ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ଘଟଗାଁରେ ପ୍ରଥମ ନର୍ସିଂ କଲେଜ ଶୁଭାରମ୍ଭ: ANM ଓ GNM ପାଠ୍ୟକ୍ରମରେ ଶତାଧିକ ଛାତ୍ରୀଙ୍କ ନାମଲେଖା

News Summary

ଘଟଗାଁରେ ପ୍ରଥମ ଥର ପାଇଁ ନର୍ସିଂ କଲେଜ ଶୁଭାରମ୍ଭ। ନିଉଟନ କଲେଜ ଅଫ୍ ନର୍ସିଂରେ ANM ଓ GNM ପାଠ୍ୟକ୍ରମ ସହ ଶତାଧିକ ଛାତ୍ରୀଙ୍କ ନାମଲେଖା।

ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଘଟଗାଁ: ୧୬/୦୯: କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକରେ ପ୍ରଥମ ଥର ପାଇଁ ନର୍ସିଂ କଲେଜ ତଥା ତାଲିମ କେନ୍ଦ୍ରର ଶୁଭାରମ୍ଭ ହୋଇଛି। ଏହା ଫଳରେ ଅଞ୍ଚଳର ଶିକ୍ଷିତ ଯୁବତୀମାନେ ନର୍ସିଂ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ତାଲିମ ନେବା ସହ ଭବିଷ୍ୟତରେ ନିଯୁକ୍ତି ସୁଯୋଗ ପାଇପାରିବେ।ଖବର ଅନୁଯାୟୀ, ଘଟଗାଁର ତାରିଣୀ ପୀଠ ନିକଟରେ ସ୍ଥାନୀୟ ଉଚ୍ଚଶିକ୍ଷିତ ଯୁବ ଉଦ୍ୟୋଗୀଙ୍କ ପକ୍ଷରୁ ନିଉଟନ କଲେଜ ଅଫ୍ ନର୍ସିଂ ସ୍ଥାପନ କରାଯାଇଛି। ଏହି ନର୍ସିଂ କଲେଜରେ ANM ଓ GNM ଦୁଇଟି ପାଠ୍ୟକ୍ରମ ରହିଛି। ଏପର୍ଯ୍ୟନ୍ତ ଶତାଧିକ ଛାତ୍ରୀ ନାମଲେଖା କରିଥିବା ଜଣାପଡ଼ିଛି।ଛାତ୍ରୀମାନଙ୍କୁ ଆବାସିକ ବ୍ୟବସ୍ଥା ସହ ଶିକ୍ଷା ଓ ନର୍ସିଂ ତାଲିମ ପ୍ରଦାନ କରାଯିବ। ଏହି ପଦକ୍ଷେପ ଘଟଗାଁ ଓ ଆଖପାଖ ଅଞ୍ଚଳର ଯୁବତୀମାନଙ୍କୁ ନର୍ସିଂ ଶିକ୍ଷା ପାଇଁ ନୂଆ ସୁଯୋଗ ଦେବ ବୋଲି କୁହାଯାଇଛି।ଶୁଭାରମ୍ଭ ଅବସରରେ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମୁକ୍ତିକାନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ଅଞ୍ଚଳର ଶିକ୍ଷିତ ଯୁବତୀମାନଙ୍କ ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଅଞ୍ଚଳବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ମିଳିବାରେ ଏହି ପ୍ରତିଷ୍ଠାନ ସହାୟକ ହେବ ବୋଲି ମତ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ଲବଙ୍ଗଲତା ନାୟକ, ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସିଂହ, ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା, ପଦ୍ମଲୋଚନ ମହାନ୍ତ ଓ ପୂର୍ବତନ ବ୍ଲକ ଉପାଧ୍ୟକ୍ଷା କୌଶଲ୍ୟା ମହାନ୍ତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।ନିଉଟନ ନର୍ସିଂ କଲେଜର ପରିଚାଳନା ନିର୍ଦ୍ଦେଶକ ଦେବାଶିଷ ମହାନ୍ତଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ଦୀପ୍ତିମୟୀ ବେହେରା ପରିଚାଳନା କରିଥିଲେ। ମଧୁସ୍ମିତା ମହାନ୍ତ, ପ୍ରଦୀପ ମହାନ୍ତ, ଯୋସିକା ମହାନ୍ତ ଓ ଆଶିଷ କୁମାର ବାରିକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।