ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ବିବାହିତ ଯୁବକ ଗିରଫ
News Summary
ପାଟଣା ଦୁଷ୍କର୍ମ ମାମଲା, କେନ୍ଦୁଝର ଅପରାଧ ଖବର, ସାହାରପଡ଼ା ଖବର, ନାବାଳିକା ଦୁଷ୍କର୍ମ, ଦୁଷ୍କର୍ମ ଅଭିଯୋଗରେ ଗିରଫ, Patna Crime News, Kendujhar Crime News
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ପାଟଣା, ୬/୯: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଅଞ୍ଚଳରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ବିବାହିତ ଯୁବକଙ୍କୁ ପାଟଣା ପୁଲିସ ଗିରଫ କରିଛି।ପୁଲିସ ସୂଚନା ଅନୁସାରେ, ଘଟଣା ସମୟରେ ନାବାଳିକା ଜଣକ ଘରେ ପାଠ ପଢ଼ୁଥିଲେ। ତାଙ୍କ ଜେଜେମା କୌଣସି କାମରେ ବାହାରକୁ ଯାଇଥିବା ସମୟରେ ଅଭିଯୁକ୍ତ ଯୁବକ ଘରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି।ଏହି ସମୟରେ ନାବାଳିକାଙ୍କ ପାଟି ଶୁଣି ଅଭିଯୁକ୍ତଙ୍କ ପତ୍ନୀ ସେଠାରେ ପହଞ୍ଚି ତାଙ୍କୁ ଘରକୁ ନେଇଯାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି।ଘଟଣା ସମ୍ପର୍କରେ ନାବାଳିକାଙ୍କ ପରିବାର ପକ୍ଷରୁ ପାଟଣା ଥାନାରେ ଅଭିଯୋଗ କରାଯାଇଥିଲା। ଏନେଇ ପାଟଣା ଥାନାରେ କେସ୍ ନମ୍ବର ୩୧୧/୨୦୨୬ ରୁଜୁ ହୋଇଛି।ଏହି ମାମଲାର ତଦନ୍ତ ଏସ୍ଆଇ ଲକ୍ଷ୍ମଣ ମାଝୀ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ନାବାଳିକା ଓ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପାଟଣା ଥାନାଧିକାରୀ କିରଣ ପ୍ରସାଦ ସାହୁ ସୂଚନା ଦେଇଛନ୍ତି।
Tags:ଜିଲ୍ଲାଜିଲ୍ଲା ଖବର
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।
