Showing posts with label ଝୁମ୍ପୁରା. Show all posts
Showing posts with label ଝୁମ୍ପୁରା. Show all posts
କେନ୍ଦୁଝରରେ ଅଘଟଣ: ନଦୀରେ ବୁଡ଼ି ୧୩ ବର୍ଷୀୟ ବାଳକ ମୃତ, ବଡ଼ ଭାଇ ନିଖୋଜ
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଚମ୍ପୁଆ: ନଦୀରେ ଗାଧୋଇବା ବେଳେ ଅଘଟଣ। ଦୁଇ ଭାଇଙ୍କ ସହ ପଡ଼ୋଶୀ ନାବାଳକ ନଦୀର ଗଭୀର ଜଳରେ ବୁଡ଼ି ଭାସିଯାଇଛନ୍ତି। ଏହି ଘଟଣାରେ ସାନ ଭାଇର ମୃତଦେହ ଉଦ୍ଧାର ହୋଇଥିବା ବେଳେ ବଡ଼ ଭାଇ ଏବେବି ନିଖୋଜ ଅଛନ୍ତି। ଅନ୍ୟ ଜଣେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ସିଲିସୁଆଁ ନିକଟସ୍ଥ ଅରଡ଼େଇ ନଦୀରେ ଏହି ଦୁଃଖଦ ଘଟଣା ଘଟିଛି।ସୂଚନା ଅନୁଯାୟୀ, ଶନିବାର ଅର୍ଶଳା ମୁସଲିମ ବସ୍ତିର ମହମ୍ମଦ ମହିବୁର ରହମାନଙ୍କ ଦୁଇ ପୁଅ ଅହମଦ ଅନସାରୀ (୧୪) ଓ ସାଦ୍ ଅନସାରୀ (୧୩) ଏବଂ ପଡ଼ୋଶୀ ଏମ୍.ଡି. ମଜୁମ୍ଙ୍କ ପୁଅ ମୁସ୍ତଫା (୧୩) ଏକାଠି ଗାଧୋଇବା ପାଇଁ ଅରଡ଼େଇ ନଦୀକୁ ଯାଇଥିଲେ।ଗାଧୋଇବା ସମୟରେ ତିନିଜଣ ଯାକ ନଦୀର ଗଭୀର ଜଳରେ ବୁଡ଼ି ଭାସିଯାଇଥିଲେ।
ପିଲାମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ନଦୀକୁ ଡେଇଁ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ। ତେବେ ସାଦ୍ ଅନସାରୀଙ୍କୁ ଉଦ୍ଧାର କରିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଗୁରୁତର ଅବସ୍ଥାରେ ମୁସ୍ତଫାଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଅନ୍ୟପକ୍ଷରେ, ଅହମଦ ଅନସାରୀ ଏବେବି ନିଖୋଜ ଅଛନ୍ତି। ଖବର ପାଇ ଝୁମ୍ପୁରା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଖୋଜ ବାଳକଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।ଏହି ଦୁଃଖଦ ଘଟଣାକୁ ନେଇ ଅର୍ଶଳା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ନଜର ଓଡ଼ିଶା
Nazar Odisha
Powered by Blogger.
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।