ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରକ୍ତଦାନ ଶିବିର, ୭୩ ଜଣ ଦାନ କଲେ ରକ୍ତ
ପାଟଣା: ୮/୯: ପାଟଣା ବ୍ଲକ ଅନ୍ତର୍ଗତ ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍ ବାହିନୀ ଓ ରେଡ୍ ରିବନ୍ କ୍ଲବର ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।କେନ୍ଦୁଝର ଜିଲ୍ଲା ରକ୍ତଦାତା ପରିବାର, ରାଜ୍ୟ ରକ୍ତଦାତା ମହାସଂଘ, କେନ୍ଦୁଝର ଜିଲ୍ଲା ଶାଖା ଏବଂ ଏଚଡିଏଫସି ବ୍ୟାଙ୍କ, ଆନନ୍ଦପୁରର ପ୍ରୋତ୍ସାହନରେ ଏହି ଶିବିର ଆୟୋଜିତ ହୋଇଥିଲା।ଶିବିରରେ ୭୩ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ସଂଗୃହୀତ ରକ୍ତ କେନ୍ଦୁଝର ଜିଲ୍ଲା ମୁଖ୍ୟ ରକ୍ତ ଭଣ୍ଡାରକୁ ଯୋଗାଇ ଦିଆଯାଇଛି। ଏହି ମହତ୍ କାର୍ଯ୍ୟ ଅସହାୟ ଓ ଆବଶ୍ୟକତାରେ ଥିବା ରୋଗୀଙ୍କ ପାଇଁ ସହାୟକ ହେବ।ବିଦ୍ୟାଳୟର ଯୁବ ରେଡକ୍ରସ୍ ବାହିନୀର ମାର୍ଗଦର୍ଶକ ଅଧ୍ୟାପକ ସନ୍ତୋଷ କୁମାର ସେନାପତି ଏବଂ ସହକର୍ମୀ ସନ୍ଦୀପ କୁମାର ମହାନ୍ତ ଶିବିରର ପରିଚାଳନା କରିଥିଲେ। ପୁରାତନ ଛାତ୍ରଛାତ୍ରୀ, ଯୁବ ରେଡକ୍ରସ୍ର ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସହଯୋଗରେ ଶିବିରଟି ସଫଳ ହୋଇଥିଲା।ଅନ୍ୟପକ୍ଷରେ, ଏହି ଦିନଟି ସହକର୍ମୀ ସନ୍ଦୀପ କୁମାର ମହାନ୍ତଙ୍କ ଜନ୍ମଦିନ ହୋଇଥିବାରୁ ସେ ଏହାକୁ ଏକ ବିଶେଷ ମୁହୂର୍ତ୍ତ ଭାବେ ପାଳନ କରିଥିଲେ। ଜନ୍ମଦିନ ଅବସରରେ ସେ ସମସ୍ତ ରକ୍ତଦାତାଙ୍କୁ ଖାଦ୍ୟପେୟ ଯୋଗାଇ ଆପ୍ୟାୟିତ କରିଥିଲେ।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
