ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

ବିନିକାରେ ଯାତ୍ରା ପେଣ୍ଡାଲରେ ଉତ୍ତେଜନା: ‘ଲଭ୍ ଜିହାଦ୍’ ନାଟକ ବେଳେ କଳାକାରଙ୍କ ଉପରକୁ ଚେୟାର ଓ ବୋତଲ ଫିଙ୍ଗିଲେ ଦର୍ଶକ

News Summary

ବିନିକାରେ ‘ଲଭ୍ ଜିହାଦ୍’ ନାଟକ ବେଳେ ଉତ୍ତେଜନା, ମଞ୍ଚକୁ ଚେୟାର-ବୋତଲ ଫିଙ୍ଗିବା ଅଭିଯୋଗ

ନଜର ଓଡ଼ିଶା | Nazar Odisha
ବିନିକା, ୨୬/୦୯: ବିନିକାରେ ଯାତ୍ରା ପରିବେଷଣ ସମୟରେ ଏକ ଦୃଶ୍ୟକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଡୁଙ୍ଗୁରୀପାଲି ବ୍ଲକ ଅନ୍ତର୍ଗତ ଏସ୍‌. ରାମପୁରଠାରେ ଚାଲିଥିବା ଯାତ୍ରା ମଞ୍ଚରେ ‘ଧଉଳି ଅପେରା’ ପକ୍ଷରୁ ‘ଲଭ୍ ଜିହାଦ୍’ ନାଟକ ପରିବେଷଣ ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।ନାଟକର ଏକ ଦୃଶ୍ୟକୁ ନେଇ କିଛି ଦର୍ଶକ ଅସନ୍ତୋଷ ପ୍ରକାଶ କରିବା ପରେ ପରିସ୍ଥିତି ଧୀରେଧୀରେ ଉତ୍ତେଜିତ ହୋଇଥିଲା। ଏହାପରେ କିଛି ଦର୍ଶକ ମଞ୍ଚ ଆଡ଼କୁ ଚେୟାର, ପାଣି ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ଫିଙ୍ଗିଥିବା ଅଭିଯୋଗ ହୋଇଛି।ଘଟଣା ସମୟରେ ମଞ୍ଚ ଉପରେ ଅଭିନୟ କରୁଥିବା କଳାକାରମାନେ କିଛି ସମୟ ପାଇଁ ଭୟଭୀତ ହୋଇପଡ଼ିଥିଲେ। ଏପରିକି କିଛି ଉତ୍ତେଜିତ ଦର୍ଶକ ମଞ୍ଚ ଉପରକୁ ଚଢ଼ିଯାଇଥିବା ମଧ୍ୟ ଜଣାପଡ଼ିଛି।
ଖବର ପାଇ ଅପେରା ଆୟୋଜକ କମିଟିର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିଥିଲେ। କମିଟିର ବରିଷ୍ଠ ସଦସ୍ୟଙ୍କ ହସ୍ତକ୍ଷେପ ଓ ମଧ୍ୟସ୍ଥତା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିବା ଜଣାପଡ଼ିଛି।ଆଠଗଡ଼ ଓ ତିଗିରିଆରେ ମଧ୍ୟ ଘଟିଥିଲା ସମାନ ଘଟଣା ଯାତ୍ରା ମଞ୍ଚରେ ଦୃଶ୍ୟକୁ ନେଇ ଦର୍ଶକଙ୍କ ଉତ୍ତେଜନାର ଏହା ପ୍ରଥମ ଘଟଣା ନୁହେଁ। ଗତ ୧୮ ତାରିଖରେ ଆଠଗଡ଼ରେ ଯାତ୍ରା ପରିବେଷଣ ସମୟରେ ମଞ୍ଚ ଉପରକୁ ଚେୟାର ଓ ପାଣି ବୋତଲ ଫିଙ୍ଗାଯାଇଥିବା ଖବର ସାମ୍ନାକୁ ଆସିଥିଲା।ସେହିପରି କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ନୂଆପାଟଣାରେ ‘ଅପେରା ଯାଜ୍ଞସେନୀ’ ପକ୍ଷରୁ ‘ସନାତନୀ’ ନାଟକ ପରିବେଷଣ ବେଳେ ମଧ୍ୟ ଏକ ଦୃଶ୍ୟକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ତେଜନା ହୋଇଥିବା ଖବର ଆସିଥିଲା। ଧର୍ମାନ୍ତରୀକରଣ ସମ୍ପର୍କିତ ଦୃଶ୍ୟକୁ ନେଇ କିଛି ଦର୍ଶକ ମଞ୍ଚ ଉପରକୁ ଚେୟାର ଓ ପାଣି ବୋତଲ ଫିଙ୍ଗିଥିବା ଜଣାପଡ଼ିଥିଲା।ଯାତ୍ରା ମଞ୍ଚରେ ଦୃଶ୍ୟକୁ ନେଇ ଦର୍ଶକଙ୍କ ଆପତ୍ତି ଥିଲେ ମଧ୍ୟ ଏଭଳି ଭାବେ ମଞ୍ଚ ଉପରକୁ ସାମଗ୍ରୀ ଫିଙ୍ଗିବା ଘଟଣା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ବିନିକା ଘଟଣାକୁ ନେଇ ଆୟୋଜକ କମିଟି କିମ୍ବା ସମ୍ପୃକ୍ତ କଳାକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିସ୍ତୃତ ପ୍ରତିକ୍ରିୟା ମିଳିନାହିଁ।
Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News


Leave a Reply

Your Email address will not be published.

Required fields are marked *

🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।