ମାଲକାନଗିରିରେ ବନ ବିଭାଗର ବଡ଼ ସଫଳତା: ୫୫ ଜୀବନ୍ତ କଇଁଛ ଉଦ୍ଧାର, ୪ ଚାଲାଣକାରୀ ଗିରଫ
News Summary
ମାଲକାନଗିରି ମୋଟୁ ଅଞ୍ଚଳରେ ପୋଲିସ ଓ ବନ ବିଭାଗର ବଡ଼ ସଫଳତା। ପେଟ୍ରୋଲିଂ ବେଳେ ୫୫ ଜୀବନ୍ତ କଇଁଛ ଉଦ୍ଧାର, ୪ ଚାଲାଣକାରୀ ଗିରଫ। ୨ ମୋଟରସାଇକେଲ ଓ ୪ ମୋବାଇଲ ଜବତ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ମାଲକାନଗିରି: ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ କଇଁଛ ଚୋରାଚାଲାଣ ବିରୋଧରେ ପୋଲିସ ଓ ବନ ବିଭାଗକୁ ବଡ଼ ସଫଳତା ମିଳିଛି। ପେଟ୍ରୋଲିଂ ସମୟରେ ୫୫ଟି ଜୀବନ୍ତ କଇଁଛ ଉଦ୍ଧାର କରାଯାଇଥିବା ବେଳେ ୪ ଜଣ କଇଁଛ ଚାଲାଣକାରୀଙ୍କୁ ଗିରଫ କରାଯାଇଛି।ଏହି ଘଟଣାରେ ୪ଟି ମୋବାଇଲ ଫୋନ୍ ଓ ୨ଟି ମୋଟରସାଇକେଲ ମଧ୍ୟ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ MV-114ର ପ୍ରଭାସ ଯୋଡ଼ହାର ଓ ନନ୍ଦ ମଣ୍ଡଳ ଏବଂ MPV-47ର ଲୋକିପଦ ମାଳି ଓ ରାମ ନାରାୟଣ ମଣ୍ଡଳ।ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ କଇଁଛ ଚୋରାଚାଲାଣ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ମୋଟୁ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଚାଲାଣକାରୀମାନଙ୍କୁ ଧରାଯାଇଥିଲା।ଉଦ୍ଧାର ହୋଇଥିବା ୫୫ଟି ଜୀବନ୍ତ କଇଁଛ ସହ ଜବତ ମୋବାଇଲ ଫୋନ୍ ଓ ମୋଟରସାଇକେଲକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଗିରଫ ୪ ଅଭିଯୁକ୍ତଙ୍କୁ ପରେ କୋର୍ଟ ଚାଲାଣ କରାଯାଇଛି।ପୂର୍ବରୁ ୧୫୫ କଇଁଛ ଜବତ ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ମଧ୍ୟ ମାଲକାନଗିରି ବନ ବିଭାଗ ୧୫୫ଟି ଜୀବନ୍ତ କଇଁଛ ଜବତ କରିଥିଲା। ମାଲକାନଗିରି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ତମସା ଗାଁ ନିକଟରେ ଚଢ଼ାଉ କରି ଏକ ଅଟୋରୁ ଏହି କଇଁଛଗୁଡ଼ିକୁ ଜବତ କରାଯାଇଥିଲା।
Tags:ଆମ ଓଡ଼ିଶାମାଲକାନଗିରି
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)