ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

Showing posts with label ଅନୁଗୁଳ. Show all posts
Showing posts with label ଅନୁଗୁଳ. Show all posts

ଜଳଭଣ୍ଡାରରୁ ବନ୍ୟଜନ୍ତୁ ଉଦ୍ଧାର ନେଇ ଅନୁଗୁଳରେ ମକ୍ ଡ୍ରିଲ୍, ପ୍ରସ୍ତୁତି ପରଖିଲା RRT ଓ MVU ଟିମ୍

News Summary

ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍

ନଜର ଓଡ଼ିଶା | Nazar Odisha
ଅନୁଗୁଳ, ୨୧/୯: ବନ୍ୟଜନ୍ତୁଙ୍କୁ ଜରୁରୀ ପରିସ୍ଥିତିରେ ତ୍ୱରିତ ଓ ସୁରକ୍ଷିତ ଭାବେ ଉଦ୍ଧାର କରିବା ନେଇ ଅନୁଗୁଳ ବନଖଣ୍ଡର RRT ଏବଂ MVU ଟିମ୍ ପକ୍ଷରୁ ଏକ ମକ୍ ଡ୍ରିଲ୍ ଆୟୋଜନ କରାଯାଇଛି। ଜଳଭଣ୍ଡାରରେ ବନ୍ୟଜନ୍ତୁ ପଡ଼ିଥିବା ଏକ କଳ୍ପିତ ପରିସ୍ଥିତି ସୃଷ୍ଟି କରି ଏହି ଉଦ୍ଧାର ଅଭ୍ୟାସ କରାଯାଇଥିଲା।
ମକ୍ ଡ୍ରିଲ୍ ସମୟରେ ବନ୍ୟଜନ୍ତୁ ଉଦ୍ଧାର ପାଇଁ ଆବଶ୍ୟକ ସୁରକ୍ଷିତ ପ୍ରଣାଳୀ, ଉଦ୍ଧାରକାରୀ ଟିମ୍‌ମାନଙ୍କ ମଧ୍ୟରେ ତୁରନ୍ତ ସମନ୍ୱୟ ଏବଂ ବନ୍ୟଜନ୍ତୁଙ୍କୁ ସଠିକ୍ ଭାବେ ନିୟନ୍ତ୍ରଣ ଓ ପରିଚାଳନା ଉପରେ ଅଭ୍ୟାସ କରାଯାଇଥିଲା। ଏଥିସହ ଉଦ୍ଧାର ପରେ ବନ୍ୟଜନ୍ତୁଙ୍କୁ ତୁରନ୍ତ ପ୍ରାଣୀ ଚିକିତ୍ସା ସେବା ଯୋଗାଇବା ନେଇ ମଧ୍ୟ ପ୍ରସ୍ତୁତି ପରଖାଯାଇଥିଲା।
ଏହି ପ୍ରଶିକ୍ଷଣ ମାଧ୍ୟମରେ ବନ୍ୟଜନ୍ତୁ ସମ୍ପର୍କିତ ଜରୁରୀକାଳୀନ ଘଟଣାରେ ତ୍ୱରିତ ପ୍ରତିକ୍ରିୟା, ପ୍ରାଥମିକ ଚିକିତ୍ସା ଏବଂ ଉଦ୍ଧାର ପରବର୍ତ୍ତୀ ଚିକିତ୍ସା ବ୍ୟବସ୍ଥାକୁ ଆହୁରି ଦକ୍ଷ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।ବାସ୍ତବ ଘଟଣା ସମୟରେ ଉଦ୍ଧାରକାରୀ ଦଳର ପ୍ରସ୍ତୁତି ଓ ପରସ୍ପର ସମନ୍ୱୟକୁ ମଜବୁତ କରିବାରେ ଏପରି ପ୍ରାୟୋଗିକ ମକ୍ ଡ୍ରିଲ୍ ଗୁରୁତ୍ୱପୂର୍ଣ୍ଣ। ବନ୍ୟଜନ୍ତୁ ସୁରକ୍ଷା, ପଶୁ କଲ୍ୟାଣ ଏବଂ ମାନବ–ବନ୍ୟଜନ୍ତୁ ସୁରକ୍ଷିତ ସହାବସ୍ଥାନ ଦିଗରେ ଅନୁଗୁଳ ବନଖଣ୍ଡର ଏହି ପଦକ୍ଷେପ ଉଦ୍ଧାର ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ।

ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ

News Summary

ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍

ନଜର ଓଡ଼ିଶା | Nazar Odisha
ଅନୁଗୋଳ:୧୨/୯,ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କଲଣ୍ଡାପାଳ, ରାମିମୁଣ୍ଡା, ଅରାହାଟ, ବଉଳିଗୋଡ ଓ କଙ୍କିନାଲୀ ଗ୍ରାମରେ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ବିଶ୍ୱ ଯୁବ କେନ୍ଦ୍ର, ବଣୀନାଳୀ, ଅନୁଗୋଳ ଦ୍ୱାରା ପରିଚାଳିତ ‘ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍’ କାର୍ଯ୍ୟକ୍ରମ ଅଧୀନରେ ଏହି ବୈଠକ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ନାଏବ ସରପଞ୍ଚ, ୱାର୍ଡମେମ୍ବର, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ କିଶୋରୀମାନେ ଉପସ୍ଥିତ ଥିଲେ।
ବୈଠକରେ ଶିଶୁମାନଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମ ଏବଂ ଶିଶୁମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟରେ ନିୟୋଜନ ଭଳି ସମସ୍ୟାର ଭୟାବହତା ଉପରେ ସଚେତନ କରାଯାଇଥିଲା।
ଏଥିସହ ବାଲ୍ୟ ବିବାହ ଓ ଶିଶୁଙ୍କୁ ଶ୍ରମରେ ନିୟୋଜିତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ଆଇନ ଅନୁଯାୟୀ ରହିଥିବା ଦଣ୍ଡବିଧାନ ଓ ନିୟମାବଳୀ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ଶିଶୁର ଚାରୋଟି ପ୍ରାଥମିକ ଅଧିକାର ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା।ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ପ୍ରକଳ୍ପ ସହଯୋଗୀ ଲକ୍ଷ୍ମୀ ବେହେରା ଏହି ସଭା ପରିଚାଳନା କରିଥିଲେ।
ନଜର ଓଡ଼ିଶା
Nazar Odisha
Powered by Blogger.
  • ()

Latest News


🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।