ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

କେନ୍ଦୁଝରରୁ ଜାତୀୟ ମଞ୍ଚକୁ ଚଳଚ୍ଚିତ୍ରର ନୂଆ ପରିଚୟ, ଅକ୍ଟୋବର ୯ ଓ ୧୦ରେ ଜାତୀୟସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ

News Summary

କେନ୍ଦୁଝରରେ ଅକ୍ଟୋବର ୯ ଓ ୧୦ରେ ଜାତୀୟସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ। ବିଭିନ୍ନ ଭାଷାର ଫିଲ୍ମ ପ୍ରଦର୍ଶନ ସହ ଯୋଗଦେବେ ଚଳଚ୍ଚିତ୍ର ଜଗତର ପ୍ରତିଭା।

ନଜର ଓଡ଼ିଶା | Nazar Odisha

କେନ୍ଦୁଝର:୧୬/୯: କେନ୍ଦୁଝରର ଐତିହ୍ୟ, କଳା, ସଂସ୍କୃତି, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସ୍ଥାନୀୟ ପ୍ରତିଭାକୁ ଚଳଚ୍ଚିତ୍ର ମାଧ୍ୟମରେ ଜାତୀୟସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ଆସନ୍ତା ଅକ୍ଟୋବର ୯ ଓ ୧୦ ତାରିଖରେ କେନ୍ଦୁଝରରେ ଜାତୀୟସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହେବ।ଦୁଇଦିନିଆ ଏହି ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ଓଡ଼ିଆ ଓ ହିନ୍ଦୀ ସମେତ ତେଲୁଗୁ, ତାମିଲ, ମାଲାୟାଲମ୍, କନ୍ନଡ ଆଦି ବିଭିନ୍ନ ଭାଷାର କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।ଅକ୍ଟୋବର ୯ ତାରିଖରେ ମହୋତ୍ସବର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ମହୋତ୍ସବର ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି।ମହୋତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ ନିର୍ଦ୍ଦେଶକ, ଚଳଚ୍ଚିତ୍ର ନିର୍ମାତା, କଳାକାର ଓ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷ ଯୋଗଦେବେ। କେନ୍ଦୁଝର ମାଟିରେ ଦେଶର ବିଭିନ୍ନ ପ୍ରାନ୍ତର ନୂଆ ପ୍ରତିଭାଙ୍କୁ ଏକ ମଞ୍ଚରେ ଏକତ୍ରିତ କରିବା ସହ ଭାରତୀୟ ଚଳଚ୍ଚିତ୍ରର ବିବିଧତାକୁ ପ୍ରଦର୍ଶନ କରିବା ମହୋତ୍ସବର ପ୍ରମୁଖ ଉଦ୍ଦେଶ୍ୟ।ଏଥିସହ କେନ୍ଦୁଝରର ଯୁବ ପ୍ରତିଭା ଓ କଳାକାରଙ୍କ ପାଇଁ ଚଳଚ୍ଚିତ୍ର କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।ଅକ୍ଟୋବର ୧୦ ତାରିଖରେ ମହୋତ୍ସବର ସମାପନୀ ସମାରୋହ ଅନୁଷ୍ଠିତ ହେବ। ଏହି ଅବସରରେ ଆଗାମୀ ଦିନରେ ନିର୍ମାଣ ହେବାକୁ ଥିବା କିଛି ଚଳଚ୍ଚିତ୍ର ପ୍ରକଳ୍ପର ଘୋଷଣା କରାଯିବ।ନିର୍ଦ୍ଦେଶକ ଅବିନାଶ ରାଉତଙ୍କ ନେତୃତ୍ୱରେ ଜୁମାକ୍ସ ଷ୍ଟୁଡିଓ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଇନ୍ଦ୍ର ଆର୍ଟସ୍ ଫାଉଣ୍ଡେସନ୍ର ସହଯୋଗରେ ଏହି ମହୋତ୍ସବର ଆୟୋଜନ କରାଯାଉଛି।ଶ୍ରୀ ରାଉତ କହିଛନ୍ତି, “ଚଳଚ୍ଚିତ୍ର ମାଧ୍ୟମରେ କେନ୍ଦୁଝରକୁ ଜାତୀୟସ୍ତରରେ ଏକ ନୂଆ ପରିଚୟ ଦେବା ଏବଂ ଏଠାକାର ଐତିହ୍ୟ, ସୌନ୍ଦର୍ଯ୍ୟ, କଳା, ସଂସ୍କୃତି ଓ ସ୍ଥାନୀୟ ପ୍ରତିଭାକୁ ଜାତୀୟ ମଞ୍ଚରେ ପହଞ୍ଚାଇବା ଏହି ପ୍ରୟାସର ମୁଖ୍ୟ ଲକ୍ଷ୍ୟ।”ମହୋତ୍ସବ ସମ୍ପର୍କରେ ବିସ୍ତୃତ ତଥ୍ୟ ଏବଂ ଆଗାମୀ ଚଳଚ୍ଚିତ୍ର ପ୍ରକଳ୍ପ ଘୋଷଣା ନେଇ ମଣ୍ଡୁଆସ୍ଥିତ ଜୁମାକ୍ସ ଷ୍ଟୁଡିଓ ପରିସରରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ଆୟୋଜକଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।
Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News


Leave a Reply

Your Email address will not be published.

Required fields are marked *

🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।