ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ଅବସରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପାଦକଙ୍କ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ସରକାରୀ ସୁବିଧା ନେଇ ଆଲୋଚନା

News Summary

ଘଟଗାଁ ତାରିଣୀ ପୀଠରେ ଅବସରପ୍ରାପ୍ତ ପଞ୍ଚାୟତ ସମ୍ପାଦକ ସଂଘର ବୈଠକ; ସରକାରୀ ସୁବିଧା ଓ ସମସ୍ୟା ନେଇ ଆଲୋଚନା।

ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଘଟଗାଁ, ୨୯/୯: ଓଡ଼ିଶା ଅବସରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପାଦକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ଏକ ବୈଠକ ଘଟଗାଁସ୍ଥିତ ମା’ ତାରିଣୀ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ବବ୍ରୁବାହନ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସମ୍ପାଦକ ବିରଞ୍ଚି ନାରାୟଣ ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।ବୈଠକରେ ବିଶେଷ କରି ଅବସରପ୍ରାପ୍ତ ପଞ୍ଚାୟତ ସମ୍ପାଦକମାନେ ଅବସର ପରେ ଅବସରକାଳୀନ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପଞ୍ଚାୟତ ସମ୍ପାଦକମାନଙ୍କ ବିଭିନ୍ନ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।ଏହି ବୈଠକରେ ଜିଲ୍ଲା ଅବସରପ୍ରାପ୍ତ ପିଇଓ ସଂଘର ସଭାପତି ମାୟାଧର ବାରିକ, ରାଜ୍ୟ ପିଇଓ ସଂଘର ସଭାପତି ଗୋବିନ୍ଦ ଚନ୍ଦ୍ର ଶତପଥୀ, ପୂର୍ବତନ ରାଜ୍ୟ ସଂଘର ସାଧାରଣ ସମ୍ପାଦକ ସ୍ୱର୍ଗତ ଭଗବାନ ମହାପାତ୍ରଙ୍କ ଝିଅ ତଥା ସମାଜସେବୀ ଶୁଭଲକ୍ଷ୍ମୀ ମହାପାତ୍ର, ସଦସ୍ୟ ବୃନ୍ଦାବନ ପଣ୍ଡା, ପ୍ରଶାନ୍ତ ରାଉତ, ସାରଙ୍ଗଧର ରଣା, ମାଧବାନନ୍ଦ ସାହୁ, ହିମାଂଶୁ ଶେଖର ବାରିକ, ଶେଷଦେବ ବେହେରା ପ୍ରମୁଖ ଯୋଗଦେଇଥିଲେ।ବୈଠକରେ ବାଲେଶ୍ୱର ଜିଲ୍ଲାରୁ ଗୋକୁଳାନନ୍ଦ କର, ଭଦ୍ରକ ଜିଲ୍ଲାରୁ ପ୍ରଫୁଲ୍ଲ କୁମାର ରାୟ ଓ ଜଗନ୍ନାଥ ସ୍ୱାଇଁ, କେନ୍ଦୁଝର ଜିଲ୍ଲାରୁ ଦୀନବନ୍ଧୁ ବାରିକ, ରଘୁନାଥ ମହାନ୍ତ, ଶୁକଦେବ ସାହୁ, ହରିହର ମହାନ୍ତ, ନବୀନ ଚନ୍ଦ୍ର ବିନ୍ଧାଣି ଓ ଘସର ମହାନ୍ତ, ଯାଜପୁରରୁ ବାବାଜୀ ବିଶ୍ୱାଳ, ମୟୂରଭଞ୍ଜରୁ ଭାସ୍କର ଚନ୍ଦ୍ର ମହାପାତ୍ର, କଳାହାଣ୍ଡିରୁ ଦେବେନ୍ଦ୍ର ବଳ, ବରଗଡ଼ରୁ ସନ୍ତୋଷ ସେଠ ଏବଂ ବଲାଙ୍ଗୀରରୁ ବୃନ୍ଦାବନ ବେହେରାଙ୍କ ସମେତ ବିଭିନ୍ନ ଜିଲ୍ଲାର ପ୍ରତିନିଧି ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।ବୈଠକ ପୂର୍ବରୁ ଅବସରପ୍ରାପ୍ତ ପଞ୍ଚାୟତ ସମ୍ପାଦକମାନେ ମା’ ତାରିଣୀଙ୍କ ଦର୍ଶନ କରି ଆଶୀର୍ବାଦ କାମନା କରିଥିଲେ। ଏହାସହ ପରବର୍ତ୍ତୀ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ କରିବାକୁ ନିଷ୍ପତ୍ତି ହୋଇଛି।ରାଜ୍ୟ ସଂଘ ଗଠିତ ହେବା ପରେ ପଞ୍ଚାୟତ ସମ୍ପାଦକମାନଙ୍କ ସମସ୍ୟା ସମ୍ପର୍କରେ ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ସମ୍ପାଦକ ବିରଞ୍ଚି ନାରାୟଣ ବେହେରା ପ୍ରକାଶ କରିଥିଲେ।
Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।