ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲରେ ଗୁରୁ ଦିବସ ପାଳନ: ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା
ପାଟଣା, ୫/୯ : ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମପାଟଣାସ୍ଥିତ ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ ପକ୍ଷରୁ ଶନିବାର ଗୁରୁ ଦିବସ ପାଳନ କରାଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଗଣେଶ ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଶିକ୍ଷକ ସମାଜର ଅବଦାନ ଓ ଗୁରୁ-ଶିଷ୍ୟ ପରମ୍ପରାକୁ ସ୍ମରଣ କରାଯାଇଥିଲା।ରାଜ୍ୟ ସରକାରଙ୍କ ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ବିଦ୍ୟାଳୟ ପକ୍ଷରୁ ଅଞ୍ଚଳର ଦୁଇଜଣ ଅବସରପ୍ରାପ୍ତ ଶିକ୍ଷାବିତ୍ ଶାରୀରିକ ଶିକ୍ଷା ନିରୀକ୍ଷକ ହଳଧର ମହାନ୍ତ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ମହାନ୍ତଙ୍କୁ ଉପାୟନ, ମାନପତ୍ର ଓ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ସଭାପତି ନୃସିଂହ ନାଥ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ଚେୟାରମ୍ୟାନ ଅଜୟ କୁମାର ଦାଶ, ସମ୍ପାଦକ ଅବିନାଶ ଦାଶ, ଟ୍ରଷ୍ଟି ଚିନ୍ମୟ ଦାଶ, ଅଭିଷେକ ଦାଶ ଓ ଇପ୍ସିତା ଦାଶ, ବିଦ୍ୟାଳୟର ଉପାଧ୍ୟକ୍ଷା ଜ୍ୟୋସ୍ନାରାଣୀ ତ୍ରିପାଠୀ ପ୍ରମୁଖ ଗୁରୁ ଦିବସର ମହତ୍ତ୍ୱ ଓ ଗୁରୁ-ଶିଷ୍ୟ ସମ୍ପର୍କ ଉପରେ ନିଜର ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମକୁ ଚମ୍ପାବତୀ ମହାନ୍ତ ଓ କଳ୍ପତରୁ ଦାସ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ପ୍ରସ୍ତୁତି ଉପସ୍ଥିତ ଅତିଥି ଓ ଅଭିଭାବକଙ୍କ ମନ ଜିଣିଥିଲା।
Tags:ଜିଲ୍ଲାଜିଲ୍ଲା ଖବର
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
