ପାଟଣାରେ ‘ନଜର ଓଡ଼ିଶା’ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ ଲୋକାର୍ପିତ
ପାଟଣା:୩୦/୮(ନ.ଓ)ପାଟଣାରେ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ ‘ନଜର ଓଡ଼ିଶା’ର ଆନୁଷ୍ଠାନିକ ଲୋକାର୍ପଣ ହୋଇଛି। ପାଟଣା କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦେଇ ‘ନଜର ଓଡ଼ିଶା’ର ଲୋଗୋ ଉନ୍ମୋଚନ କରିଥିଲେ।ଏହି ଅବସରରେ ବିଧାୟକ ଶ୍ରୀ ନାଏକ ଗଣମାଧ୍ୟମ ପ୍ରତିନିଧିମାନେ ଖବର ପରିବେଷଣ ସମୟରେ ସତ୍ୟତା ଓ ନିରପେକ୍ଷତାକୁ ସର୍ବାଧିକ ଗୁରୁତ୍ୱ ଦେବା ସହ ଲୋକଙ୍କ ସ୍ୱାର୍ଥ ସମ୍ପର୍କିତ ଖବରକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ।ପାଟଣା ପ୍ରେସ୍ କ୍ଲବ୍ର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ କାର୍ଯ୍ୟକ୍ରମକୁ ପାର୍ଥସାରଥୀ ବେଜ୍ ସଂଯୋଜନା କରିଥିଲେ।ମୁଖ୍ୟ ଅତିଥି ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ସହ ସମ୍ମାନିତ ଅତିଥି ଭାବେ ସମାଜସେବୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ. ବିଦ୍ୟାଧର ଦାଶ, ବଡ଼ପାଟଣା ସରପଞ୍ଚ ବିନତୀ ବାନରା, ସମାଜସେବୀ ଅଜୟ କୁମାର ଦାଶ, ସନାତନ ଦାଶ ଓ ଲକ୍ଷ୍ମଣ କୁମାର ଦାଶ ପ୍ରମୁଖ ଯୋଗଦେଇଥିଲେ।‘ନଜର ଓଡ଼ିଶା’ର ପ୍ରତିଷ୍ଠାତା ତଥା ସମ୍ପାଦକ ପାର୍ଥସାରଥୀ ପାତ୍ର ଏବଂ ମୁଖ୍ୟ ପରିଚାଳକ ବିଜୟ ରତ୍ନ ପତିଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଲୋଗୋ ଉନ୍ମୋଚନ କରିଥିଲେ।କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଯୁଗଳ କିଶୋର ଦାଶ, ଶିବ ନାରାୟଣ ମିଶ୍ର, ପ୍ରେସ୍ କ୍ଲବ୍ ସଭାପତି କିଶୋର ଚନ୍ଦ୍ର ମହାନ୍ତ, ଯତୀନ୍ଦ୍ର ସେଠୀ ବୀରେନ୍ଦ୍ର ଦାଶ,ଅଜୟ କୁମାର ବେହେରା ସମେତ ଗଣମାଧ୍ୟମ ପ୍ରତିନିଧି ସନ୍ତୋଷ କୁମାର ପତି, କାମିନୀକାନ୍ତ ଦ୍ୱିବେଦୀ, ଉଗ୍ରସେନ ପୃଷ୍ଟି, ରତୀରଞ୍ଜନ ମହାନ୍ତ, ଜିତେନ୍ଦ୍ର ସେଠୀ, ରବୀନ୍ଦ୍ର କୁମାର ପୃଷ୍ଟି, ରଞ୍ଜନ କୁମାର ବାରିକ, ନିଶିକାନ୍ତ ବେହେରା, ଦଶରଥ ବାରିକ, ବିଜୟ କୁମାର କାରୁଆଙ୍କ ସମେତ ଭୂତ ମହାନ୍ତ ଉପସ୍ଥିତ ଥିଲେ।
Tags:ଜିଲ୍ଲା
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
