ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ଓଡ଼ିଶାରେ ବଢ଼ୁଛି ସାଇବର ଠକେଇ: ୩ ବର୍ଷରେ ୩୭୦ କୋଟିରୁ ଅଧିକ ଟଙ୍କା ଲୁଟ୍, ରୁଜୁ ହୋଇଛି ୭,୬୫୨ ମାମଲା

News Summary

ଓଡ଼ିଶାରେ ବଢ଼ୁଛି ସାଇବର ଠକେଇ। ୨୦୨୩ରୁ ୨୦୨୫ ମଧ୍ୟରେ ୭,୬୫୨ ମାମଲା ଓ ୩୭୦ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଛି।

ନଜର ଓଡ଼ିଶା | Nazar Odisha
ଭୁବନେଶ୍ୱର, ୨୯/୦୯: ଓଡ଼ିଶାରେ ବଢ଼ିଚାଲିଛି ସାଇବର ଠକେଇ। ନୂଆ ନୂଆ କୌଶଳ ଆପଣାଇ ସାଇବର ଅପରାଧୀମାନେ ଲୋକଙ୍କୁ ଠକି ବିପୁଳ ଟଙ୍କା ଲୁଟୁଥିବା ନେଇ ବିଧାନସଭାରେ ସରକାରଙ୍କ ପକ୍ଷରୁ ତଥ୍ୟ ଦିଆଯାଇଛି।
ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ସାଇବର ଠକେଇ ସମ୍ପର୍କିତ ତଥ୍ୟ ରଖିଛନ୍ତି।ସରକାରଙ୍କ ତଥ୍ୟ ଅନୁସାରେ, ୨୦୨୩ରୁ ୨୦୨୫ ମଧ୍ୟରେ ଓଡ଼ିଶାରେ ୭,୬୫୨ଟି ସାଇବର ଠକେଇ ମାମଲା ରୁଜୁ ହୋଇଛି। ଏହି ସମୟ ମଧ୍ୟରେ ସାଇବର ଅପରାଧୀମାନେ ଲୋକଙ୍କଠାରୁ ମୋଟ ୩୭୦ କୋଟି ୭୧ ଲକ୍ଷ ୯୨ ହଜାର ୮୭୯ ଟଙ୍କା ଠକି ନେଇଥିବା ଜଣାପଡ଼ିଛି।ସେହିପରି, ଏହି ଠକେଇ ଟଙ୍କା ମଧ୍ୟରୁ ୯ କୋଟି ୯୬ ଲକ୍ଷ ୮୦ ହଜାର ୪୪୬ ଟଙ୍କା ଉଦ୍ଧାର ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି।ସାଇବର ଠକମାନେ ବିଭିନ୍ନ ଡିଜିଟାଲ୍ ମାଧ୍ୟମ ଓ ଠକେଇର କୌଶଳ ବ୍ୟବହାର କରି ଲୋକଙ୍କୁ ଟାର୍ଗେଟ୍ କରୁଥିବା ବେଳେ, ଅଜଣା ଲିଙ୍କ୍‌ରେ କ୍ଲିକ୍ କରିବା, OTP କିମ୍ବା ବ୍ୟାଙ୍କ ସମ୍ପର୍କିତ ଗୋପନୀୟ ତଥ୍ୟ ଅନ୍ୟକୁ ଦେବା ଭଳି ଅସାବଧାନତା ଠକେଇର ଶିକାର ହେବାର ମୁଖ୍ୟ କାରଣ ହୋଇପାରେ।
Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।