Showing posts with label ତ୍ରିରଙ୍ଗା କପ୍. Show all posts
Showing posts with label ତ୍ରିରଙ୍ଗା କପ୍. Show all posts
ତ୍ରିରଙ୍ଗା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ: ଆଦିତ୍ୟଙ୍କ ଧୂଆଁଧାର ବ୍ୟାଟିଂରେ ରୟାଲ୍ ଷ୍ଟ୍ରାଇକର୍ସ ଚମ୍ପିୟାନ୍
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ମୟୂରଭଞ୍ଜ/ରାଇରଙ୍ଗପୁର,୧୫/୯: ରାଇରଙ୍ଗପୁର ସ୍ଥାନୀୟ ୧୫ ନମ୍ବର ୱାର୍ଡସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ପଡ଼ିଆରେ ତ୍ରିରଙ୍ଗା କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ତିନିଦିନିଆ ତ୍ରିରଙ୍ଗା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ଦ୍ୱାରା ଉଦ୍ଘାଟିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ।ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଷ୍ଟ୍ରାଇକର୍ସ ୮ ୱିକେଟ୍ରେ ମା’ ଅମ୍ବିକା ସୁପର୍ ସ୍ମାଶର୍ସକୁ ପରାସ୍ତ କରି ଚମ୍ପିୟାନ୍ ହୋଇଛି।ପ୍ରଥମେ ବ୍ୟାଟିଂ କରି ମା’ ଅମ୍ବିକା ସୁପର୍ ସ୍ମାଶର୍ସ ୧୦ ଓଭରରେ ୭ ୱିକେଟ୍ ହରାଇ ୧୬୧ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଲାଲଟୁ ସିଂ ୨୧ଟି ବଲ୍ରେ ୬୮ ରନ୍ର ଆକର୍ଷଣୀୟ ଇନିଂସ ଖେଳିଥିଲେ। ରୟାଲ୍ ଷ୍ଟ୍ରାଇକର୍ସ ପକ୍ଷରୁ ପୁଙ୍ଗା ସୋରେନ, ହୀରକ ସିଂ ଓ ନିହାର ରଞ୍ଜନ ନାଏକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।୧୬୨ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ରୟାଲ୍ ଷ୍ଟ୍ରାଇକର୍ସ ୯.୩ ଓଭରରେ ୨ ୱିକେଟ୍ ହରାଇ ୧୬୫ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା। ଦଳର ବିଜୟରେ ଆଦିତ୍ୟ ବସାଙ୍କ ଧୂଆଁଧାର ବ୍ୟାଟିଂ ପ୍ରମୁଖ ଭୂମିକା ନେଇଥିଲା। ଆଦିତ୍ୟ ୩୩ଟି ବଲ୍ରେ ୫ଟି ଚୌକା ଓ ୧୧ଟି ଛକା ସହ ୯୨ ରନ୍ର ବିସ୍ଫୋରକ ଇନିଂସ ଖେଳିଥିଲେ।ମୃତ୍ୟୁଞ୍ଜୟ ଘୋସାଲ ଓ ସ୍ୱାଭିମ ଦାସ ମ୍ୟାଚ୍ ପରିଚାଳନା କରିଥିବା ବେଳେ ଶେକ୍ ନାଫିସୁଲ ହୁସେନ ଓ ଦୀନକୃଷ୍ଣ ନାୟକ ସ୍କୋରିଂରେ ସହଯୋଗ କରିଥିଲେ। ମାନସ ରଞ୍ଜନ ସିଂହ ଧାରାବିବରଣୀ ପ୍ରଦାନ କରିଥିଲେ।ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଭାବେ ସମ୍ବିତ ସାମଲ, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ଲାଲଟୁ ସିଂ, ଶ୍ରେଷ୍ଠ ବୋଲର୍ ଭାବେ ଆଲୋକ ଦାସ ପୁରସ୍କୃତ ହୋଇଥିଲେ। ସେହିପରି ଆଦିତ୍ୟ ବସା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ମ୍ୟାନ୍ ଅଫ୍ ଦି ସିରିଜ୍ ଭାବେ ପୁରସ୍କୃତ ହୋଇଥିଲେ।ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ସରୋଜିନୀ ହେମ୍ବ୍ରମ, ସମ୍ମାନିତ ଅତିଥି ଭାବେ ଏମ୍ସିସି ବ୍ୟାଙ୍କ ସଭାପତି ସୁବ୍ରମନିୟମ ମହାନ୍ତି, ପୂର୍ବତନ କ୍ରିକେଟ୍ ଖେଳାଳି ସୋମନାଥ ସିଂହ ଓ ତ୍ରିରଙ୍ଗା କ୍ଲବ୍ ଉପସଭାପତି ରବୀନ୍ଦ୍ର କୁମାର ମହାନ୍ତି ଯୋଗଦେଇ ବିଜେତା ଓ ଅନ୍ୟ ପୁରସ୍କାର ବିଜେତାଙ୍କୁ ପୁରସ୍କୃତ କରିଥିଲେ।କ୍ଲବ୍ର ବରିଷ୍ଠ ସଦସ୍ୟ ସରୋଜ ମହାପାତ୍ର (ଲିଟନ୍)ଙ୍କ ନେତୃତ୍ୱରେ ମହମ୍ମଦ ଭାଇ, ଓମ୍ ପ୍ରକାଶ, ଅଭିଜିତ ବେହେରା, ଚିରଞ୍ଜୀବ, ଉପେନ୍ଦ୍ର ନାୟକ, ଶିବୁ, ତୁଷାର ଓ ବିନୋରିଲାଲ ରଣା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।
ନଜର ଓଡ଼ିଶା
Nazar Odisha
Powered by Blogger.
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।
