Showing posts with label ସୁନାଖମଣ. Show all posts
Showing posts with label ସୁନାଖମଣ. Show all posts
ସୁନାଖମଣ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୧/୧୦: ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତର ବଣମହୁଲଡିହାସ୍ଥିତ ସୁନାଖମଣ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ମଧୁସୂଦନ ମହାନ୍ତଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ମଲ୍ଲିନ୍ଦ୍ର ମହାନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ତଥା ପୂର୍ବତନ ସରପଞ୍ଚ ବିଦ୍ୟାଧର ନାୟକ ଯୋଗଦେଇଥିଲେ।ମୁଖ୍ୟ ବକ୍ତା ଭାବେ ପାଟଣା ବ୍ଲକ ଓଷ୍ଟା ସମ୍ପାଦକ ସଞ୍ଜୟ କୁମାର ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଓଷ୍ଟା ସଭାପତି ପାର୍ଥସାରଥୀ ବେଜ୍, ଡୁମୁରିଆ କ୍ଲଷ୍ଟର ସଂଯୋଜକ ଯୁଧିଷ୍ଠିର ମହାନ୍ତ, ପଲାଣଘାଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେଶ୍ୱର ମହାନ୍ତ, ୟୁପି ସ୍କୁଲର ପ୍ରଧାନଶିକ୍ଷକ କିଶୋର ବଳ ଏବଂ ସମିତି ସଭ୍ୟା ଜୟନ୍ତୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।ସେହିପରି ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ପ୍ରତାପ ମହାକୁଡ଼, ଗୋବର୍ଦ୍ଧନ ନାୟକ, ଗୋପବନ୍ଧୁ ନାୟକ, ସ୍ୱାଗତିକା ନାୟକ, ବିନ୍ଦୁମତୀ ମହାନ୍ତ ଓ ଦୁର୍ଗାଚରଣ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ।ଉପସ୍ଥିତ ଅତିଥିମାନେ ଶିକ୍ଷକ ମଧୁସୂଦନ ମହାନ୍ତଙ୍କ ବିଦ୍ୟାଳୟ ତଥା ଅଞ୍ଚଳର ଶିକ୍ଷା କ୍ଷେତ୍ର ପ୍ରତି ଦୀର୍ଘଦିନର ଅବଦାନକୁ ପ୍ରଶଂସା କରିବା ସହ ତାଙ୍କ ଅବସର ଜୀବନ ସୁଖମୟ ଓ ଶାନ୍ତିପୂର୍ଣ୍ଣ ହେଉ ବୋଲି ଶୁଭେଚ୍ଛା ଜଣାଇଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବୀରଭଦ୍ର ପାଲ ଅତିଥି ପରିଚୟ ପ୍ରଦାନ କରିଥିଲେ।
ନଜର ଓଡ଼ିଶା
Nazar Odisha
Powered by Blogger.
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।