Showing posts with label UAE Visit. Show all posts
Showing posts with label UAE Visit. Show all posts
ୟୁଏଇ ଗସ୍ତ ସାରି ଓଡ଼ିଶା ଫେରିଲେ CM ମୋହନ ମାଝୀ, ୨.୪୩ ଲକ୍ଷ କୋଟି ନିବେଶର ଆଶା
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଭୁବନେଶ୍ୱର: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ୫ ଦିନିଆ ଗସ୍ତ ସାରି ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୟୁଏଇ ଗସ୍ତ ସମୟରେ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗଦେବା ସହ ବିଭିନ୍ନ ଶିଳ୍ପପତି ଓ ନିବେଶକଙ୍କ ସହ ଆଲୋଚନା କରିଥିଲେ।ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଫେରିବା ପରେ ତାଙ୍କୁ ଭବ୍ୟ ସ୍ୱାଗତକରାଯାଇଥିଲା। ଗସ୍ତ ସମୟରେ ୩ ଦିନ ଧରି ନିବେଶକମାନଙ୍କ ସହ ବ୍ୟାପକ ଆଲୋଚନା ହୋଇଥିବା ଜଣାପଡ଼ିଛି।ଓଡ଼ିଶାକୁ ଅଧିକ ପୁଞ୍ଜିନିବେଶ ଆଣିବା ଏବଂ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତର ପ୍ରମୁଖ ଲକ୍ଷ୍ୟ ଥିଲା।ଗସ୍ତ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାକୁ ପ୍ରାୟ ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ନିବେଶ ଆସିବାର ଆଶା ରହିଛି। ଏହି ନିବେଶ ମାଧ୍ୟମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୮ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।ଅନ୍ୟପଟେ, ୟୁଏଇ ଗସ୍ତ ପରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ମଧ୍ୟ ପ୍ରେସମିଟ୍ କରି ଗସ୍ତର ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ, ୨୪ଟି ପ୍ରକଳ୍ପ ପାଇଁ ଏମ୍ଓୟୁ ସ୍ୱାକ୍ଷର ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ପ୍ରାୟ ୨.୪୩ ଲକ୍ଷ କୋଟି ଟଙ୍କାର ନିବେଶ ଆସିବାର ସମ୍ଭାବନା ରହିଛିବିଶେଷକରି ଆଇଟି ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶ ଆସିବାର ଆଶା ରହିଛି। ଏହି ନିବେଶ ପ୍ରସ୍ତାବଗୁଡ଼ିକ ବାସ୍ତବ ରୂପ ନେଲେ ଓଡ଼ିଶାର ଶିଳ୍ପାୟନ, ଅର୍ଥନୈତିକ ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିପାରେ।ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ବିରୋଧୀଙ୍କ ଅଭିଯୋଗକୁ ମଧ୍ୟ ଶିଳ୍ପ ମନ୍ତ୍ରୀ ଖଣ୍ଡନ କରିଛନ୍ତି। ୟୁଏଇରୁ ଆସିଥିବା ନିବେଶ ପ୍ରସ୍ତାବଗୁଡ଼ିକ ଓଡ଼ିଶାରେ ଶିଳ୍ପ ଓ ରୋଜଗାର କ୍ଷେତ୍ରକୁ ନୂଆ ଗତି ଦେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।
ନଜର ଓଡ଼ିଶା
Nazar Odisha
Powered by Blogger.
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।