ରାତି ପେଟ୍ରୋଲିଂ ବେଳେ ବୋଲେରୋ ଜବତ, ଛେଳି ଚୋରିରେ ବ୍ୟବହୃତ ସାମଗ୍ରୀ ମିଳିଲା
ଦେଶୀ ମହୁଲି ଭାଟିରେ ଗଣ୍ଡଗୋଳ: ଟାଙ୍ଗିଆରେ ୩ ଚୋଟ ହାଣି ଜଣଙ୍କୁ କଲେ ଗୁରୁତର
ଭଦ୍ରକରେ ଜମି ବିବାଦରୁ ରକ୍ତାକ୍ତ ସଂଘର୍ଷ; ପୁଅଙ୍କୁ ଛୁରି ଭୁସି ହତ୍ୟା ଅଭିଯୋଗ, ବାପା ଅଟକ
ଭଦ୍ରକ: ୯/୯: ଭଦ୍ରକ ଜିଲ୍ଲାରେ ଜମି ବିବାଦକୁ କେନ୍ଦ୍ର କରି ରକ୍ତାକ୍ତ ସଂଘର୍ଷରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଭଦ୍ରକ ରୁରାଲ ଥାନା ଅଧୀନ ଚୁନିଡ଼ା ଗାଁରେ ବୁଧବାର ଏହି ଘଟଣା ଘଟିଛି। ମୃତକ ହେଉଛନ୍ତି ବିକାଶ ସାହୁ। ତାଙ୍କ ବାପା ରବି ସାହୁଙ୍କ ବିରୋଧରେ ପୁଅଙ୍କୁ ଛୁରିରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ଆସିଛି।ଘଟଣା ପରେ ପୁଲିସ ରବି ସାହୁଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଜମି ବିବାଦ ସହ ପାରିବାରିକ କଳହକୁ ନେଇ ଏହି ଘଟଣା ଘଟିଥିବା ପ୍ରାଥମିକ ଭାବେ ଜଣାପଡ଼ିଛି।
ପାରିବାରିକ କଳହରୁ ଅଭାବନୀୟ ହତ୍ୟାକାଣ୍ଡ: ମଦ ନିଶାରେ ବାପାଙ୍କୁ ଠେଙ୍ଗାରେ ପିଟି ହତ୍ୟା, ଥାନାରେ ପୁଅର ଆତ୍ମସମର୍ପଣ
କେନ୍ଦୁଝର/ତୁରୁମୁଙ୍ଗା: ୯/୯: ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲ୍ଲାରେ ଘଟିଛି ଅଭାବନୀୟ ହତ୍ୟାକାଣ୍ଡ। ମଦ ନିଶାରେ ବାପାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ପୁଅ। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପୁଅ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ବିଳମ୍ବିତ ରାତିରେ ପାରିବାରିକ କଳହକୁ ନେଇ ବାପା ଓ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ପୁଅ ଶ୍ରୀକାନ୍ତ ମୁଣ୍ଡା ମଦ ନିଶାରେ ଉତ୍ତ୍ୟକ୍ତ ହୋଇ ବାପା ପୂର୍ଣ୍ଣଚନ୍ଦ୍ର ମୁଣ୍ଡାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ଠେଙ୍ଗା ମାଡ଼ରେ ପୂର୍ଣ୍ଣଚନ୍ଦ୍ର ଗୁରୁତର ହୋଇପଡ଼ିଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ଅଭିଯୁକ୍ତ ପୁଅ ଶ୍ରୀକାନ୍ତ ମୁଣ୍ଡା ତୁରୁମୁଙ୍ଗା ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଛି।ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଘଟଣାର ସମସ୍ତ ଦିଗକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।
୧୬.୭୧ ଲକ୍ଷ ସରକାରୀ ଟଙ୍କା ହଡ଼ପ ଅଭିଯୋଗ: ୩ ପଞ୍ଚାୟତ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ
