Showing posts with label ତୁରୁମୁଙ୍ଗା. Show all posts
Showing posts with label ତୁରୁମୁଙ୍ଗା. Show all posts
ତୁରୁମୁଙ୍ଗାରେ ଜାତୀୟ ରାଜପଥ କଡ଼ରୁ ଦୋକାନ ଓ ଘର ଭଙ୍ଗା, ୭୯ ଜଣଙ୍କୁ ଜବରଦଖଲ ହଟାଇବାକୁ ନୋଟିସ୍
ପାଟଣା: ୮/୯: ଜାତୀୟ ରାଜପଥ କଡ଼ରେ ଥିବା ଜବରଦଖଲ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଅଞ୍ଚଳରେ ଜାତୀୟ ରାଜପଥ କଡ଼ରେ ଥିବା ବହୁ ଦୋକାନ ଓ ଘର ଭଙ୍ଗାଯାଇଛି।ସୂଚନା ଅନୁଯାୟୀ, ଜାତୀୟ ରାଜପଥ କଡ଼ରେ ଥିବା ଦୋକାନ, ଢାବା ଓ ଅନ୍ୟାନ୍ୟ ଅନଧିକୃତ ନିର୍ମାଣ ଯୋଗୁଁ ସଡ଼କ ଦୁର୍ଘଟଣାର ଆଶଙ୍କା ବଢ଼ୁଥିବାରୁ ଜବରଦଖଲ ହଟାଇବା ନେଇ ପଦକ୍ଷେପ ନିଆଯାଇଛି।୪୯ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ପାଟଣା ବ୍ଲକର ଦ୍ୱିତୀୟ ବୃହତ୍ ବଜାର ଅଞ୍ଚଳ ଭାବେ ପରିଚିତ ତୁରୁମୁଙ୍ଗାରେ ଜବରଦଖଲ କରି ଦୋକାନ ଆଦି କରିଥିବା ୭୯ ଜଣଙ୍କୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜବରଦଖଲ ହଟାଇବା ପାଇଁ ନୋଟିସ୍ ଦିଆଯାଇଥିଲା।ଏହି ପରିପ୍ରେକ୍ଷୀରେ ତୁରୁମୁଙ୍ଗା ଓ ଝାରବେଡ଼ା ମୌଜାରେ ଥିବା ବହୁ ଦୋକାନ ଘର, ବସ୍ଷ୍ଟାଣ୍ଡ ଅଞ୍ଚଳର ଦୋକାନ ଏବଂ ମାର୍କେଟ୍ କମ୍ପ୍ଲେକ୍ସର କିଛି ଘରକୁ ଆଗୁଆ ଭଙ୍ଗାଯାଇଥିବା ଦେଖାଯାଇଛି। ଦୋକାନୀମାନେ ନିଜ ଘରର ଛପର ଖୋଲି ନେବା ସହ ଦୋକାନର ଜିନିଷପତ୍ର ମଧ୍ୟ ସୁରକ୍ଷିତ ସ୍ଥାନକୁ ନେଇଯାଇଛନ୍ତି।ଅନ୍ୟପକ୍ଷରେ, ଜବରଦଖଲ ହଟାଇବା ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା ବ୍ୟବସାୟୀ ଓ ଲୋକମାନେ ସେମାନଙ୍କ ଜୀବନଜୀବିକାକୁ ଗୁରୁତ୍ୱ ଦେଇ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ବିକଳ୍ପ ଜାଗା ଯୋଗାଇ ଦେବାକୁ ଗତକାଲି ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ।ସୂଚନା ମିଳିଛି ଯେ, ତୁରୁମୁଙ୍ଗା ବସ୍ଷ୍ଟାଣ୍ଡ ଓ ମାର୍କେଟ୍ କମ୍ପ୍ଲେକ୍ସ ପାଇଁ ନୂଆ ଜାଗା ଚିହ୍ନଟ କରିବାକୁ ପାଟଣା ତହସିଲଦାର ଅଶ୍ୱିନୀ କୁମାର ନାଏକଙ୍କୁ ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।ଜାତୀୟ ରାଜପଥ କଡ଼ରୁ ଜବରଦଖଲ ହଟାଇବା ପରେ ପ୍ରଭାବିତ ବ୍ୟବସାୟୀମାନଙ୍କ ଜୀବନଜୀବିକା ପାଇଁ ବିକଳ୍ପ ବ୍ୟବସ୍ଥା କେବେ ହେବ, ତାହାକୁ ନେଇ ଏବେ ସ୍ଥାନୀୟ ଲୋକଙ୍କ ନଜର ରହିଛି।
ନଜର ଓଡ଼ିଶା
Nazar Odisha
Powered by Blogger.
