ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

Showing posts with label ଭିମକୁଣ୍ଡ. Show all posts
Showing posts with label ଭିମକୁଣ୍ଡ. Show all posts

ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରକ୍ତଦାନ ଶିବିର, ୭୩ ଜଣ ଦାନ କଲେ ରକ୍ତ


ପାଟଣା: ୮/୯: ପାଟଣା ବ୍ଲକ ଅନ୍ତର୍ଗତ ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍ ବାହିନୀ ଓ ରେଡ୍ ରିବନ୍ କ୍ଲବର ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।କେନ୍ଦୁଝର ଜିଲ୍ଲା ରକ୍ତଦାତା ପରିବାର, ରାଜ୍ୟ ରକ୍ତଦାତା ମହାସଂଘ, କେନ୍ଦୁଝର ଜିଲ୍ଲା ଶାଖା ଏବଂ ଏଚଡିଏଫସି ବ୍ୟାଙ୍କ, ଆନନ୍ଦପୁରର ପ୍ରୋତ୍ସାହନରେ ଏହି ଶିବିର ଆୟୋଜିତ ହୋଇଥିଲା।ଶିବିରରେ ୭୩ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ସଂଗୃହୀତ ରକ୍ତ କେନ୍ଦୁଝର ଜିଲ୍ଲା ମୁଖ୍ୟ ରକ୍ତ ଭଣ୍ଡାରକୁ ଯୋଗାଇ ଦିଆଯାଇଛି। ଏହି ମହତ୍‌ କାର୍ଯ୍ୟ ଅସହାୟ ଓ ଆବଶ୍ୟକତାରେ ଥିବା ରୋଗୀଙ୍କ ପାଇଁ ସହାୟକ ହେବ।ବିଦ୍ୟାଳୟର ଯୁବ ରେଡକ୍ରସ୍ ବାହିନୀର ମାର୍ଗଦର୍ଶକ ଅଧ୍ୟାପକ ସନ୍ତୋଷ କୁମାର ସେନାପତି ଏବଂ ସହକର୍ମୀ ସନ୍ଦୀପ କୁମାର ମହାନ୍ତ ଶିବିରର ପରିଚାଳନା କରିଥିଲେ। ପୁରାତନ ଛାତ୍ରଛାତ୍ରୀ, ଯୁବ ରେଡକ୍ରସ୍‌ର ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସହଯୋଗରେ ଶିବିରଟି ସଫଳ ହୋଇଥିଲା।ଅନ୍ୟପକ୍ଷରେ, ଏହି ଦିନଟି ସହକର୍ମୀ ସନ୍ଦୀପ କୁମାର ମହାନ୍ତଙ୍କ ଜନ୍ମଦିନ ହୋଇଥିବାରୁ ସେ ଏହାକୁ ଏକ ବିଶେଷ ମୁହୂର୍ତ୍ତ ଭାବେ ପାଳନ କରିଥିଲେ। ଜନ୍ମଦିନ ଅବସରରେ ସେ ସମସ୍ତ ରକ୍ତଦାତାଙ୍କୁ ଖାଦ୍ୟପେୟ ଯୋଗାଇ ଆପ୍ୟାୟିତ କରିଥିଲେ।

ନଜର ଓଡ଼ିଶା
Nazar Odisha
Powered by Blogger.
  • ()

Latest News


🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।