ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

ବାଦାମପାହାଡ଼ରୁ କେନ୍ଦୁଝରଗଡ଼ ଦେଇ ପୁରୀକୁ ଦୈନିକ ପାସେଞ୍ଜର ଟ୍ରେନ୍ ଦାବି

News Summary

ବାଦାମପାହାଡ଼ରୁ କେନ୍ଦୁଝରଗଡ଼, କଟକ ଓ ଭୁବନେଶ୍ୱର ଦେଇ ପୁରୀକୁ ଦୈନିକ ପାସେଞ୍ଜର ଟ୍ରେନ୍ ଚଳାଚଳ ପାଇଁ ଯୁବ ଓ ଶ୍ରମ ବିକାଶ ମଞ୍ଚର ଦାବି।

ନଜର ଓଡ଼ିଶା | Nazar Odisha

କେନ୍ଦୁଝର, ୨୬/୯: ବାଦାମପାହାଡ଼ରୁ ଟାଟାନଗର, କେନ୍ଦୁଝରଗଡ଼, କଟକ ଓ ଭୁବନେଶ୍ୱର ଦେଇ ପୁରୀ ପର୍ଯ୍ୟନ୍ତ ଦୈନିକ ପାସେଞ୍ଜର ଟ୍ରେନ୍ ଚଳାଚଳ କରିବାକୁ ଦାବି ଜୋର ଧରିଛି। ଏନେଇ ଯୁବ ଓ ଶ୍ରମ ବିକାଶ ମଞ୍ଚ ପକ୍ଷରୁ ଦାବି ଉଠାଯାଇଛି।ମଞ୍ଚର ସାଧାରଣ ସମ୍ପାଦିକା ଶୈଳବାଳା ପରିଡ଼ା ଏନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରେଳ ମନ୍ତ୍ରୀ ଏବଂ ପୂର୍ବତଟ ରେଳପଥର ସାଧାରଣ ପରିଚାଳକଙ୍କୁ ଚିଠି ଲେଖି ଦାବି ସମ୍ପର୍କରେ ଅବଗତ କରିଛନ୍ତି।ଦାବି ଅନୁଯାୟୀ, ବାଦାମପାହାଡ଼ରୁ ସନ୍ଧ୍ୟା ୬ଟାରେ ଟ୍ରେନ୍ ଛାଡ଼ି ଟାଟାନଗର, କେନ୍ଦୁଝରଗଡ଼, କଟକ ଓ ଭୁବନେଶ୍ୱର ଦେଇ ସକାଳ ୮ଟା ସୁଦ୍ଧା ପୁରୀରେ ପହଞ୍ଚିବା ବ୍ୟବସ୍ଥା କରାଗଲେ ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳର ଲୋକମାନେ ବିଭିନ୍ନ କାମ ପାଇଁ କଟକ ଓ ଭୁବନେଶ୍ୱର ଯାତାୟାତ ସହିତ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ।ସେହିପରି ପୁରୀରୁ ସନ୍ଧ୍ୟା ୬ଟାରେ ଟ୍ରେନ୍ ଛାଡ଼ି ଭୁବନେଶ୍ୱର, କଟକ, କେନ୍ଦୁଝରଗଡ଼ ଓ ଟାଟାନଗର ଦେଇ ବାଦାମପାହାଡ଼ରେ ପହଞ୍ଚିବା ବ୍ୟବସ୍ଥା କରାଗଲେ ଯାତ୍ରୀମାନେ ଦିନର ବିଭିନ୍ନ କାମ ସାରି ନିଜ ଅଞ୍ଚଳକୁ ଫେରିପାରିବେ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।ବାଦାମପାହାଡ଼–କେନ୍ଦୁଝରଗଡ଼–ପୁରୀ ମଧ୍ୟରେ ଏଭଳି ଦୈନିକ ଟ୍ରେନ୍ ସେବା ଆରମ୍ଭ ହେଲେ ଉତ୍ତର ଓଡ଼ିଶା ଓ ଝାଡ଼ଖଣ୍ଡ ଅଞ୍ଚଳର ଲୋକଙ୍କ ଯାତାୟାତ ସୁବିଧା ବଢ଼ିବା ସହ ଚିକିତ୍ସା, ଶିକ୍ଷା, ସରକାରୀ କାର୍ଯ୍ୟ ଓ ଧାର୍ମିକ ଯାତ୍ରାରେ ଉପକାର ମିଳିବ ବୋଲି ଦାବିରେ ଉଲ୍ଲେଖ କରାଯାଇଛି।
Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News


Leave a Reply

Your Email address will not be published.

Required fields are marked *

🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।