Showing posts with label ବାଉଁସୁଳୀ. Show all posts
Showing posts with label ବାଉଁସୁଳୀ. Show all posts
ଜଙ୍ଗଲ ସୀମାରେ ମଦ ଦୋକାନ, ବନ ବିଭାଗର ଲଟକା: ୩ ଦିନ ମଧ୍ୟରେ ସ୍ଥାନାନ୍ତର ନିର୍ଦ୍ଦେଶ
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୧୧/୧୦: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ବାଉଁଶୁଳି ସଂରକ୍ଷିତ ଜଙ୍ଗଲ ସୀମାରେ ଖୋଲାଯାଇଥିବା ଏକ ବିଦେଶୀ ମଦ ଦୋକାନକୁ ନେଇ ବିବାଦ ଦେଖାଦେଇଛି। ଦୋକାନଟିକୁ ଆସନ୍ତା ୩ ଦିନ ମଧ୍ୟରେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ବନ ବିଭାଗ ପକ୍ଷରୁ ଲଟକା ଜାରି କରାଯାଇଛି।ସୂଚନା ଅନୁଯାୟୀ, ପ୍ରାୟ ୩ ସପ୍ତାହ ପୂର୍ବରୁ ଗୋଡ଼ିପୋଖରୀ ଗ୍ରାମରେ ଏକ ବିଦେଶୀ ମଦ ଦୋକାନ ଖୋଲାଯାଇଥିଲା। ଗ୍ରାମବାସୀଙ୍କ ତୀବ୍ର ବିରୋଧ ପରେ ଦୋକାନ ମାଲିକ ଏହାକୁ ବାଉଁଶୁଳି ସଂରକ୍ଷିତ ଜଙ୍ଗଲ ସୀମାକୁ ସ୍ଥାନାନ୍ତର କରିଥିଲେ।ତେବେ ସଂରକ୍ଷିତ ଜଙ୍ଗଲ ସୀମାରେ ମଦ ଦୋକାନ ଥିବାରୁ ଖିରେଇଟାଙ୍ଗିରି ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଏହାକୁ ହଟାଇବାକୁ ଦୋକାନ ମାଲିକଙ୍କୁ କହିଥିଲେ। କିନ୍ତୁ ଦୋକାନ ହଟାଯାଇନଥିବାରୁ ବନ ବିଭାଗ ପକ୍ଷରୁ ଆଜି ଅପରାହ୍ନରେ ଲଟକା ଜାରି କରାଯାଇଛି।ଲଟକାରେ ଆସନ୍ତା ୩ ଦିନ ମଧ୍ୟରେ ମଦ ଦୋକାନଟିକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ନକଲେ ଜଙ୍ଗଲ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।
ନଜର ଓଡ଼ିଶା
Nazar Odisha
Powered by Blogger.
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।