ଅଧିକାରୀଙ୍କ ନିର୍ଯାତନା ଅଭିଯୋଗ: ଛାତ ଉପରେ ଚଢ଼ିଲେ ଅଗ୍ନିଶମ କର୍ମଚାରୀ, ଚରମ ପଦକ୍ଷେପ ଚେତାବନୀ
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର:୧୩/୯, ଅଧିକାରୀଙ୍କ ମାନସିକ ଚାପ ଓ ନିର୍ଯାତନା ଅଭିଯୋଗରେ ଅତିଷ୍ଠ ହୋଇ ଅଗ୍ନିଶମ କାର୍ଯ୍ୟାଳୟର ଛାତ ଉପରେ ଚଢ଼ିଗଲେ ଜଣେ ଅଗ୍ନିଶମ କର୍ମଚାରୀ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଶାଳପଡ଼ା ଅଗ୍ନିଶମ କାର୍ଯ୍ୟାଳୟରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଅଗ୍ନିଶମ କର୍ମଚାରୀ ହେମାନନ୍ଦ ଦେହୁରୀ ଅଧିକାରୀଙ୍କ ନିର୍ଯାତନା ଓ ମାନସିକ ଚାପରେ ଅତିଷ୍ଠ ହୋଇ କାର୍ଯ୍ୟାଳୟର ତୃତୀୟ ମହଲାକୁ ଚଢ଼ିଯାଇଥିଲେ। ସେଠାରେ ସେ ଚରମ ପଦକ୍ଷେପ ନେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।ହେମାନନ୍ଦଙ୍କ ଅଭିଯୋଗ ଅନୁଯାୟୀ, ଅଫିସର ସୂର୍ଯ୍ୟ ହେମ୍ବ୍ରମ ତାଙ୍କୁ ବାରମ୍ବାର ମାନସିକ ଚାପ ଦେବା ସହ ନିର୍ଯାତନା ଦେଉଛନ୍ତି। ଏହାକୁ ନେଇ ସେ ମାନସିକ ଭାବେ ଅତିଷ୍ଠ ହୋଇପଡ଼ିଥିବା କହିଛନ୍ତି।ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଅନ୍ୟ ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ବୁଝାସୁଝା କରି ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଫଳରେ ଏକ ବଡ଼ ଅଘଟଣ ଟଳିଯାଇଛି।ଏହି ଘଟଣାକୁ ନେଇ ଶାଳପଡ଼ା ଅଗ୍ନିଶମ କାର୍ଯ୍ୟାଳୟରେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ଅଭିଯୋଗ ଉପରେ ଶୀଘ୍ର ପଦକ୍ଷେପ ନିଆନଗଲେ ସେ ଚରମ ନିଷ୍ପତ୍ତି ନେବେ ବୋଲି ଚେତାବନୀ ଦେଇଥିବା ଜଣାପଡ଼ିଛି।
ତେବେ ଏହି ଅଭିଯୋଗ ନେଇ ସମ୍ପୃକ୍ତ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିଛି କି ନାହିଁ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାର ସତ୍ୟତା ଓ ଅଭିଯୋଗର ତଥ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)