ଭୁବନେଶ୍ୱର:୨୦/୯,ବାରବାଟୀ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେଉଛି ବହୁ ପ୍ରତୀକ୍ଷିତ ଟି-୨୦ କ୍ରିକେଟ ମହାସମର। ଚଉକା ଓ ଛକାରେ କମ୍ପିବ କଟକର ବାରବାଟୀ ଷ୍ଟାଡିୟମ। ଓଡ଼ିଶା ଟି-୨୦ ଲିଗ୍ CM ଟ୍ରଫିକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ବେଳେ ଟୁର୍ଣ୍ଣାମେଣ୍ଟ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା।ଓଡ଼ିଶା ଟି-୨୦ ଲିଗ୍ CM ଟ୍ରଫିର ଅଫିସିଆଲ୍ ବ୍ରାଣ୍ଡ ଆମ୍ବାସଡର ଭାବେ ସୁରେଶ ରୈନାଙ୍କୁ ଦାୟିତ୍ୱ ଦିଆଯାଇଛି। ତାଙ୍କ ଉପସ୍ଥିତି ଟୁର୍ଣ୍ଣାମେଣ୍ଟର ଆକର୍ଷଣକୁ ଆହୁରି ବଢ଼ାଇଛି।ଏହି ଟି-୨୦ ଲିଗ୍ ଆଜିଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୯ ପର୍ଯ୍ୟନ୍ତ ଚାଲିବ। ଉଦ୍ଘାଟନୀ ମ୍ୟାଚ୍ରେ ବାରବାଟୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ କଟକ ପାନ୍ଥର୍ସ ଓ ସମ୍ବଲପୁର ୱାରିୟର୍ସ। ଏହି ମ୍ୟାଚ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି।ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଫ୍ରାଞ୍ଚାଇଜ୍ ଦଳ ଅଂଶଗ୍ରହଣ କରୁଛନ୍ତି। ସେଗୁଡ଼ିକ ହେଲା— ଭୁବନେଶ୍ୱର ଟାଇଗର୍ସ, ପୁରୀ ଟାଇଟନ୍ସ, କେନ୍ଦୁଝର ମାଇନର୍ସ, ରାଉରକେଲା ସୁପରଷ୍ଟାର୍ସ, ସମ୍ବଲପୁର ୱାରିୟର୍ସ ଓ କଟକ ପାନ୍ଥର୍ସ।ଲିଗ୍ର ସହ-ଆମ୍ବାସଡର ଭାବେ ପୂର୍ବତନ ଭାରତୀୟ କ୍ରିକେଟର ଦେବାଶିଷ ମହାନ୍ତି ମଧ୍ୟ ରହିଛନ୍ତି। ରାଜ୍ୟର ବିଭିନ୍ନ ସହରର ନାମରେ ଗଠିତ ଏହି ଫ୍ରାଞ୍ଚାଇଜ୍ ଦଳଗୁଡ଼ିକ ମଧ୍ୟରେ ରୋମାଞ୍ଚକର ଟି-୨୦ ମୁକାବିଲା ଦେଖିବାକୁ ମିଳିବ।ବାରବାଟୀରେ ଆଜିଠାରୁ ଆରମ୍ଭ ହେଉଥିବା ଏହି କ୍ରିକେଟ ମହାସମରକୁ ନେଇ ଓଡ଼ିଶାର କ୍ରିକେଟପ୍ରେମୀଙ୍କ ଉତ୍ସାହ ବଢ଼ିବାରେ ଲାଗିଛି।
Showing posts with label କ୍ରୀଡ଼ା. Show all posts
Showing posts with label କ୍ରୀଡ଼ା. Show all posts
ବାରବାଟୀରେ ଆଜିଠୁ ଟି-୨୦ କ୍ରିକେଟ ମହାସମର, ଭୁବନେଶ୍ୱରରେ ପହଞ୍ଚିଲେ ସୁରେଶ ରୈନା
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଭୁବନେଶ୍ୱର:୨୦/୯,ବାରବାଟୀ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେଉଛି ବହୁ ପ୍ରତୀକ୍ଷିତ ଟି-୨୦ କ୍ରିକେଟ ମହାସମର। ଚଉକା ଓ ଛକାରେ କମ୍ପିବ କଟକର ବାରବାଟୀ ଷ୍ଟାଡିୟମ। ଓଡ଼ିଶା ଟି-୨୦ ଲିଗ୍ CM ଟ୍ରଫିକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ବେଳେ ଟୁର୍ଣ୍ଣାମେଣ୍ଟ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା।ଓଡ଼ିଶା ଟି-୨୦ ଲିଗ୍ CM ଟ୍ରଫିର ଅଫିସିଆଲ୍ ବ୍ରାଣ୍ଡ ଆମ୍ବାସଡର ଭାବେ ସୁରେଶ ରୈନାଙ୍କୁ ଦାୟିତ୍ୱ ଦିଆଯାଇଛି। ତାଙ୍କ ଉପସ୍ଥିତି ଟୁର୍ଣ୍ଣାମେଣ୍ଟର ଆକର୍ଷଣକୁ ଆହୁରି ବଢ଼ାଇଛି।