ଘର ଭିତରୁ ନାଗ ଓ ବଡ଼ ଢମଣା ସାପ ଉଦ୍ଧାର, ଘନ ଜଙ୍ଗଲରେ ଛାଡ଼ିଲା ବନବିଭାଗ
News Summary
ପାଟଣା ବନାଞ୍ଚଳର ପୋଇପାଣି ଗ୍ରାମର ଏକ ଘରୁ ନାଗ ସାପ ଓ ପାଟଣାର ଅନ୍ୟ ଏକ ଘରୁ ବଡ଼ ଢମଣା ସାପ ଉଦ୍ଧାର କଲା ବନବିଭାଗ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ପାଟଣା, ୭/୯ : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅଧୀନ ଘଟଗାଁ ବ୍ଲକର ତୋରାଣୀପୋଖରୀ ପଞ୍ଚାୟତ ପୋଇପାଣି ଗ୍ରାମର ଏକ ଘର ଭିତରୁ ଆଜି ଏକ ନାଗ ସାପକୁ ଉଦ୍ଧାର କରିଛି ପାଟଣା ବନବିଭାଗ।ସୂଚନା ଅନୁସାରେ, ପୋଇପାଣି ଗ୍ରାମର ପ୍ରଦୀପ ମହାନ୍ତଙ୍କ ଘର ଭିତରେ ନାଗ ସାପ ପଶିଥିବା ନେଇ ବନବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ତାଲିମପ୍ରାପ୍ତ ସାପ ଧରାଳି ଏମ୍.ଡି. ୱାସିମ, କାର୍ତ୍ତିକ ମହାନ୍ତ ଓ ଗୌରହରି ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ନାଗ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।ସେହିପରି ପାଟଣାର ଗଣମାଧ୍ୟମ ପ୍ରତିନିଧି କାମିନୀକାନ୍ତ ଦ୍ୱିବେଦୀଙ୍କ ଘରେ ପଶିଥିବା ଏକ ବଡ଼ ଢମଣା ସାପକୁ ମଧ୍ୟ ବନବିଭାଗ ଉଦ୍ଧାର କରିଛି। ଉଭୟ ସାପକୁ ଉଦ୍ଧାର ପରେ ଘନ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଛି।ଏନେଇ ପାଟଣା ବନପାଳ ନିରଞ୍ଜନ ସେଠୀ ସୂଚନା ଦେଇଛନ୍ତି। ବନବିଭାଗର ତ୍ୱରିତ ପଦକ୍ଷେପ ଯୋଗୁଁ ଦୁଇଟି ଯାକ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡ଼ି ଦିଆଯାଇଛି।
Tags:
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।
