ପାଟଣା ୨୨/୭(ନଜର ଓଡ଼ିଶା)
ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମପାଟଣା ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲର ନବନିର୍ମିତ ଶ୍ରେଣୀ ଗୃହକୁ ଆଜି ମୁଖ୍ୟ ଅତିଥି ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ର ସଭାପତି ନୃସିଂହ ନାଥ ସିଂହ ଫିତା କାଟି ଉଦଘାଟନ କରିଛନ୍ତି। ବିଦ୍ୟାଳୟର ଚେୟାରମ୍ୟାନ ଅଜୟ କୁମାର ଦାଶ ଅଧ୍ୟକ୍ଷ ଗଣେଶ ପ୍ରସାଦ ଦାସ,ସମ୍ପାଦକ ଅବିନାଶ ଦାଶ ଓ ମେନେଜିଂ ଟ୍ରଷ୍ଟି ଚିନ୍ମୟ କୁମାର ମିଶ୍ରଙ୍କ ଉପସ୍ଥିତି ରେ ନୂତନ ଶ୍ରେଣୀ ଗୃହର ଉଦଘାଟନ ତଥା ପ୍ରବେଶ ଉତ୍ସଵ ଅନୁଷ୍ଠିତ ହୋଇଥିଲା।