ଏହି ଟି-୨୦ ଲିଗ୍ ଆଜିଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୯ ପର୍ଯ୍ୟନ୍ତ ଚାଲିବ। ଉଦ୍ଘାଟନୀ ମ୍ୟାଚ୍ରେ ବାରବାଟୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ କଟକ ପାନ୍ଥର୍ସ ଓ ସମ୍ବଲପୁର ୱାରିୟର୍ସ। ଏହି ମ୍ୟାଚ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି।ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଫ୍ରାଞ୍ଚାଇଜ୍ ଦଳ ଅଂଶଗ୍ରହଣ କରୁଛନ୍ତି। ସେଗୁଡ଼ିକ ହେଲା— ଭୁବନେଶ୍ୱର ଟାଇଗର୍ସ, ପୁରୀ ଟାଇଟନ୍ସ, କେନ୍ଦୁଝର ମାଇନର୍ସ, ରାଉରକେଲା ସୁପରଷ୍ଟାର୍ସ, ସମ୍ବଲପୁର ୱାରିୟର୍ସ ଓ କଟକ ପାନ୍ଥର୍ସ।ଲିଗ୍ର ସହ-ଆମ୍ବାସଡର ଭାବେ ପୂର୍ବତନ ଭାରତୀୟ କ୍ରିକେଟର ଦେବାଶିଷ ମହାନ୍ତି ମଧ୍ୟ ରହିଛନ୍ତି। ରାଜ୍ୟର ବିଭିନ୍ନ ସହରର ନାମରେ ଗଠିତ ଏହି ଫ୍ରାଞ୍ଚାଇଜ୍ ଦଳଗୁଡ଼ିକ ମଧ୍ୟରେ ରୋମାଞ୍ଚକର ଟି-୨୦ ମୁକାବିଲା ଦେଖିବାକୁ ମିଳିବ।ବାରବାଟୀରେ ଆଜିଠାରୁ ଆରମ୍ଭ ହେଉଥିବା ଏହି କ୍ରିକେଟ ମହାସମରକୁ ନେଇ ଓଡ଼ିଶାର କ୍ରିକେଟପ୍ରେମୀଙ୍କ ଉତ୍ସାହ ବଢ଼ିବାରେ ଲାଗିଛି।
ସାହାରପଡ଼ାରେ ଜୋନ ସ୍ତରୀୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ୨୦୨୬-୨୭ ଅନୁଷ୍ଠିତ
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର, ୧୦/୯: କେନ୍ଦୁଝର ଜିଲ୍ଲା ସାହାରପଡ଼ାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଜୋନ ସ୍ତରୀୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ୨୦୨୬-୨୭ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜୋନ ଅନ୍ତର୍ଗତ ୧୪ଟି ବିଦ୍ୟାଳୟର ମୋଟ ୨୦୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ପ୍ରତିଯୋଗିତାରେ କବାଡ଼ି, ଖୋ-ଖୋ, ଭଲିବଲ ଓ ଫୁଟବଲ ଭଳି ଚାରିଟି ପ୍ରମୁଖ କ୍ରୀଡ଼ା ସାମିଲ ହୋଇଥିଲା। ୧୪ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ୍ ବୟସ ବର୍ଗର ବାଳକ ଓ ବାଳିକାମାନେ ବିଭିନ୍ନ କ୍ରୀଡ଼ାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଖେଳ ପଡ଼ିଆରେ ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ପ୍ରତିଯୋଗିତାମୂଳକ ମନୋଭାବ ବେଶ ଆକର୍ଷଣୀୟ ଥିଲା।କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାହାରପଡ଼ା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) କ୍ଷେତ୍ରମୋହନ ହାଁସଦା ଯୋଗଦେଇଥିଲେ। ସେ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ପ୍ରତି ଆଗ୍ରହୀ ହେବା ସହ ଶାରୀରିକ ଓ ମାନସିକ ବିକାଶ ପାଇଁ ଖେଳକୁ ଜୀବନର ଅଭିନ୍ନ ଅଂଶ କରିବାକୁ ଉତ୍ସାହିତ କରିଥିଲେ।ସମ୍ମାନିତ ଅତିଥି ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଯୋଗଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ବାଳକ ଓ ବାଳିକାମାନଙ୍କୁ ଉତ୍ସାହିତ କରିଥିଲେ।