ପିପିଳିଆ ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ ଉଦଯାପିତ
ଘଟଗାଁ:୨୯/୮(ନ.ଓ)ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ, କ୍ଷେତ୍ର କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅଧୀନ ପିପିଳିଆ ସ୍ଥିତ ଲକ୍ଷ୍ମୀନାରାୟଣ ଡ଼ିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ ଶୀର୍ଷକ କାର୍ଯ୍ୟକ୍ରମ ୨ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭିନ୍ନ ସୂଚନାଧର୍ମୀ ବିଷୟବସ୍ତୁ ସ୍ଥାନ ପାଇଥିବା ବେଳେ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଦୈତାରୀ ମହନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡାକ୍ତର ଜ୍ୟୋତିପ୍ରଜ୍ଞା ଦାଶ ସମ୍ମାନିତ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ନିଶା ମୁକ୍ତ ହୋଇ ସମାଜ ଗଠନରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ସେହିଭଳି ଏହି ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ଅଧ୍ୟାପକ ବିଷ୍ଣୁ ଚରଣ ସାମଲ, ଇତିହାସ ବିଭାଗ ଅଧ୍ୟାପକ ତପନ କୁମାର ମହାନ୍ତ, ଅର୍ଥଶାସ୍ତ୍ର ବିଭାଗ ଅଧ୍ୟାପକ ଡ଼କ୍ଟର ତ୍ରିଲୋଚନ ପଣ୍ଡା,ଅଧ୍ୟାପକ ପଙ୍କଜ ଶତପଥି, ଓଡ଼ିଆ ବିଭାଗ ଅଧ୍ୟାପକ ମନୋରଞ୍ଜନ ପଲେଇ ଓ ଅଧ୍ୟାପିକା ରଶ୍ମିତା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଓ ନିଶାମୁକ୍ତ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଗତକାଲି ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀ ଙ୍କୁ ମୁଖ୍ୟ ଅତିଥି ଏହି ଅବସରରେ ପୁରସ୍କୃତ କରିଥିଲେ। କେନ୍ଦୁଝର ସିବିସିର ସହକାରୀ ନିର୍ଦେଶକ ପାର୍ଥସାରଥୀ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଦୀପ କୁମାର ନାୟକ ସହଯୋଗ କରିଥିଲେ। ଆଜି ଏହି ଅବସରରେ ସୂଚନାଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ସାମିଲ ହୋଇଥିଲେ।
Tags:ଜିଲ୍ଲା
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
