ଗଞ୍ଜାମ/ଆସିକା,୧୬/୦୯: ମୂର୍ତ୍ତି ବିସର୍ଜନ ବେଳେ ଘଟିଛି ଅଘଟଣ। ଘୋଡ଼ାହାଡ଼ ନଦୀରେ ବୁଡ଼ି ୨ ଜଣ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ନାବାଳକ ଗୁରୁତର ହୋଇଛନ୍ତି। ଗୁରୁତର ଦୁଇ ନାବାଳକଙ୍କୁ ଉଦ୍ଧାର କରାଯାଇ ହିଞ୍ଜିଳି ମେଡିକାଲରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ, ଗଣେଶ ପୂଜା ପରେ ମୂର୍ତ୍ତି ବିସର୍ଜନ ପାଇଁ ଲୋକମାନେ ଘୋଡ଼ାହାଡ଼ ନଦୀ ନିକଟକୁ ଯାଇଥିଲେ। ବିସର୍ଜନ ସମୟରେ ହଠାତ୍ କିଛି ନାବାଳକ ନଦୀ ପାଣିରେ ବୁଡ଼ିଯାଇଥିବା ଜଣାପଡ଼ିଥିଲା।ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ତେବେ ଦୁଇ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ସେମାନଙ୍କ ଜୀବନ ରକ୍ଷା କରାଯାଇପାରିନଥିବା ଜଣାପଡ଼ିଛି। ଅନ୍ୟ ଦୁଇ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ହିଞ୍ଜିଳି ମେଡିକାଲରେ ଭର୍ତ୍ତି କରାଯାଇଛି।ମୃତ ନାବାଳକଙ୍କ ମଧ୍ୟରେ ହିଞ୍ଜିଳି ଗଜପତି ମାର୍ଗର ୧୪ ବର୍ଷୀୟ ଆଦର୍ଶ ସାହୁ ଏବଂ ହିଞ୍ଜିଳି ଗାୟତ୍ରୀ ନଗରର ପ୍ରୀତମ ସାମେଲି ଥିବା ଜଣାପଡ଼ିଛି।
ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ: ଘୋଡ଼ାହାଡ଼ ନଦୀରେ ବୁଡ଼ି ୨ ନାବାଳକ ମୃତ, ୨ ଗୁରୁତର
News Summary
ଆସିକା ଘୋଡ଼ାହାଡ଼ ନଦୀରେ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ। ପାଣିରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ, ୨ ଗୁରୁତର। ହିଞ୍ଜିଳି ପୋଲିସର ତଦନ୍ତ ଆରମ୍ଭ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଗଞ୍ଜାମ/ଆସିକା,୧୬/୦୯: ମୂର୍ତ୍ତି ବିସର୍ଜନ ବେଳେ ଘଟିଛି ଅଘଟଣ। ଘୋଡ଼ାହାଡ଼ ନଦୀରେ ବୁଡ଼ି ୨ ଜଣ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ନାବାଳକ ଗୁରୁତର ହୋଇଛନ୍ତି। ଗୁରୁତର ଦୁଇ ନାବାଳକଙ୍କୁ ଉଦ୍ଧାର କରାଯାଇ ହିଞ୍ଜିଳି ମେଡିକାଲରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ, ଗଣେଶ ପୂଜା ପରେ ମୂର୍ତ୍ତି ବିସର୍ଜନ ପାଇଁ ଲୋକମାନେ ଘୋଡ଼ାହାଡ଼ ନଦୀ ନିକଟକୁ ଯାଇଥିଲେ। ବିସର୍ଜନ ସମୟରେ ହଠାତ୍ କିଛି ନାବାଳକ ନଦୀ ପାଣିରେ ବୁଡ଼ିଯାଇଥିବା ଜଣାପଡ଼ିଥିଲା।ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ତେବେ ଦୁଇ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ସେମାନଙ୍କ ଜୀବନ ରକ୍ଷା କରାଯାଇପାରିନଥିବା ଜଣାପଡ଼ିଛି। ଅନ୍ୟ ଦୁଇ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ହିଞ୍ଜିଳି ମେଡିକାଲରେ ଭର୍ତ୍ତି କରାଯାଇଛି।ମୃତ ନାବାଳକଙ୍କ ମଧ୍ୟରେ ହିଞ୍ଜିଳି ଗଜପତି ମାର୍ଗର ୧୪ ବର୍ଷୀୟ ଆଦର୍ଶ ସାହୁ ଏବଂ ହିଞ୍ଜିଳି ଗାୟତ୍ରୀ ନଗରର ପ୍ରୀତମ ସାମେଲି ଥିବା ଜଣାପଡ଼ିଛି।
ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏନେଇ ହିଞ୍ଜିଳି ପୋଲିସ ତଦନ୍ତ ଆରମ୍ଭ କରିଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)