ମଲ୍ଲିପଶିରେ ଅଘଟଣ: ସ୍ୱାମୀଙ୍କ କାଠଫାଳିଆ ମାଡ଼ରେ ସ୍ତ୍ରୀ ମୃତ
News Summary
କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଅଘଟଣ। କାଠଫାଳିଆରେ ଆକ୍ରମଣ ପରେ ସ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗ। ଅଭିଯୁକ୍ତ ସ୍ୱାମୀଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାର
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ପାଟଣା:୩୦/୮ (ନ.ଓ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଘଟିଥିବା ଏକ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସ୍ବାମୀଙ୍କ କାଠ ଫାଳିଆରେ ମାଡ ରେ ସ୍ତ୍ରୀ ମୃତ ।ମୃତ ମହିଳା ଜଣଙ୍କ ହେଲେ ମଲ୍ଲିପଶି ଭୂମିଜ ସାହିର ସବିତା ଭୂମିଜ।ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସ୍ୱାମୀ ହେମନ୍ତ ଭୂମିଜଙ୍କୁ କାବୁ କରି ଥାନାକୁ ନେଇଛି। ତାଙ୍କୁ ଅଟକ ରଖି ପଚରାଉଚରା କରାଯିବା ସହ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି।ପ୍ରାପ୍ତ ସୂଚନା ଅନୁସାରେ, ଶନିବାର ରାତିରେ କୌଣସି ଏକ କାରଣକୁ ନେଇ ହେମନ୍ତ ଓ ସବିତାଙ୍କ ମଧ୍ୟରେ କଳହ ହୋଇଥିଲା। ଏହା ପରେ ହେମନ୍ତ ସବିତାଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ସବିତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ଖବର ପାଇ ରବିବାର ସକାଳେ ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ଓ ଏଏସ୍ଆଇ ଧନେଶ୍ୱର ପାତ୍ର ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ମୃତଦେହ ଜବତ କରିବା ସହ ଘଟଣାସ୍ଥଳରେ ତଦନ୍ତ କରିଥିଲା। ଅଧିକ ତଥ୍ୟ ଓ ବୈଜ୍ଞାନିକ ପ୍ରମାଣ ସଂଗ୍ରହ ପାଇଁ ସାଇଣ୍ଟିଫିକ୍ ଟିମ୍କୁ ଡକାଯାଇଛି।ଘଟଣାର ପ୍ରକୃତ କାରଣ କ’ଣ ଏବଂ ଘଟଣାରେ ଅନ୍ୟ କୌଣସି ପରିସ୍ଥିତି ଜଡ଼ିତ ଅଛି କି ନାହିଁ, ସେନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।
Tags:Breaking News
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।

