ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ଓଡ଼ିଶାରେ ଡକାୟତି ଯୋଜନା ପଣ୍ଡ: ଦୁଇ ଝାଡ଼ଖଣ୍ଡ ଡକାୟତ ଗିରଫ, କାର୍‌, ଗୁଳି ଓ ମାରଣାସ୍ତ୍ର ଜବତ

News Summary

ମୟୂରଭଞ୍ଜ ବହଳଦାରେ ଡକାୟତି ଯୋଜନା ପଣ୍ଡ କଲା ପୋଲିସ। ଦୁଇ ଝାଡ଼ଖଣ୍ଡ ଅଭିଯୁକ୍ତ ଗିରଫ, କାର୍‌, ଗୁଳି, ମାରଣାସ୍ତ୍ର ଓ ନଗଦ ଟଙ୍କା ଜବତ।

ନଜର ଓଡ଼ିଶା | Nazar Odisha
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ଡକାୟତି ଯୋଜନାକୁ ପଣ୍ଡ କରିଛି ପୋଲିସ। ବାସିଙ୍ଗୀ-ଖେଜୁରୀଟାଣ୍ଡି ଛକ ନିକଟରେ ଚଢ଼ାଉ କରି ଦୁଇ ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଦୁଇଟି ଦାମୀ କାର୍‌, ଜୀବନ୍ତ ଗୁଳି, ମାରଣାସ୍ତ୍ର, ମୋବାଇଲ ଫୋନ୍‌, ଲଙ୍କା ଗୁଣ୍ଡ ଓ ନଗଦ ଟଙ୍କା ଜବତ ହୋଇଛି।ପୋଲିସ ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ବହଳଦା ଥାନା ଅନ୍ତର୍ଗତ ଖେଜୁରୀଟାଣ୍ଡି-ବାସିଙ୍ଗୀ ଛକ ନିକଟରେ କିଛି ବ୍ୟକ୍ତି ବେଆଇନ ଅସ୍ତ୍ର କାରବାର ଓ ଡକାୟତି ପାଇଁ ଏକତ୍ରିତ ହୋଇଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ବହଳଦା ଥାନା ପୋଲିସର ଏକ ଟିମ୍‌ ଘଟଣାସ୍ଥଳରେ ଚଢ଼ାଉ କରିଥିଲା।ଚଢ଼ାଉ ସମୟରେ ଦୁଇ ଜଣଙ୍କୁ ପୋଲିସ କାବୁ କରିଥିବା ବେଳେ ଅନ୍ୟ ତିନି ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ୮ ଏମ୍‌ଏମ୍‌ ଅନ୍‌ଫାୟାର୍ଡ ଲାଇଭ୍‌ ଆମ୍ୟୁନିସନ, ଗୋଟିଏ ତେଲେଙ୍ଗାନା କଟୁରୀ ଏବଂ ନଗଦ ୧ ଲକ୍ଷ ୮୫ ହଜାର ୭୦୦ ଟଙ୍କା ଜବତ କରାଯାଇଛି। ଏହା ସହିତ ଦୁଇଟି କାର୍‌, ଦୁଇଟି ମୋବାଇଲ ଫୋନ୍‌ ଓ ଲଙ୍କା ଗୁଣ୍ଡ ମଧ୍ୟ ଜବତ ହୋଇଛି।ଗିରଫ ଦୁଇ ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡର ସରାଇକେଲା-ଖରସୁଆଁ ଜିଲ୍ଲା ଚାଣ୍ଡିଲ ଥାନା ଅଧୀନ କାପାଲି ଓପି ଅଞ୍ଚଳର ଟପ୍‌ ଛକ ନିବାସୀ ଫରହାନ ରଶିଦ ଓରଫ ସୁରଜ (୨୪) ଏବଂ ପୂର୍ବ ସିଂହଭୂମ ଜିଲ୍ଲା ଜାମସେଦପୁର ମାନଗୋ ଅଞ୍ଚଳର ଜାକିର ନଗର ନିବାସୀ ମହମ୍ମଦ ହାଇଦର (୩୩)।ଏହି ଘଟଣାକୁ ନେଇ ବହଳଦା ଥାନାରେ କେସ୍‌ ନମ୍ବର ୧୭୪/୨୦୨୬ ରେ ମାମଲା ରୁଜୁ ହୋଇଛି। ବିଏନ୍‌ଏସ୍‌ର ଧାରା ୩୧୦(୪)/୩୧୦(୫) ଏବଂ ଆର୍ମସ୍‌ ଆକ୍ଟର ଧାରା ୨୫/୨୭ ଅନୁଯାୟୀ ପୋଲିସ ତଦନ୍ତ ଜାରି ରଖିଛି।ରାଇରଙ୍ଗପୁର ନୂତନ ପୋଲିସ ଜିଲ୍ଲା ଏସ୍‌ପି ସୁରେଶ ଚନ୍ଦ୍ର ପାତ୍ରଙ୍କ ସୂଚନା ଅନୁଯାୟୀ, ଉଭୟ ଅଭିଯୁକ୍ତଙ୍କ ନାମରେ ଝାଡ଼ଖଣ୍ଡର ଚାଣ୍ଡିଲ ଥାନାରେ ବିଭିନ୍ନ ଅପରାଧିକ ମାମଲା ରହିଛି।ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଅପରାଧୀ ଓ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଡ୍ରାଇଭ୍‌ ‘ଦମନ’ ଅଭିଯାନ ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଓଡ଼ିଶା ଡିଜିପି ଓ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବହଳଦା ଥାନା ଅଧିକାରୀ ଭାସ୍କର ପ୍ରଧାନ ଓ ତାଙ୍କ ଟିମ୍‌ ଏହି ଡକାୟତି ଯୋଜନାକୁ ପଣ୍ଡ କରିଥିବା ଏସ୍‌ପି ସୂଚନା ଦେଇଛନ୍ତି।
Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।