ସବୁଜ ବନାନୀ ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ, ହିରାପଶି ଚମ୍ପିଆନ୍
ପାଟଣା, ୭/୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ପଞ୍ଚାୟତର ଜାମୁନାଳିଆ ଗ୍ରାମରେ ସବୁଜ ବନାନୀ କ୍ଲବ ପକ୍ଷରୁ ଆୟୋଜିତ ଅଷ୍ଟାଦଶ ବାର୍ଷିକ ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ ହୋଇଛି। ଫାଇନାଲ୍ ମ୍ୟାଚ୍ରେ ଏଫ୍ସି ହିରାପଶି ଦଳ ଚମ୍ପିଆନ୍ ହୋଇଛି।ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଧାୟକଙ୍କ ପ୍ରତିନିଧି କମଳାକାନ୍ତ ଦାଶ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ପ୍ରକାଶ ମଲ୍ଲିକ, ପୂର୍ବତନ ବ୍ଲକ ଚେୟାରମ୍ୟାନ୍ ବିଶ୍ୱନାଥ ନାୟକ, ସରପଞ୍ଚ ଲୀନା ନାଏକ, ସମିତି ସଭ୍ୟା ସଞ୍ଜୁଲତା ମହାନ୍ତ, ଓଡ଼ିଆ କୁଡୁମୀସେନାର ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, ୱାର୍ଡମେମ୍ବର ବୀଣାପାଣି ବେହେରା ଏବଂ ସ୍ଥାନୀୟ ପ୍ରଧାନଶିକ୍ଷକ ପୁରୁଷୋତ୍ତମ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରତିଯୋଗିତାକୁ ସବୁଜ ବନାନୀ କ୍ଲବର ମଞ୍ଚ ପରିଚାଳକ ଭୈରବ ଚନ୍ଦ୍ର ବେହେରାଙ୍କ ସହ କ୍ଲବର କର୍ମକର୍ତ୍ତା ଅନନ୍ତ ମୁଣ୍ଡା, ପ୍ରମୋଦ ମହାରଣା, ରମେଶ ବେହେରା, ଟୁକୁନା ମୁଣ୍ଡା, ପ୍ରଫୁଲ୍ଲ ବେହେରା ଏବଂ କ୍ଲବର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ।ଉଦଯାପନୀ କାର୍ଯ୍ୟକ୍ରମରେ ଚମ୍ପିଆନ୍ ଏଫ୍ସି ହିରାପଶି ଦଳକୁ ୬୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବାଉଁଶୂଳୀ ଦଳକୁ ୪୦ ହଜାର ଟଙ୍କା ଏବଂ ତୃତୀୟ ସ୍ଥାନରେ ରହିଥିବା ଟିକରପଡ଼ା ଓ ଭୋଳବେଡ଼ା ଦଳକୁ ୨୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଦିଆଯାଇଥିଲା।ଖେଳ ପରିଚାଳନାରେ ରେଫରି ବେଣୁଧର ଗାଗରାଇ, ଆନ୍ଧି କାଣ୍ଡୁଲିନା, ବୃନ୍ଦାବନ ମୁଣ୍ଡା ଓ ପ୍ରଦୀପ ମାଝୀ ଦାୟିତ୍ୱ ତୁଲାଇଥିଲେ। ଭାଷ୍ୟକାର ଭାବେ ଅରୁଣ କୁମାର ମହାନ୍ତ, ଅନନ୍ତ ମୁଣ୍ଡା, ତ୍ରିନାଥ ବେହେରା ଓ ଟଙ୍କଧର ମହାନ୍ତ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ।
Tags:
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
