ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଗୁରୁଦିବସ ପାଳିତ
ପାଟଣା, ୫/୯ : ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲୀପଶିସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ଶନିବାର ପବିତ୍ର ଗୁରୁଦିବସ କାର୍ଯ୍ୟକ୍ରମ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଚେୟାରମ୍ୟାନ୍ ଶତୃଘ୍ନ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ବବୁ ବାହନ ସାହୁ, ଉପାଧ୍ୟକ୍ଷା ମିନତୀ ଥାଟୋଇ, ଶିକ୍ଷକ ଅମୀୟ କୁମାର ପାତ୍ର ଓ ସୁରେଶ ଚନ୍ଦ୍ର ନାଏକଙ୍କ ସମେତ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ।ଏହି ଅବସରରେ ଛାତ୍ରଛାତ୍ରୀମାନେ ଶ୍ରଦ୍ଧାର ସହ ଗୁରୁ ପୂଜନ ଓ ଗୁରୁ ବନ୍ଦନା କରିଥିଲେ। ଗୁରୁଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ଜଣାଇ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଚେୟାରମ୍ୟାନ୍ ଶତୃଘ୍ନ ସେଠୀ ଓ ଅଧ୍ୟକ୍ଷ ବବୁ ବାହନ ସାହୁଙ୍କୁ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଫଟୋଚିତ୍ର ଉପହାର ଦିଆଯାଇଥିଲା।ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଓ ଅନ୍ୟମାନେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହିତ ଜୀବନରେ ଭଲ ମଣିଷ ହେବା, ଗୁରୁଜନଙ୍କୁ ସମ୍ମାନ କରିବା ଏବଂ ନୀତି-ନୈତିକତାକୁ ଗୁରୁତ୍ୱ ଦେବା ପାଇଁ ପ୍ରେରଣା ଦେଇଥିଲେ। ଗୁରୁଙ୍କ ମାର୍ଗଦର୍ଶନ ଜୀବନକୁ ସଫଳ ଓ ସୁନ୍ଦର କରିବାରେ ସହାୟକ ହୋଇଥାଏ ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ।
Tags:ଜିଲ୍ଲାଜିଲ୍ଲା ଖବର
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
