ପାଟଣା ଥାନାରେ ‘ଆମ ପୁଲିସ’ ବୈଠକ: ଟ୍ରାଫିକ ସମସ୍ୟା ଓ ସାଇବର ଠକେଇ ନେଇ ଆଲୋଚନା
ପାଟଣା:୩୦/୮ (ନ.ଓ) ପାଟଣା ଥାନା ରେ ଆଜି ସନ୍ଧ୍ୟାରେ ଥାନାଧିକାରୀ କିରଣ ପ୍ରସାଦ ସାହୁ ଙ୍କ ଅଧ୍ୟକ୍ଷତାରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଏସ ଆଇ ଲକ୍ଷ୍ମଣ କୁମାର ମାଝୀ, ଏ ଏସ ଆଇ ଗୌରହରି ଗରଡିଆ ଓ ଧନେଶ୍ୱର ପାତ୍ର ପ୍ରମୁଖ ଅନ୍ୟମାନେ ଏଠାରେ ଉପସ୍ଥିତ ଥିବାବେଳେ ପୁଲିସ ସମିତି ସଦସ୍ୟ ମାନଙ୍କ ମଧ୍ୟରେ ସାମାଜିକ କର୍ମୀ ଅଜୟ କୁମାର ଦାଶ, ଯତୀନ୍ଦ୍ର କୁମାର ଦାଶ, ପ୍ରଦୀପ କୁମାର ବେହେରା, ଦକ୍ଷ କୁମାର ସାହୁ ଙ୍କ ସହ ବଣିକ ସଂଘର ବହୁ ସଦସ୍ୟ ଓ ଗଣ ମାଧ୍ୟମ ପ୍ରତିନିଧି ମାନେ କାର୍ଯ୍ୟକ୍ରମ ରେ ସାମିଲ ଥିଲେ। ପାଟଣା ବଜାର ଅଞ୍ଚଳ ରେ ଟ୍ରାଫିକ ସମସ୍ୟା ର ସୁଧାର ,ଅନଲାଇନ୍ ଠକେଇ ରୁ ଦୂରେଇ ରହିବା , ପୁଲିସ ପକ୍ଷରୁ ବଜାର ଅଞ୍ଚଳ ରେ ସି ସି ଟି ଭି ଲଗାଯିବା ଆଦି ଆଇନ ଶୃଙ୍ଖଳା ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା ।
Tags:ଜିଲ୍ଲା
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
