ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

ଉଦୟପୁର ମହାବିଦ୍ୟାଳୟରେ ନିର୍ବାଚନୀ ସାକ୍ଷରତା କ୍ଲବ୍‌ର ପୁନରୁଦ୍ଧାର ଓ ସୁଦୃଢ଼ୀକରଣ

📢 ସୂଚନା | ନଜର ଓଡ଼ିଶା   •   📰 ଓଡ଼ିଶାର ପ୍ରତି ଖବର ଉପରେ ନଜର 👁️   •   🔴 ଆମର ନୂଆ ନୂଆ ଖବର ପଢ଼ିବା ପାଇଁ ଆଜିହିଁ Visit କରନ୍ତୁ 👇   •   🌐 nazarodishanews24.blogspot.com   •   📸 ଆପଣଙ୍କ ଅଞ୍ଚଳର କୌଣସି ଖବର, ଫଟୋ କିମ୍ବା ଭିଡିଓ ଥିଲେ ଆମକୁ ପଠାନ୍ତୁ।   •   📲 ଖବର ପ୍ରକାଶନ ପାଇଁ WhatsApp: 6372448483   •   🗞️ ଆପଣଙ୍କ ଖବର • ଆମର ଦାୟିତ୍ୱ   •   🔎 ନଜର ଓଡ଼ିଶା — ଓଡ଼ିଶାର ପ୍ରତି ଖବର ଉପରେ ନଜର

ସାହାରପଡା : ୨୯/୮(ନ.ଓ) କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ଉଦୟପୁରସ୍ଥିତ ଯୁକ୍ତ ଦୁଇ ମହାବିଦ୍ୟାଳୟ ପରିସରରେ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ନିର୍ବାଚନୀ ସାକ୍ଷରତା କ୍ଲବ୍‌ର ପୁନରୁଦ୍ଧାର ଓ ସୁଦୃଢ଼ୀକରଣ କାର୍ଯ୍ୟକ୍ରମ ଅଗଷ୍ଟ ୨୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାହାରପଡା ବ୍ଲକ ଉନ୍ନୟନ ଅଧିକାରୀ ରଣଜିତ ମହାନ୍ତ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ନିର୍ବାଚନୀ ସଚେତନତା ସମ୍ପର୍କିତ ବାର୍ତ୍ତା ପ୍ରଦାନ କରିଥିଲେ। ମତଦାନର ଗୁରୁତ୍ୱ, ମତଦାତାଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହେବା ସହ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୁବପିଢ଼ିଙ୍କ ସକ୍ରିୟ ଭୂମିକା ରହିବା ଆବଶ୍ୟକ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ନିର୍ବାଚନ ସମ୍ପର୍କିତ ସଚେତନତା ବୃଦ୍ଧି, ମତଦାତାଙ୍କ ଅଧିକାର ଓ କର୍ତ୍ତବ୍ୟ, ମତଦାନର ଗୁରୁତ୍ୱ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକଙ୍କ ସକ୍ରିୟ ଭୂମିକା ଉପରେ ଆଲୋଚନା କରାଯାଇଥିଲା। ବିଶେଷ କରି ନୂତନ ଓ ଯୁବ ମତଦାତା ମାନଙ୍କୁ ନିର୍ବାଚନ ପ୍ରକ୍ରିୟା ସହିତ ଯୋଡ଼ିବା, ନିର୍ଭୟ ଓ ସଚେତନ ଭାବେ ମତଦାନ କରିବା ପାଇଁ ପ୍ରେରିତ କରିବା ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ଶିକ୍ଷକ, ଛାତ୍ରଛାତ୍ରୀ ଓ ସମ୍ପୃକ୍ତ ଅଧିକାରୀମାନେ ଯୋଗଦେଇ ନିର୍ବାଚନୀ ସାକ୍ଷରତାକୁ ତୃଣମୂଳ ସ୍ତରରେ ଅଧିକ ବ୍ୟାପକ କରିବା ସହ ଯୁବପିଢ଼ିଙ୍କୁ ଗଣତନ୍ତ୍ରର ମୂଲ୍ୟବୋଧ ସମ୍ପର୍କରେ ସଚେତନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ସଚେତନ ଓ ଦାୟିତ୍ୱବାନ ମତଦାତା ହିଁ ଏକ ସୁଦୃଢ଼ ଗଣତନ୍ତ୍ରର ମୂଳ ଆଧାର ବୋଲି ମତପ୍ରକାଶ ପାଇଥିଲା।

ନଜର ଓଡ଼ିଶା, ଓଡ଼ିଶାର ପ୍ରତି ଖବର ଉପରେ ନଜର 👁️ ଆମର ଲକ୍ଷ୍ୟ — ସତ୍ୟ ଖବର, ନିରପେକ୍ଷ ରିପୋର୍ଟିଂ ଓ ଲୋକଙ୍କ ସ୍ୱର। 🌐 Website: nazarodishanews24.blogspot.com 📞 Contact: 6372448483 📧 Email: nazarodisha07@gmail.com
Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News


Leave a Reply

Your Email address will not be published.

Required fields are marked *

🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।