Showing posts with label Uttar Pradesh News. Show all posts
Showing posts with label Uttar Pradesh News. Show all posts
ଗାଜିଆବାଦରେ ୧୬ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ: ପାଠପଢ଼ା ଚାପ ନେଇ ତଦନ୍ତ, ନୋଟ୍ ଜବତ
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ନୂଆଦିଲ୍ଲୀ, ୧୬/୦୯: ଉତ୍ତରପ୍ରଦେଶର ଗାଜିଆବାଦର ସିଦ୍ଧାର୍ଥମ ସୋସାଇଟିରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ନାବାଳିକାଙ୍କ ନାମ ସନାୟା ବିଷ୍ଟ ବୋଲି ପୋଲିସ ସୂଚନା ଦେଇଛି।ପୋଲିସ ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଘଟଣା ସମ୍ପର୍କରେ ଖବର ମିଳିଥିଲା। ନାବାଳିକାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣା ପରେ ପୋଲିସ ଏକ ନୋଟ୍ ଜବତ କରିଛି। ସେଥିରେ ପାଠପଢ଼ାକୁ ନେଇ ଚାପରେ ଥିବା ସଙ୍କେତ ମିଳିଥିବା ଜଣାପଡ଼ିଛି। ନୋଟ୍ରେ ନାବାଳିକା ତାଙ୍କ ମାଆ-ବାପାଙ୍କ ପ୍ରତି ଭଲପାଇବାର କଥା ମଧ୍ୟ ଲେଖିଥିବା ପୋଲିସ କହିଛି।
ତେବେ କେବଳ ପାଠପଢ଼ା ଚାପ ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ତଦନ୍ତ ଜାରି ରହିଛି। ପୋଲିସ ଘଟଣାର ସମସ୍ତ ଦିଗ ଯାଞ୍ଚ କରୁଛି। ପୋଷ୍ଟମର୍ଟମ ରିପୋର୍ଟ ଓ ତଦନ୍ତ ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସ୍ପଷ୍ଟ ହେବ ବୋଲି ବିଜୟନଗର ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ନଜର ଓଡ଼ିଶା
Nazar Odisha
Powered by Blogger.
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।