ଜୋନାଲ ସେକ୍ରେଟାରୀ ସୁଶାନ୍ତ କୁମାର ମହାନ୍ତଙ୍କ ତତ୍ତ୍ୱାବଧାନରେ କ୍ରୀଡ଼ା ପ୍ରତିଯୋଗିତା ପରିଚାଳିତ ହୋଇଥିଲା। କ୍ରୀଡ଼ା ଶିକ୍ଷକ ଶିବ ପ୍ରସାଦ ମହାନ୍ତ, ଲିଙ୍ଗରାଜ ରାଉତ, କିଶୋର କୁମାର ନାୟକ, ଆଲୋକ ନଳିନୀ ମହାନ୍ତ ଓ ବିମଳିନୀ ମହାନ୍ତ ପ୍ରମୁଖ ସକ୍ରିୟ ସହଯୋଗ କରି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପନ୍ନ କରିଥିଲେ।ଏହି ଜୋନ ସ୍ତରୀୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପ୍ରତିଭାର ବିକାଶ ସହ ଶୃଙ୍ଖଳା, ସହଯୋଗିତା ଓ ଭାଇଚାରାର ବାର୍ତ୍ତା ପ୍ରସାର କରିଥିବା ମତ ପ୍ରକାଶ ପାଇଛି।
ସାହାରପଡ଼ା ମାଛଗଡ଼ରେ ଇଷ୍ଟ ଜୋନସ୍ତରୀୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ପାଟଣା: ୩/୯: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଅନ୍ତର୍ଗତ ମାଛଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ଇଷ୍ଟ ଜୋନସ୍ତରୀୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା–୨୦୨୬-୨୭ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।ପୂର୍ବାହ୍ନ ୧୦ଟା ସମୟରେ ଆୟୋଜିତ ଏହି କ୍ରୀଡ଼ା ଉତ୍ସବରେ ଆଖପାଖ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ କ୍ରୀଡ଼ାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।ମାଛଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମେଶ୍ୱର ମହାନ୍ତ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମାଛଗଡ଼ କ୍ଲଷ୍ଟରର ସିଆରସିସି ଅଚ୍ୟୁତାନନ୍ଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ପ୍ରତି ଆଗ୍ରହୀ ହେବାକୁ ଆହ୍ୱାନ କରିଥିଲେ। ଏଥିସହ ଶାରୀରିକ ଓ ମାନସିକ ବିକାଶରେ କ୍ରୀଡ଼ାର ଗୁରୁତ୍ୱ ସମ୍ପର୍କରେ ସେ ଉଦ୍ବୋଧନ ଦେଇଥିଲେ।ପରେ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ମାନସ ରଞ୍ଜନ ମହାନ୍ତଙ୍କ ତତ୍ତ୍ୱାବଧାନରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଭାବେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଥିଲେ।କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିବାବେଳେ ଆଖପାଖ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକମାନେ ମଧ୍ୟ ସାମିଲ ହୋଇଥିଲେ।ଶତାଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ମାଛଗଡ଼ କ୍ରୀଡ଼ା ପଡ଼ିଆ ଦିନତମାମ କ୍ରୀଡ଼ାମୁଖର ହୋଇଉଠିଥିଲା। କ୍ରୀଡ଼ା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା, ସହନଶୀଳତା, ନେତୃତ୍ୱ ଓ ଭାତୃତ୍ୱଭାବ ବିକଶିତ ହୁଏ ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ।
ନଜର ଓଡ଼ିଶା
Nazar Odisha
Powered by Blogger.
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।
