଷା ମଧୁସ୍ମିତା ସାମଲ ଉପସ୍ଥିତ ଥିଲେ। ଆର୍ଯ୍ୟକୁମାର ପୃଥ୍ବୀରାଜ ନାୟକ, ପ୍ରିୟଶ୍ରୀ ନାୟକ ଓ ସୌଭାଗ୍ୟ ଦାସ କାର୍ଯ୍ୟକ୍ରମରେ ସହାୟତା କରିଥିଲେ।
ନଜର ଓଡ଼ିଶା
Nazar Odisha
Powered by Blogger.
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।