ମାହାଙ୍ଗାରେ ସ୍ବର୍ଗତ ଶରତ କରଙ୍କ ୮୮ତମ ଜୟନ୍ତୀ ପାଳିତ
କୁଆଁପାଳ, ୫/୯: କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ କୁଆଁପାଳସ୍ଥିତ ବ୍ଲକ୍ ଅଫିସ୍ ସମ୍ମୁଖ ପ୍ରାଙ୍ଗଣରେ ପୂର୍ବତନ ବିଧାୟକ, ମନ୍ତ୍ରୀ, ସାଂସଦ ତଥା ବାଚସ୍ପତି ସ୍ବର୍ଗତ ଶରତ କୁମାର କରଙ୍କ ୮୮ତମ ଜୟନ୍ତୀ ସମାରୋହ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି।
ମାହାଙ୍ଗା ମୈତ୍ରୀ ମଞ୍ଚର ସମ୍ପାଦକ ତଥା ‘ନିର୍ଭୀକ’ ପତ୍ରିକାର ସମ୍ପାଦକ ଶ୍ରୀ ଅବନୀ ଚନ୍ଦ୍ର ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ଶରତ କର ଓ ଅନିମା କର ଫାଉଣ୍ଡେସନର ସହ-ଅଧ୍ୟକ୍ଷ ପ୍ରାଧ୍ୟାପକ ସୁମନ କର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ମୁଖ୍ୟ ଅତିଥି ପ୍ରାଧ୍ୟାପକ ସୁମନ କର ସ୍ବର୍ଗତ ଶରତ କରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଦିବଂଗତ ନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଉପସ୍ଥିତ ଶରତ କର ପ୍ରେମୀ ପରିବାରର ସଦସ୍ୟ ଓ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନେ ସ୍ବର୍ଗତ ଶରତ କରଙ୍କ ଜୀବନ, ରାଜନୈତିକ ଅବଦାନ ଓ ସାଧାରଣ ଲୋକଙ୍କ ପାଇଁ କରିଥିବା କାର୍ଯ୍ୟର ସ୍ମୃତିଚାରଣ କରିଥିଲେ।ଏହି ଜୟନ୍ତୀ ସମାରୋହରେ ରାମ ଚନ୍ଦ୍ର ମହାପାତ୍ର, ଡମ୍ବରୁଧର ପରିଡା, ହୃଷୀକେଶ ବେହେରା, ରାମ ଚନ୍ଦ୍ର ସ୍ୱାଇଁ, ରୁଦ୍ର ନାରାୟଣ ସିଂହ, ଅଧିବକ୍ତା ବିକ୍ରମ ସିଂହ, ଅବଦୁଲ କୁଦୁସ, ରାଜ କୁମାର ବେହେରା, ବିଜୟ କୁମାର ପାଣି, ସମସେର ଅଲ୍ଲି, ଧନେଶ୍ଵର ପ୍ରଧାନ, ଅମୂଲ୍ୟ ସ୍ୱାଇଁ, ଅଜିତ୍ କୁମାର ସାହୁ, ଶରତ କୁମାର ସିଂହ, କାର୍ତ୍ତିକ ଚନ୍ଦ୍ର ବିହାରୀ, ଦୀପକ କୁମାର ଦାସ, ବାବୁଲି ପ୍ରଧାନ, ଶାରଦା ପ୍ରସାଦ ରଥ, ସୁନ୍ଦର ରାମ ସାହୁ, ଜ୍ଞାନ ରଞ୍ଜନ ମହାନ୍ତି ଓ ହେମନ୍ତ କୁମାର ମହାନ୍ତିଙ୍କ ସମେତ ଶତାଧିକ ଶରତ କର ପ୍ରେମୀ ଓ ପରିବାର ସଦସ୍ୟ ଯୋଗଦେଇଥିଲେ।ଉପସ୍ଥିତ ସମସ୍ତେ ଦିବଂଗତ ଜନପ୍ରିୟ ରାଜନେତା ସ୍ବର୍ଗତ ଶରତ କରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ନିବେଦନ କରିବା ସହ ତାଙ୍କ ସ୍ମୃତିକୁ ମନେ ପକାଇଥିଲେ। ଶେଷରେ ବିଶିଷ୍ଟ ସଂଗଠକ ଶ୍ରୀ ରାମ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
Tags:ରାଜ୍ୟ
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
