କାହ୍ନା କୁଣ୍ଡରେ ଅଘଟଣ: ଭାଇ ଆଖି ଆଗରେ ଭାସିଗଲେ ଭଉଣୀ, ମହିଳା ନିଖୋଜ
News Summary
ସୁନ୍ଦରଗଡ଼ର କାହ୍ନା କୁଣ୍ଡରେ ଅଘଟଣ: ମହିଳା ନିଖୋଜ, ଓଡ୍ରାଫ୍-ପୋଲିସର ସର୍ଚ୍ଚ ଅପରେସନ୍ ଜାରି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ସୁନ୍ଦରଗଡ଼,୧୮/୯: ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍ ନଦୀର କାହ୍ନା କୁଣ୍ଡରେ ପୁଣି ଘଟିଛି ଅଘଟଣ। ପରିବାର ସହ ବୁଲିବାକୁ ଯାଇଥିବା ଜଣେ ମହିଳା ପାଣିରେ ଭାସିଯାଇ ନିଖୋଜ ହୋଇଛନ୍ତି। ଭାଇଙ୍କ ଆଖି ଆଗରେ ଘଟିଥିବା ଏହି ଘଟଣାକୁ ନେଇ ପରିବାରରେ ଚିନ୍ତାର ବାତାବରଣ ଦେଖାଦେଇଛି।ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟା ସମୟରେ ସୁନ୍ଦରଗଡ଼ ସହରର ପ୍ରଜ୍ଞାଶ୍ରୀ ପଣ୍ଡା ତାଙ୍କ ପରିବାରବର୍ଗଙ୍କ ସହ କାହ୍ନା କୁଣ୍ଡ ବୁଲିବାକୁ ଯାଇଥିଲେ। ଏହି ସମୟରେ ଗୋଡ଼ ଖସିଯିବାରୁ ସେ ନଦୀ ପାଣିରେ ପଡ଼ିଯାଇଥିଲେ।ପାଣିର ସ୍ରୋତ ପ୍ରଖର ଥିବାରୁ ସେ ହଠାତ୍ ଭାସିଯାଇଥିଲେ। ଘଟଣା ପରେ ତାଙ୍କର କୌଣସି ସନ୍ଧାନ ମିଳିନଥିବା ବେଳେ ନିଖୋଜ ମହିଳାଙ୍କୁ ଖୋଜିବା ପାଇଁ ଓଡ୍ରାଫ୍ ଟିମ୍ ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି।କାହ୍ନା କୁଣ୍ଡ ଏକ ଦର୍ଶନୀୟ ସ୍ଥଳୀ ହୋଇଥିବା ବେଳେ ଏଠାରେ ପୂର୍ବରୁ ମଧ୍ୟ ପାଣିରେ ବୁଡ଼ି ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାରମ୍ବାର ଏଭଳି ଅଘଟଣ ଘଟୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।ଏହି ସ୍ଥାନରେ ଆଗାମୀ ଦିନରେ ଏଭଳି ଅଘଟଣକୁ ରୋକିବା ପାଇଁ କାହ୍ନା କୁଣ୍ଡକୁ ନିଷିଦ୍ଧାଞ୍ଚଳ ଘୋଷଣା କରିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହେଉଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)