ବାଲେଶ୍ୱର:୮/୯,ବୃଦ୍ଧବୃଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ସାମାଜିକ ସୁରକ୍ଷା ପେନସନ୍ ଟଙ୍କା ହଡ଼ପ ଅଭିଯୋଗରେ ୩ ଜଣ ପଞ୍ଚାୟତସ୍ତରୀୟ ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତରେ ଦାୟିତ୍ୱରେ ଥିବା ଏହି ତିନି ଅଭିଯୁକ୍ତ ମିଳିତ ଭାବେ ୧୬ ଲକ୍ଷ ୭୧ ହଜାର ୪୦୦ ଟଙ୍କା ହଡ଼ପ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।ଗିରଫ ଅଭିଯୁକ୍ତମାନେ ହେଲେ କଖରା ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ତଥା ବର୍ତ୍ତମାନ କୁସୁଡ଼ା ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ସୁବ୍ରତ କୁମାର ପତି, କୁମାରମୁଳି ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ଚିତ୍ତରଞ୍ଜନ ବାଗସିଂହ ଏବଂ ଜଳେଶ୍ୱରପୁର ଗ୍ରାମ ପଞ୍ଚାୟତର ଆକାଉଣ୍ଟାଣ୍ଟ-କମ୍-ଡାଟା ଏଣ୍ଟ୍ରି ଅପରେଟର ଗୌତମ ଦଲାଇ।ଭିଜିଲାନ୍ସ ତଦନ୍ତ ଅନୁଯାୟୀ, ୨୦୧୨ରୁ ୨୦୨୪ ମଧ୍ୟରେ ବୃଦ୍ଧବୃଦ୍ଧାଙ୍କୁ ମାସିକ ସାମାଜିକ ସୁରକ୍ଷା ପେନସନ୍ ବଣ୍ଟନ ପାଇଁ ଅଭିଯୁକ୍ତମାନେ ଭୋଗରାଇ ବିଡିଓ କାର୍ଯ୍ୟାଳୟରୁ ବିଭିନ୍ନ ସମୟରେ ଅଗ୍ରିମ ଟଙ୍କା ଉଠାଇଥିଲେ।ହିତାଧିକାରୀଙ୍କୁ ପେନସନ୍ ଟଙ୍କା ବଣ୍ଟନ କରିବା ପରେ ବଳକା ଅର୍ଥ ସରକାରୀ ହିସାବରେ ଜମା କରିବା କିମ୍ବା ଏହାର ହିସାବ ଦେବା ପରିବର୍ତ୍ତେ ଅଭିଯୁକ୍ତମାନେ ଟଙ୍କା ଆତ୍ମସାତ୍ କରିଥିବା ତଦନ୍ତରୁ ଜଣାପଡ଼ିଥିବା ଭିଜିଲାନ୍ସ କହିଛି।ଏହି ଘଟଣାକୁ ନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ସହ ୧୩(୧)(ଏ) ଏବଂ ଆଇପିସି ଧାରା ୪୦୯ ଅନୁଯାୟୀ ମାମଲା ରୁଜୁ କରାଯାଇଛି।ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଛି। ମାମଲାରେ ଅଧିକ ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।
ଘରେ ପଶି ଲୁଟ୍: ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି
ପାଟଣା, ୭/୯: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଧୀନ ଲକ୍ଷ୍ମୀପଶି ଗ୍ରାମରେ ଦିନ ଦ୍ୱିପ୍ରହରେ ଘରେ ପଶି ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗିବା ସହ ଆଲମିରା ଭାଙ୍ଗି ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଗହଣା ଲୁଟି ନେଇଛନ୍ତି।ସୂଚନା ଅନୁଯାୟୀ, ଲକ୍ଷ୍ମୀପଶି ଗ୍ରାମର କଳ୍ପନା ମହାନ୍ତଙ୍କ ଘରେ ସୋମବାର ଦିନ ଏହି ଲୁଟ୍ ଘଟଣା ଘଟିଛି। ଘରେ କେହି ନଥିବା ସମୟରେ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଭିତରକୁ ପଶିଥିଲେ। ପରେ ଆଲମିରା ଭାଙ୍ଗି ସେଥିରେ ରଖାଯାଇଥିବା ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ନେଇ ଫେରାର ହୋଇଯାଇଥିଲେ।ଘରକୁ ଫେରିବା ପରେ ପରିବାର ଲୋକେ ତାଲା ଓ ଆଲମିରା ଭଙ୍ଗା ହୋଇଥିବା ଦେଖି ଘଟଣା ସମ୍ପର୍କରେ ଜାଣିଥିଲେ। ଏନେଇ ତୁରୁମୁଙ୍ଗା ଥାନା ପୁଲିସକୁ ସୂଚନା ଦିଆଯାଇଥିଲା।ଖବର ପାଇ ତୁରୁମୁଙ୍ଗା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ଦିଗରୁ ଛାନ୍ଭିନ୍ ଜାରି ରହିଛି।



