ବଡ଼ବିଲ ସଂରକ୍ଷିତ ଜଙ୍ଗଲରେ ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ, ରୋପଣ ହେଲା ୨୦୦ ଚାରା
News Summary
ବଡ଼ବିଲ ସଂରକ୍ଷିତ ଜଙ୍ଗଲରେ ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ। କେନ୍ଦୁଝରରେ ବନ ବିଭାଗ ପକ୍ଷରୁ ୨୦୦ଟି ବିଭିନ୍ନ ପ୍ରଜାତିର ଚାରା ରୋପଣ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୧୭/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ କେନ୍ଦୁଝର ଜିଲ୍ଲା ସାହାରପଡ଼ା ବନକ୍ଷେତ୍ର ଅନ୍ତର୍ଗତ ବଡ଼ବିଲ ସଂରକ୍ଷିତ ଜଙ୍ଗଲରେ ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ବନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଡ଼ବିଲ ସଂରକ୍ଷିତ ଜଙ୍ଗଲରେ ବିଭିନ୍ନ ପ୍ରଜାତିର ପ୍ରାୟ ୨୦୦ଟି ଚାରା ରୋପଣ କରାଯାଇଛି। ଏଥିରେ ଶିଶୁ, କୁମ୍ଭୀ, ଜାମୁ, କଦମ୍ବ, ଫାଶି ଓ ଗମ୍ଭାରୀ ଭଳି ବିଭିନ୍ନ ପ୍ରଜାତିର ଚାରା ସାମିଲ ରହିଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମମିତା ନାଏକ ଯୋଗଦେଇଥିଲେ। ତାଙ୍କ ସହ ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚ୍.ଡି. ଧନରାଜ, ସାହାରପଡ଼ା ବ୍ଲକ୍ ଅଧ୍ୟକ୍ଷା ରୀନା ନାଏକ, ବିଡିଓ ଡଃ ରଞ୍ଜିତ କୁମାର ମହାନ୍ତ, ଅତିରିକ୍ତ ତହସିଲଦାର ଚରଣ ନାଏକ, ସାହାରପଡ଼ା ଫାଣ୍ଡି ଅଧିକାରୀ ପାର୍ତ୍ତୋ ଓରାମ, ବଡ଼ବିଲ ସରପଞ୍ଚ ସୁଭଦ୍ରା ନାୟକ, ବିଜେପି ମଣ୍ଡଳ ସଭାପତି ବୁଲୁ ବାରିକ ଓ ନରହରି ମହାନ୍ତ, ସାଂସଦ ପ୍ରତିନିଧି ସୁଦର୍ଶନ ମହାନ୍ତ ପ୍ରମୁଖ ଯୋଗଦେଇ ଚାରା ରୋପଣ କରିଥିଲେ।ପାଟଣା ବନାଞ୍ଚଳ ଅଧିକାରୀ ଆର୍ତ୍ତତ୍ରାଣ ମିର୍ଦ୍ଧା, ସାହାରପଡ଼ା ବନପାଳ ଶ୍ରୀମନ୍ତ ବେହେରା ଓ ବନରକ୍ଷୀ ଅଶ୍ୱିନୀ କୁମାର ସାହୁଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ହୋଇଥିଲା। ବନରକ୍ଷୀ ଅଶ୍ୱିନୀ ସାହୁ, ସାଗରିକା ବେଜ, ନିରୁପମା ମହାନ୍ତ, ଝରଣା ରାଣୀ ସାହୁ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ପରିବେଶ ସୁରକ୍ଷା, ବନ ସଂରକ୍ଷଣ ଓ ବୃକ୍ଷରୋପଣ ପ୍ରତି ଜନସଚେତନତା ସୃଷ୍ଟି କରିବା ଦିଗରେ ଏହି କାର୍ଯ୍ୟକ୍ରମ ଏକ ପ୍ରୟାସ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)