Showing posts with label ସମ୍ବଲପୁର. Show all posts
Showing posts with label ସମ୍ବଲପୁର. Show all posts
ସମ୍ବଲପୁରରେ ୩୩୦ ବୋତଲ ନିଶା କଫ୍ ସିରପ୍ ଜବତ, ମହିଳା ଗିରଫ
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ସମ୍ବଲପୁର: ଆଗାମୀ ପାର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହି କ୍ରମରେ ଠେଲକୋଲେଇ ଥାନା ଅନ୍ତର୍ଗତ ଶ୍ରଦ୍ଧାପାଲି ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣର ନିଶା କଫ୍ ସିରପ୍ ଜବତ କରାଯାଇଛି।ନିଶା କଫ୍ ସିରପ୍ କାରବାର ସମ୍ପର୍କରେ ସୂଚନା ପାଇ ଗୁରୁବାର ଅବକାରୀ ବିଭାଗର ଏକ ଟିମ୍ ଶ୍ରଦ୍ଧାପାଲି ଗ୍ରାମରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଗ୍ରାମର ପୁଷ୍ପଲତା ବେହେରା (୫୨)ଙ୍କୁ ଧରାଯାଇଥିଲା।ତାଙ୍କ ନିକଟରୁ ୩୩୦ଟି ନିଶା କଫ୍ ସିରପ୍ ବୋତଲ ଜବତ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି କଫ୍ ସିରପ୍ ଅବୈଧ ଭାବେ ରଖାଯାଇଥିବା ଅଭିଯୋଗରେ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।ଏହାପରେ ଅବକାରୀ ବିଭାଗ ପକ୍ଷରୁ ପୁଷ୍ପଲତା ବେହେରାଙ୍କୁ ଗିରଫ କରାଯାଇ ଜବତ କଫ୍ ସିରପ୍ଗୁଡ଼ିକୁ ଜବତ କରାଯାଇଛି। ଗିରଫ ମହିଳାଙ୍କୁ ଆଜି ଅଦାଲତକୁ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ନଜର ଓଡ଼ିଶା
Nazar Odisha
Powered by Blogger.
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।