ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

ଜର୍ମାନୀର ଆନ୍ତର୍ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଡକ୍ଟର ଜ୍ୟୋତି ରଞ୍ଜନ ବାରିକ

News Summary

ଘଟଗାଁର ଡକ୍ଟର ଜ୍ୟୋତି ରଞ୍ଜନ ବାରିକ ଜର୍ମାନୀର ବର୍ଲିନରେ ଆନ୍ତର୍ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଗବେଷଣା ସନ୍ଦର୍ଭ ଉପସ୍ଥାପନ କରିଛନ୍ତି।

ନଜର ଓଡ଼ିଶା | Nazar Odisha

କେନ୍ଦୁଝର/ଘଟଗାଁ,୧୮/୯: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ର ଗଦାଧରପୁର ଗ୍ରାମର ଯୁବ ଇଞ୍ଜିନିୟର ଡକ୍ଟର  ଜ୍ୟୋତି ରଞ୍ଜନ ବାରିକ ଜର୍ମାନୀର ବର୍ଲିନ ସହରରେ ଆୟୋଜିତ ଆନ୍ତର୍ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଯୋଗଦେଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।ଚଳିତ ସେପ୍ଟେମ୍ବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ଜର୍ମାନୀର ବର୍ଲିନରେ ଆୟୋଜିତ ୧୮ତମ ଆନ୍ତର୍ଜାତୀୟ ୟୁରୋପିଆନ୍ ବୈଜ୍ଞାନିକ ସମ୍ମିଳନୀରେ ଡକ୍ଟର  ବାରିକ ଆମନ୍ତ୍ରିତ ହୋଇ ଗବେଷଣାଭିତ୍ତିକ ସନ୍ଦର୍ଭ ଉପସ୍ଥାପନ କରିଛନ୍ତି।  ଟୁବକୋ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ତାଙ୍କର ଯୋଗଦାନ ଅଞ୍ଚଳବାସୀଙ୍କ ପାଇଁ ଗୌରବର ବିଷୟ ପାଲଟିଛି।ଡକ୍ଟର  ବାରିକ ରାଉରକେଲାସ୍ଥିତ ଏନ୍‌ଆଇଟି ରାଉରକେଲାରୁ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି। ଏହା ପୂର୍ବରୁ ସେ ନିଜର ଗବେଷଣା ସନ୍ଦର୍ଭ ଉପସ୍ଥାପନ ପାଇଁ ଲଣ୍ଡନସ୍ଥିତ ଇମ୍ପେରିଆଲ କଲେଜ୍ରେ ଅନୁଷ୍ଠିତ ଏକ ବିଶ୍ୱସ୍ତରୀୟ ଆନ୍ତର୍ଜାତୀୟ ସମ୍ମିଳନୀରେ ମଧ୍ୟ ଯୋଗଦେଇଥିଲେ। ଜର୍ମାନୀ ଗସ୍ତ ତାଙ୍କର ଦ୍ୱିତୀୟ ବିଦେଶ ଯାତ୍ରା ବୋଲି ଜଣାପଡ଼ିଛି।ସମ୍ପ୍ରତି ଡକ୍ଟର ବାରିକ୍ ଆଇଆଇଟି ମାଡ୍ରାସରେ ସାମୁଦ୍ରିକ ଇଞ୍ଜିନିୟରିଂରେ ପୋଷ୍ଟଡକ୍ଟରାଲ୍ ଫେଲୋ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କର ଏକାଧିକ ଗବେଷଣା ସନ୍ଦର୍ଭ ପୂର୍ବରୁ ଆନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିବା ଏବଂ ଏଥିପାଇଁ ସେ ପ୍ରଶଂସା ସାଉଁଟିଥିବା ଜଣାପଡ଼ିଛି।ତାଙ୍କର ଏହି ଗବେଷଣାମୂଳକ ଯାତ୍ରାରେ ପ୍ରୋଫେସର ଡକ୍ଟର ଦୀପକ କୁମାରଙ୍କ ଉଦ୍ୟମ ଓ ମାର୍ଗଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କୁହାଯାଇଛି।ଡକ୍ଟର  ବାରିକ ଲୋକପ୍ରିୟ ଡାକ୍ତର କମଳାକାନ୍ତ ବାରିକଙ୍କ କନିଷ୍ଠ ପୁତ୍ର। ଜର୍ମାନୀରେ ଆୟୋଜିତ ଆନ୍ତର୍ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଜଣେ ଓଡ଼ିଆ ଯୁବ ଇଞ୍ଜିନିୟର ଭାବେ ଯୋଗଦେଇ ଗବେଷଣା ସନ୍ଦର୍ଭ ଉପସ୍ଥାପନ କରିଥିବାରୁ ଅଞ୍ଚଳବାସୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News


Leave a Reply

Your Email address will not be published.

Required fields are marked *

🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।