ଉଦୟପୁର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସଚେତନତା କର୍ମଶାଳା
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ସାହାରପଡା, ୨୮/୯: ସାହାରପଡା ବ୍ଲକ ଅନ୍ତର୍ଗତ ଉଦୟପୁର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କିତ ଏକ ଦିବସୀୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜନଶିକ୍ଷଣ ସଂସ୍ଥାନ, କେନ୍ଦୁଝର ଏବଂ ସାହାରପଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଷ୍ଟାର’ର ସହାୟତାରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ସାହାରପଡା ବ୍ଲକର ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଦୀପ୍ତି ମଞ୍ଜରୀ ନାୟକ, କାର୍ଯ୍ୟକ୍ରମ ଅଧିକାରୀ ପାନମଣି ମୁର୍ମୁ, ମହାବିଦ୍ୟାଳୟର ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ମିଶ୍ର, ହୀରାଲାଲ ମହାନ୍ତ ଏବଂ ‘ଷ୍ଟାର’ର ସମ୍ପାଦକ କେଦାର ନାଥ ଆରୁକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟରେ ସଚେତନ କରିଥିଲେ।ବିଶେଷକରି କିଶୋରୀ ବାଳିକାମାନଙ୍କ ସ୍ୱାସ୍ଥ୍ୟ, ପୋଷଣ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଦୀପ୍ତି ମଞ୍ଜରୀ ନାୟକ ଆଇସିଡିଏସ୍ ମାଧ୍ୟମରେ କିଶୋରୀ ବାଳିକାମାନଙ୍କୁ ମିଳୁଥିବା ବିଭିନ୍ନ ସେବା ସମ୍ପର୍କରେ ସୂଚନା ଦେଇଥିଲେ। ରକ୍ତହୀନତା ଦୂରୀକରଣ ପାଇଁ ଆଇରନ୍ ବଟିକା ସେବନ ଏବଂ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ମିଳୁଥିବା ପୁଷ୍ଟିକର ଖାଦ୍ୟର ସୁବିଧା ନେବାକୁ ସେ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।ଏଥିସହ ବାଲ୍ୟବିବାହର କୁପରିଣାମ ସମ୍ପର୍କରେ ଆଲୋଚନା କରି ଏହାକୁ ରୋକିବା ପାଇଁ ଛାତ୍ରୀମାନଙ୍କୁ ସଚେତନ ରହିବା ସହ ନିଜ ଅଧିକାର ଓ ସରକାରୀ ସେବା ସମ୍ପର୍କରେ ଜାଣିବାକୁ ପରାମର୍ଶ ଦିଆଯାଇଥିଲା।କର୍ମଶାଳାରେ ସ୍ୱାସ୍ଥ୍ୟ, ପୋଷଣ, ବ୍ୟକ୍ତିଗତ ସ୍ୱଚ୍ଛତା, ରକ୍ତହୀନତା ନିରାକରଣ ଓ ବାଲ୍ୟବିବାହ ରୋକଥାମ ଭଳି ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଛାତ୍ରୀମାନଙ୍କ ସୁସ୍ଥ ଜୀବନ ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏଭଳି ସଚେତନତା କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ମଧ୍ୟ ଆଲୋଚନା ହୋଇଥିଲା।
Tags:ଆମ ଓଡ଼ିଶା
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।