ବିଷାକ୍ତ ସାପ କାମୁଡ଼ିବା ପରେ ସାପକୁ ପଲିଥିନ୍ରେ ଧରି ମେଡିକାଲରେ ପହଞ୍ଚିଲେ ଯୁବକ
ଉଦଳା, ୫/୯: ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ସାପ କାମୁଡ଼ିବା ପରେ ଜଣେ ଯୁବକ ସାପଟିକୁ ସାଙ୍ଗରେ ନେଇ ମେଡିକାଲରେ ପହଞ୍ଚିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ସାପ ଧରିବା ଅତ୍ୟନ୍ତ ବିପଜ୍ଜନକ ହୋଇଥିବାରୁ ଏଭଳି ପଦକ୍ଷେପ ନନେବାକୁ ବିଶେଷଜ୍ଞମାନେ ସାଧାରଣତଃ ପରାମର୍ଶ ଦିଅନ୍ତି।ସୂଚନା ଅନୁଯାୟୀ, ମୋଚିରାମ ଟୁଡୁ ଏକ ସରକାରୀ କାର୍ଯ୍ୟାଳୟରେ କାମ କରନ୍ତି। ରାତିରେ ସେ ଅଫିସ୍ ରୁମ୍ରେ ଚେୟାରରେ ବସିଥିବା ସମୟରେ ତଳେ ଥିବା ଏକ ସାପ ତାଙ୍କ ଗୋଡ଼କୁ କାମୁଡ଼ିଥିଲା।ସାପ କାମୁଡ଼ିବା ପରେ ମୋଚିରାମ ସାପଟିକୁ ମାରି ଏକ ପଲିଥିନ୍ ଜରିରେ ଭର୍ତ୍ତି କରିଥିଲେ। ପରେ ଏହାକୁ ସାଇକେଲରେ ଟାଙ୍ଗି ସେ ଉଦଳା ମେଡିକାଲରେ ପହଞ୍ଚିଥିଲେ। ଡାକ୍ତରଙ୍କୁ ସାପଟିକୁ ଦେଖାଇବା ପରେ ଏହା ବିଷାକ୍ତ ସାପ ବୋଲି ଜଣାପଡ଼ିଥିଲା।ଡାକ୍ତରମାନେ ତୁରନ୍ତ ମୋଚିରାମଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ତେବେ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବାରିପଦାସ୍ଥିତ PRM ମେଡିକାଲ୍ କଲେଜ ଓ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି।
Tags:Breaking Newsରାଜ୍ୟ
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
